Advertisment

ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ଦେବୀ ନଦୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀରେ ଉପମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ହେବା ଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ନଦୀ ବିପଦ ସଙ୍କେତ ପାର କରିଛି। ବିଭିନ୍ନ ସ୍ଥାନରେ ବିପଦ ସଂକେତ ଉପରେ ବହୁଛି ଦେବୀ ନଦୀ। ଦଳେଇ ଘାଇ ଠାରେ ଦେବୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଦଳେଇ ଘାଇ ଠାରେ ଦେବୀ ନଦୀ ୫୭ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୦.୧୦ ଫୁଟ୍ ରହିଛି। ସେହିପରି ମାଛଗାଁ ନିକଟରେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ଦେବୀ ନଦୀ

davi river

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀରେ ଉପମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ହେବା ଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ନଦୀ ବିପଦ ସଙ୍କେତ ପାର କରିଛି। ବିଭିନ୍ନ ସ୍ଥାନରେ ବିପଦ ସଂକେତ ଉପରେ ବହୁଛି ଦେବୀ ନଦୀ। ଦଳେଇ ଘାଇ ଠାରେ ଦେବୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଦଳେଇ ଘାଇ ଠାରେ ଦେବୀ ନଦୀ ୫୭ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୦.୧୦ ଫୁଟ୍ ରହିଛି।

Advertisment

ସେହିପରି ମାଛଗାଁ ନିକଟରେ ମଧ୍ୟରେ ବିପଦ ସଙ୍କେତ ଟପିଛି ଦେବୀ ନଦୀ। ଦେବୀ ନଦୀରେ ବିପଦ ସଙ୍କେତ ୧୪ଫୁଟ୍ ଥିବା ବେଳେ ଜଳସ୍ତର ୧୫.୫୦ ଫୁଟ୍ ରହିଛି।

କାକଟପୁର ବାଉରିଆଣଠାରେ ଦେବୀ ନଦୀ ବିପଦ ସଂକେତର ବହୁ ଉପରେ ରହିଛି। ଦେବୀ ନଦୀରେ ବିପଦ ସଙ୍କେତ ୪.୯୩ ମିଟର ରହିଥିବା ବେଳେ ଜଳସ୍ତର ୫.୮0 ଫୁଟ୍ ରହିଛି।

Advertisment

ଆଳି ପିଙ୍ଗଳଠାରେ ଦେବୀ ନଦୀ ବିପଦ ସଂକେତ ପାର କରିଛି। ଦେବୀ ନଦୀରେ ବିପଦ ସଙ୍କେତ ୧୧.୭୬ ମିଟର ରହିଥିବା ବେଳେ ଜଳସ୍ତର୧୧.୯୩ ଫୁଟ୍ ରହିଛି।

ସୂଚନାଯୋଗ୍ୟ,  ବାଲେଶ୍ୱର ଜିଲ୍ଲା ବସ୍ତାରେ ଥିବା ଜଳକା ନଦୀ ମାଥାନୀ ଠାରେ ବିପଦ ସଙ୍କେତ ଟପିଥିବା ବେଳେ ସେହିପରି ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀ ମଧ୍ୟ ବିପଦ ସଙ୍କେତ ପାର କରିଛି।