Advertisment

ବିପଦ ସଙ୍କେତ ଟପିଲା ଦଳେଇ ଘାଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀରେ ଉପମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ହେବା ଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ନଦୀ ବିପଦ ସଙ୍କେତ ପାର କରିଛି। ଜଗତସିଂହପୁର ଜିଲ୍ଲାର  ଦେବୀନଦୀର ଦଳେଇ ଘାଇ ବିପଦ ସଂକେତ ଟପିଛି। ଦଳେଇ ଘାଇ ବିପଦ ସଙ୍କେତ ୫୭ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୫୮.୬୦ ଫୁଟ୍ ରହିଛି। ସେହିପରି କାକଟପୁର ବାଉରିଆଣଠାରେ ଦେବୀ ନଦୀ ବିପଦ ସଂକେତ ଟପିଛି। ଦେବୀ ନଦୀରେ ବିପଦ ସଙ୍କେତ ୪.୯୩ […]

ଅଦ୍ୟତନ ହୋଇଛି
ବିପଦ ସଙ୍କେତ ଟପିଲା ଦଳେଇ ଘାଇ
Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀରେ ଉପମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ହେବା ଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ନଦୀ ବିପଦ ସଙ୍କେତ ପାର କରିଛି। ଜଗତସିଂହପୁର ଜିଲ୍ଲାର  ଦେବୀନଦୀର ଦଳେଇ ଘାଇ ବିପଦ ସଂକେତ ଟପିଛି। ଦଳେଇ ଘାଇ ବିପଦ ସଙ୍କେତ ୫୭ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୫୮.୬୦ ଫୁଟ୍ ରହିଛି।

Advertisment

ସେହିପରି କାକଟପୁର ବାଉରିଆଣଠାରେ ଦେବୀ ନଦୀ ବିପଦ ସଂକେତ ଟପିଛି। ଦେବୀ ନଦୀରେ ବିପଦ ସଙ୍କେତ ୪.୯୩ ମିଟର ରହିଥିବା ବେଳେ ଜଳସ୍ତର ୫୮.୪୦ ଫୁଟ୍ ରହିଛି।

ମାଛଗାଁ ନିକଟରେ ମଧ୍ୟରେ ବିପଦ ସଙ୍କେତ ଟପିଛି ଦେବୀ ନଦୀ। ଦେବୀ ନଦୀରେ ବିପଦ ସଙ୍କେତ ୩ ଫୁଟ୍ ଥିବା ବେଳେ  ଜଳସ୍ତର ୧୪.୬୦ ଫୁଟ୍ ରହିଛି।

Advertisment

ବାଲେଶ୍ୱର ଜିଲ୍ଲା ବସ୍ତାରେ ଥିବା ଜଳକା ନଦୀ ମାଥାନୀ ଠାରେ ବିପଦ ସଙ୍କେତ ଟପିଥିବା ବେଳେ ସେହିପରି ଭଦ୍ରକ ଜିଲ୍ଲା ଆଖୁଆପଦାରେ ବୈତରଣୀ ନଦୀ ମଧ୍ୟ ବିପଦ ସଙ୍କେତ ପାର କରିଛି।

ମହାନଦୀରେ ଜଳ ସ୍ତର ବୃଦ୍ଧି ପାଇବା ଯୋଗୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜୁଆ ଓ ଦୟାନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଗାଁରେ ପାଣି ପଶିଯାଇଛି। ନରଣଗଡ଼ ଓ ଓରବରସିଂହ ପଞ୍ଚାୟତର ୧୦ଟି ଗାଁ ପାଣି ଘେରରେ ରହିଛନ୍ତି।

ପୁରୀ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦୟା ନଦୀ ଫୁଲିଥିବାରୁ କଣାସ ବ୍ଲକର ୩ଟି ପଞ୍ଚାୟତରେ ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଯାଇଛି।  ଘରେ ପାଣି ପଶି ଯିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe