Advertisment

ତାତିବ ଫେବ୍ରୁଆରୀ, ସିଝିବେ ରାଜ୍ୟବାସୀ

ଓଡ଼ିଶାରେ ତାପମାତ୍ରା ଫେବ୍ରୁଆରୀ ମାସରେ ଅପେକ୍ଷାକୃତ ଅଧିକ ବା ସ୍ୱଭାବିକଠୁ ୩ରୁ ୪ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି। ଯେଉଁଥିପାଇଁ ପ୍ରଥମ ସପ୍ତାହରୁ ହିଁ ଗରମ ଅନୁଭୂତ ହେଲାଣିା

author-image
Manoranjan Sial
ଅଦ୍ୟତନ ହୋଇଛି
Heat Wave

Heat Wave

ଚଳିତବର୍ଷ ତାତିବ ଫେବ୍ରୁଆରୀ। ଖରାରେ ସିଝିବେ ରାଜ୍ୟବାସୀ। ସ୍ୱଭାବିକଠାରୁ ଅଧିକ ରହିବ ଫେବ୍ରୁଆରୀ ମାସର ତାପମାତ୍ରା। କିଛି ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରା। ବର୍ଷାର ଅଭାବ, ପାଣିପାଗରେ ପରିବର୍ତ୍ତନ ଓ ଜଙ୍ଗଲର ଅଭାବ ଯୋଗୁ ତାତି ବଢ଼ିବାର ସମ୍ଭାବନା ଥିବା ଆକଳନ କରାଯାଇଛି।

Advertisment

ଓଡ଼ିଶାରେ ତାପମାତ୍ରା ଫେବ୍ରୁଆରୀ ମାସରେ ଅପେକ୍ଷାକୃତ ଅଧିକ ବା ସ୍ୱଭାବିକଠୁ ୩ରୁ ୪ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି। ଯେଉଁଥିପାଇଁ ପ୍ରଥମ ସପ୍ତାହରୁ ହିଁ ଗରମ ଅନୁଭୂତ ହେଲାଣିା ଏପରିକି ରବିବାର ରାଜ୍ୟର ଅଧିକାଂଶ ଅଂଚଳର ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା।

ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୩୩.୫ ଡିଗ୍ରୀ ରେକର୍ଡ ହୋଇଥିଲା। ଯାହା ସ୍ୱଭାବିକ ତାପମାତ୍ରାଠୁ ଅଧିକ। ତେବେ ଦକ୍ଷିଣ ପଶ୍ଚିମ ଦିଗରୁ ପ୍ରବାହିତ ହେବାକୁ ଥିବା ବାୟୁ ପାଇଁ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ଆହୁରି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। 

Advertisment

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଅକ୍ଟୋବର ମାସରୁ ଇଷ୍ଟର୍ଣ୍ଣ ଇଣ୍ଡିଆରେ ବର୍ଷାର ପ୍ରଭାବ ନାହିଁ। ଅନ୍ୟ ବର୍ଷମାନଙ୍କରେ ପଶ୍ଚିମା ବାୟୁ ଉତ୍ତର-ପଶ୍ଚିମ ଭାରତରୁ ମାସକୁ ଦୁଇଟା ବା ତିନିଟା ପୂର୍ବ ଭାରତକୁ ଚାଲି ଆସିଥାଏ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବର୍ଷା ହୋଇଥାଏ। କିନ୍ତୁ ଏବର୍ଷ ବର୍ଷା ନଥିବାରୁ ସୂର୍ଯ୍ୟର କିରଣ ପୃଥିବୀ ଉପରେ ପଡ଼ୁଛି ଓ ପୃଥିବୀରୁ ଯାଉଥିବା ବିକରଣ ବାୟୁମଣ୍ଡଳକୁ ଗରମ କରିବାରେ ସହାୟକ ହେଉଛି। ତାହାଛଡ଼ା ସହରୀକରଣ କାରଣରୁ ମଧ୍ୟ ଗରମ ହେଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

Heat Wave Weather Report