Advertisment

ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଓ ବିଜେଡିର ଭିତିରି ସମ୍ପର୍କ ରହିଛି! କଂଗ୍ରେସ ଏପରି ଅଭିଯୋଗ ବାରମ୍ୱାର କରିଆସୁଥିଲା। ମାତ୍ର ଏହାକୁ ଉଭୟ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ଖଣ୍ଡନ କରିଆସୁଥିଲେ। ଏପରିକି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିରାଚରିତ ଢଙ୍ଗରେ ସମଦୂରତା କଥା ବାରମ୍ୱାର କହୁଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଏପରି କଥା ରାଜନୈତିକ ସମୀକ୍ଷକ ସହଜରେ ଗ୍ରହଣ କରିପାରୁନଥିଲେ। ଆଜି ଏହି ଭିତିରି ପେଡ଼ିର ଗୁମର ଖୋଲିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। […]

author-image
Manoranjan Sial
ଅଦ୍ୟତନ ହୋଇଛି
ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ: ପ୍ରଦୀପ୍ତ ନାଏକ

bjp

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଓ ବିଜେଡିର ଭିତିରି ସମ୍ପର୍କ ରହିଛି! କଂଗ୍ରେସ ଏପରି ଅଭିଯୋଗ ବାରମ୍ୱାର କରିଆସୁଥିଲା। ମାତ୍ର ଏହାକୁ ଉଭୟ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ଖଣ୍ଡନ କରିଆସୁଥିଲେ। ଏପରିକି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିରାଚରିତ ଢଙ୍ଗରେ ସମଦୂରତା କଥା ବାରମ୍ୱାର କହୁଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଏପରି କଥା ରାଜନୈତିକ ସମୀକ୍ଷକ ସହଜରେ ଗ୍ରହଣ କରିପାରୁନଥିଲେ। ଆଜି ଏହି ଭିତିରି ପେଡ଼ିର ଗୁମର ଖୋଲିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ।

Advertisment

ସେ କହିଛନ୍ତି, “କେନ୍ଦ୍ର ଓ ବିଜେପି ସହ ନବୀନଙ୍କ ଭଲ ସଂପର୍କ ରହିଛି। ସେଥିପାଇଁ କେନ୍ଦ୍ର ଅଧିକ ଅନୁଦାନ ଦେଉଛି। ଆମେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ, କରିଛୁ। ସେ ଆମ ଆଶୀର୍ବାଦରୁ, ଆମ କାନ୍ଧରେ ମୁଖ୍ୟମନ୍ତ୍ରୀ। ଆମର ମଧ୍ୟ ନବୀନ ବାବୁଙ୍କ ସହ ଭଲ ସଂପର୍କ ଅଛି।”

ବିଜେପୁର ଉପନିର୍ବାଚନ ନେଇ ଶ୍ରୀ ନାଏକ କହିଛନ୍ତି, “ବିଜେପୁର ଉପନିର୍ବାଚନରେ ଆମେ ନିଶ୍ଚିତ ଜିତିବୁ। ସାହି-ପଡ଼ାରୁ ସହର ପର୍ଯ୍ୟନ୍ତ ବ୍ଲୁପ୍ରିଣ୍ଟି ପ୍ରସ୍ତୁତ କରୁଛୁ। ଏଥର ନବୀନବାବୁଙ୍କୁ ଆମେ ଉଚିତ ଜବାବ ଦେବୁ।”

Advertisment