Advertisment

୨୦ଟି ଜିଲ୍ଲାରୁ ହଟିଲା ସପ୍ତାହାନ୍ତ ଶଟଡାଉନ୍‌, ଚାଲିବ ବସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍‌ କରିଛନ୍ତି। ତେବେ ପରବର୍ତ୍ତି ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରାଯାଇଛି। ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ପୂର୍ବରୁ କାଟାଗୋରୀ ଏରେ ୧୭ଟି ଜିଲ୍ଲା ଥିଲା। ତେବେ […]

author-image
Tapas Behera
ଅଦ୍ୟତନ ହୋଇଛି
୨୦ଟି ଜିଲ୍ଲାରୁ ହଟିଲା ସପ୍ତାହାନ୍ତ ଶଟଡାଉନ୍‌, ଚାଲିବ ବସ୍

6kl

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍‌ କରିଛନ୍ତି। ତେବେ ପରବର୍ତ୍ତି ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରାଯାଇଛି। ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ, ଅନୁଗୁଳକେନ୍ଦୁଝର। ପୂର୍ବରୁ କାଟାଗୋରୀ ଏରେ ୧୭ଟି ଜିଲ୍ଲା ଥିଲା। ତେବେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସ୍ଥିତି ଦେଖି ଧିରେ ଧିରେ ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କାଟେଗୋରୀ Aରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବ।

Advertisment

୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ। ସପିଙ୍ଗ ମଲ, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ। ୨୦ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ। ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ।

୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ । ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ୬ରୁ ୬ ଦୋକାନ ଖୋଲିବ। ତେବେ ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ନାଇଟ କର୍ଫ୍ୟୁ ଜାରି ରହିବ। କାଟେଗୋରୀ ବିରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ। କାଟେଗୋରୀ ବିରେ ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା,  ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କଟକ ଆଦି ଜିଲ୍ଲା ରହିଛି।

Advertisment

୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ। ସବୁ ଦୋକାନ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି। କୋଭିଡ଼ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ। ଯେଉଁଠି ଗାଇଡଲାଇନ ଉଲ୍ଲଂଘନ ହେବ କାଯର୍ୟାନୁଷ୍ଠାନ ହେବ। ତେବେ ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି। ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ସରକାରଙ୍କ ଅନୁମତି। ଉଠା ଦୋକାନୀ ଦୋକାନ ଖୋଲିପାରିବେ, ଜିନିଷ ପାର୍ସଲ ଦେବେ। ତେବେ କାଟେଗୋରୀ ବିରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ।

COVID Guideline Lockdown In Odisha