Advertisment

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ପୂରିଲା ବର୍ଷେ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ବର୍ଷେ ପୂରିଛି। ଗତବର୍ଷ ଆଜିର ଦିନରେ ପାଟଣାଗଡ଼ ସହରର ବରହମ୍‌ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ସାରା ଦେଶରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ହାଇପ୍ରୋଫାଇଲ ମାମଲାର […]

author-image
Rakesh Mallick
ଜେଲ୍‌ରେ ଖେଳ କରୁଛି ପୁଞ୍ଜିଲାଲ୍!

punjilalpatanagarh

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ବର୍ଷେ ପୂରିଛି। ଗତବର୍ଷ ଆଜିର ଦିନରେ ପାଟଣାଗଡ଼ ସହରର ବରହମ୍‌ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ।

Advertisment

ସାରା ଦେଶରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ହାଇପ୍ରୋଫାଇଲ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଘଟଣାରେ ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁଙ୍କ ସହ ଏକାଠି ଗୋଟିଏ କଲେଜରେ କାମ କରୁଥିବା ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତ ପୁଞ୍ଜିଲାଲ୍ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। କୋର୍ଟରେ କ୍ରାଇମବ୍ରାଞ୍ଚ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିସାରିଛି।

Advertisment