Advertisment

ଚାଲିବ କାରଖାନା, କୃଷି, ମତ୍ସ୍ୟ ଚାଷ, ପରିବହନ, ଗ୍ୟାରେଜ୍ ଓ କ୍ଷୁଦ୍ର ବ୍ୟବସାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପୁଣିଥରେ ଜୁନ୍ ୧ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଓ ସାପ୍ତାହିକ ଶଟଡାଉନକୁ ବୃଦ୍ଧି କରିଛନ୍ତି । ତେବେ ଏହି ଅବଧି ମଧ୍ୟରେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଜୀବିକା ଯେଭଳି ବିଶେଷ ପ୍ରଭାବିତ ନହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି। ଲକଡାଉନ୍ ସମୟରେ ପନିପରିବା, ମାଛ, ମାଂସ, ଅଣ୍ଡା ସମେତ ରାସନ୍ ସାମଗ୍ରୀ ଦୋକାନ, ଫଳ, ଦୁଗ୍ଧଜାତୀୟ ପଦାର୍ଥ ବିକ୍ରି ଓ ପରିବହନ ପାଇଁ ସକାଳ ୭ଟାରୁ […]

author-image
Ordigital Desk
ଅଦ୍ୟତନ ହୋଇଛି
ଆଉ ୭ଦିନ ବଢ଼ିଲା ଚାଷୀ ପଞ୍ଜିକରଣ

Farmer

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପୁଣିଥରେ ଜୁନ୍ ୧ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଓ ସାପ୍ତାହିକ ଶଟଡାଉନକୁ ବୃଦ୍ଧି କରିଛନ୍ତି । ତେବେ ଏହି ଅବଧି ମଧ୍ୟରେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଜୀବିକା ଯେଭଳି ବିଶେଷ ପ୍ରଭାବିତ ନହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି। ଲକଡାଉନ୍ ସମୟରେ ପନିପରିବା, ମାଛ, ମାଂସ, ଅଣ୍ଡା ସମେତ ରାସନ୍ ସାମଗ୍ରୀ ଦୋକାନ, ଫଳ, ଦୁଗ୍ଧଜାତୀୟ ପଦାର୍ଥ ବିକ୍ରି ଓ ପରିବହନ ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏସବୁ ବ୍ୟବସାୟ ପାଇଁ ଅନୁମତି ମିଳିଛି

Advertisment

ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଲୋକମାନେ ସାମାଜିକ ଦୂରତ୍ୱ ପାଳନ କରି ସକାଳେ ଅତିବେଶୀରେ ନିଜ ଘରଠୁ ଚାଲି ଚାଲି ଅଧ କିମି ପର୍ଯ୍ୟନ୍ତ ପରିବା କିଣିବାକୁ ଆସିପାରିବେ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ପନିପରିବା, ଫଳ, ଅଣ୍ଡା, ମାଛ,ମାସ ସହ ରାସନ ସାମଗ୍ରୀ ଓ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ, ରାସ୍ତାକଡ଼ ଦୋକାନ ଆଦି ପାଇଁ ଅନୁମତି ମିଳିବ। ତେବେ ରାସ୍ତାରେ ବସୁଥିବା ଦୋକାନ ମଧ୍ୟରେ ଦୂରତ୍ୱ ଅତିକମରେ ୩୦ଫୁଟ ରହିବ। ତେବେ ସାପ୍ତାହିକ ଶଟଡାଉନ୍‌ବେଳେ ଏସବୁ ବ୍ୟବସାୟ ଉପରେ କଟକଣା ରହିବ।
ସେହିପରି ଆନ୍ତଃରାଜ୍ୟ ଯାତ୍ରୀବାହୀ ବସ୍ ଚଳାଚଳ ଉପରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ କଟକଣା ରହିଥିଲେ ମଧ୍ୟ ରାଜ୍ୟରେ ସମସ୍ତ ପ୍ରକାରର ମାଲବାହୀ ଗାଡ଼ି ଚଳପ୍ରଚଳ କରିପାରିବ । ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଗାଡ଼ିଗୁଡ଼ିକ ମଧ୍ୟ ଯାତାୟତ କରିପାରିବ। କୋଭିଡ୍ ପରିଚାଳନାରେ ଥିବା ସରକାରୀ ଓ ଘରୋଇ ଗାଡ଼ିଗୁଡ଼ିକ, ଏଲପିଜି ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ମେଡିକାଲ ଉପକରଣ, ସମସ୍ତ ସ୍ୱାସ୍ଥ୍ୟସେବା ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ପରିବହକୁ ଅନୁମତି ମିଳିଛି।

ସେହିପରି ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଶିଳ୍ପାନୁଷ୍ଠାନଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରିବେ। ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ନିୟମିତ ଆସିପାରିବେ। କାରଖାନାର ଉତ୍ପାଦନ ଯେଭଳି ପ୍ରଭାବିତ ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ।
ସେହିପରି ରେଳ ଷ୍ଟେସନ ଓ ବିମାନବନ୍ଦରକୁ ଯିବା ପାଇଁ ହେଲେ ଯାତ୍ରୀଙ୍କୁ ନିଜର ପରିଚୟ ପତ୍ର ଓ ଟିକେଟର ବୋର୍ଡିଂ ପାସ୍ ଦେଖାଇବାକୁ ପଡ଼ିବ। ଓଲା-ଓବେର ଭଳି ପରିବହନ ସେବାଗୁଡ଼ିକ କେବଳ ମେଡିକାଲ କର୍ମୀ, ରୋଗୀଙ୍କୁ ନେବାଆଣିବା କରିପାରିବେ। ଗ୍ୟାରେଜ୍ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ। ସେହିପରି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟକୁ ସହରରେ କମ୍ ସଂଖ୍ୟକ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି। ଏହି ବସ୍ ବିମାନବନ୍ଦର ଓ ରେଳଷ୍ଟେସନ ମଧ୍ୟରେ ଯାତାୟତ କରିପାରିବ । ଗାଡ଼ି ପାର୍ଟସ, କୃଷିଜାତ ଉପକରଣ, ଅଟୋ ମୋବାଇଲ୍ , ପାୱାର ଟିଲର ଆଦି ବିକ୍ରି ନିମନ୍ତେ ଅନୁମତି ମିଳିବ ।
ସରକାର ଏସବୁ ବ୍ୟତୀତ, ସାମାଜିକ ସେବା କ୍ଷେତ୍ର, କୃଷି କ୍ଷେତ୍ର, ମତ୍ସ ଚାଷ, ପଶୁପାଳନ, ବୃକ୍ଷରୋପଣ ଆଦି ସଂକ୍ରାନ୍ତ କାର୍ଯ୍ୟକୁ ମଧ୍ୟ ଲକଡାଉନ ସମୟରେ ଅନୁମତି ଦେଇଛନ୍ତି।

Advertisment
COVID Guideline Lockdown In Odisha