Advertisment

ଚର୍ଚ୍ଚାରେ ପଶ୍ଚିମଓଡ଼ିଶାର ଦୁଇ ଜିଲ୍ଲାପାଳଙ୍କ ଲଭ୍ ଷ୍ଟୋରୀ

ପାୱାର କରିଡରର ଚର୍ଚ୍ଚା ସୂଚନା ଅନୁସାରେ, ଓଡ଼ିଶା କ୍ୟାଡ଼ରର ଦୁଇଜଣ ଆଇଏଏସ୍ ନିଜ ନିଜ ବ୍ୟାଚର ମହିଳା ଆଇଏଏସ ଅଫିସରଙ୍କୁ ପ୍ରେମ କରି ବିବାହ କରିଥିଲେ।

Love

Love

Advertisment

ପଶ୍ଚିମ ଓଡ଼ିଶାରେ କାର୍ଯ୍ୟରତ ଦୁଇଜଣ ଜିଲ୍ଲାପାଳଙ୍କ ପ୍ରେମ କାହାଣୀକୁ ନେଇ ଏବେ ପ୍ରଶାସନିକ ମହଲରେ ଚର୍ଚ୍ଚା। ଏହି ଦୁଇ ଜିଲ୍ଲାପାଳ ନିଜ ନିଜର ପତି-ପତ୍ନୀଙ୍କୁ ଛାଡ଼ପତ୍ର ଦେଇନଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ଆଗାମୀ ଦିନରେ ବିବାହର ରୂପ ନେବାକୁ ଯାଉଛି। ଆଉ ଏହି ଦୁଇ ଜିଲ୍ଲାପାଳଙ୍କ ପତି-ପତ୍ନୀ ଏବେ ଦକ୍ଷିଣ ଓଡ଼ିଶାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

Advertisment

ପାୱାର କରିଡରର ଚର୍ଚ୍ଚା ସୂଚନା ଅନୁସାରେ, ଓଡ଼ିଶା କ୍ୟାଡ଼ରର ଦୁଇଜଣ ଆଇଏଏସ୍ ନିଜ ନିଜ ବ୍ୟାଚର ମହିଳା ଆଇଏଏସ ଅଫିସରଙ୍କୁ ପ୍ରେମ କରି ବିବାହ କରିଥିଲେ। ଏହି ବିବାହ ଯୋଗୁ ସର୍ବଭାରତୀୟ ଚାକିରି ସର୍ତ୍ତାବଳୀ ଅନୁସାରେ ଉକ୍ତ ଦୁଇ ମହିଳା ଅଫିସର ମଧ୍ୟ ନିଜ ନିଜର କ୍ୟାଡ଼ର ଛାଡ଼ି ଓଡ଼ିଶା କ୍ୟାଡ଼ରକୁ ବାଛିଥିଲେ। ଏବେ ଉକ୍ତ ଦୁଇ ମହିଳା ଆଇଏଏସ୍ ୨ଟି ଆକାଂକ୍ଷା ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଉଭୟଙ୍କ ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଭଟ୍ଟା ପଡ଼ିଛି। ଏହି ଦୁଇ ମହିଳା ଆଇଏଏସ ନିଜ ନିଜର ଆଇଏଏସ ପତି(ଦୁଇଜଣ ଯାକ ଜିଲ୍ଲାପାଳ)ଙ୍କଠୁ ସମ୍ପର୍କ ତୁଟାଇଛନ୍ତି । ଉଭୟଙ୍କ ମଧ୍ୟରୁ ଜଣେ ମହିଳା ଆଇଏଏସ୍ ଏବେ ନିଜର ପଡ଼ୋଶୀ ଜିଲ୍ଲାର ମହିଳା ଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ଜଣେ ଯୁବ ଆଇଏଏସଙ୍କ ପ୍ରେମରେ ପଡ଼ିଛନ୍ତି । ଆଉ ଉଭୟଙ୍କ ମାତୃଭାଷାରେ ପ୍ରାୟ ସମାନତା ଥିବାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଖୁବଶୀଘ୍ର ଗଢ଼ି ଉଠିଛି । ଆଉ ଉଭୟ ଖୁଲମଖୁଲା ନିଜର ପ୍ରେମ ବି ପରିପ୍ରକାଶ କରୁଛନ୍ତି । ଗତ ବିଶ୍ୱକପ୍ ହକି ମ୍ୟାଚ ସମୟରେ ମଧ୍ୟସ୍ଥତା କରୁଥିବା ମହିଳା ଜିଲ୍ଲାପାଳଙ୍କ ସହ ଉଭୟ ଜିଲ୍ଲାପାଳ(ପ୍ରେମୀଯୁଗଳ) ଭୁବନେଶ୍ୱର ଆସି କ୍ୱାଲିଟି ଟାଇମ୍ ବିତାଇଥିବାର ସୂଚନା ମିଳିଛି ।

ଚର୍ଚ୍ଚା ହେଉଛି, ଓଡ଼ିଶା କ୍ୟାଡ଼ର ତଥା ଓଡ଼ିଶାରେ ଜନ୍ମିତ ଜଣେ ଯୁବ ଆଇଏଏସଙ୍କୁ ବିବାହ କରିବା ଯୋଗୁ ଗତ ୪ବର୍ଷ ତଳେ ତାଙ୍କ ଲେଡି ଲଭ୍ (ଆଇଏଏସ୍ ପତ୍ନୀ) ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ । ତାଙ୍କୁ ରାଜ୍ୟ ସରକାରରେ ଭଲ ପୋଷ୍ଟିଂ ମଧ୍ୟ ମିଳିଥିଲା ଓ ଗତବର୍ଷରୁ ସେ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ପତି ମଧ୍ୟ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ ପ୍ରେମ ଓ ବିବାହ ବେଶୀଦିନ ତିଷ୍ଠି ପାରିନି ଓ ସମ୍ପୃକ୍ତ ମହିଳା ଆଇଏଏସ୍ ଏବେ ନିଜର ପଡ଼ୋଶୀ ଜିଲ୍ଲାର ଜିଲ୍ଲାପାଳଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଆଉ ସମ୍ପୃକ୍ତ ଜିଲ୍ଲାପାଳ ମଧ୍ୟ ନିଜର ପତ୍ନୀଙ୍କଠୁ ଦୂରେଇ ଯାଇ ଏବେ ଛାଡ଼ପତ୍ର ଦେବାକୁ ସଜବାଜ ହେଉଥିବା ସୂଚନା ମିଳିଛି ।

Advertisment

ସୂଚନା ଅନୁସାରେ, ଏହି ୪ଜଣ ଆଇଏଏସଙ୍କ ମଧ୍ୟରେ ଅନେକ ସମାନତା ରହିଛି । ପ୍ରଥମତଃ ଦୁଇ ପୁରୁଷ ଆଇଏଏସ୍ ଓଡ଼ିଶା କ୍ୟାଡ଼ରର, ଆଉ ଦୁଇ ମହିଳା ଆଇଏଏସ୍ ପ୍ରେମ ଓ ବିବାହ କରିବା ପରେ ଓଡ଼ିଶା କ୍ୟାଡ଼ରକୁ ଆସିଛନ୍ତି । ଦୁଇ ମହିଳା ଆଇଏଏସ୍ ନିଜର ପତିଙ୍କଠୁ ବର୍ଷେ ଲେଖାଏଁ ବଡ଼ । ଏହି ସମସ୍ତ ୪ଜଣ ଏବେ ରାଜ୍ୟର ୪ ପଛୁଆ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା କ୍ୟାଡ଼ରରେ କାର୍ଯ୍ୟରତ ଥିବା କିଛି ମହିଳା ଆଇଏଏସଙ୍କ ଦାମ୍ପତ୍ୟ ଜୀବନ ଚର୍ଚ୍ଚାରେ ରହିଆସିଛି । ସେମାନେ ନିଜର ଆଇଏଏସ୍ ଓ ଆଇପିଏସ୍ ବ୍ୟାଚମେଟଙ୍କୁ ବିବାହ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେଥିରେ ଫାଟ ଦେଖାଦେଇଛି ଆଉ ପରସ୍ପରଠୁ ଦୂରେଇ ଯାଇଥିବା ଜଣାପଡ଼ିଛି ।

Odisha Ias Officer Ias Ias Officer's Wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe