Advertisment

ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସରେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରୁ ସରକାର ସମସ୍ତ ସ୍କୁଲ୍ ଓ କଲେଜ ଗୁଡ଼ିକୁ ବନ୍ଦ କରି ଦେଇଛନ୍ତି। ଏବେ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି। ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ରାଜ୍ୟରେ […]

author-image
Jitendra Garnayak
ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

Sameer Dash

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସରେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରୁ ସରକାର ସମସ୍ତ ସ୍କୁଲ୍ ଓ କଲେଜ ଗୁଡ଼ିକୁ ବନ୍ଦ କରି ଦେଇଛନ୍ତି। ଏବେ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି। ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

Advertisment

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ୍ ତଳ ମୁହାଁ ହେଉଛି। ତେଣୁ ଆମର ଆଗ୍ରହ ରହିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଠିକ୍ ସମୟରେ କରିବାକୁ। ଯଦି ସେମିତି କିଛି ବିଶେଷ ପରିସ୍ଥିତି ସୃଷ୍ଟି ହୁଏ, ତା’ହେଲେ ଅନ୍ୟ ନିଷ୍ପତ୍ତି ନିଆଯାଇପାରେ। କିନ୍ତୁ ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବା ଉଚିତ୍‌।

ଜାନୁଆରୀ ୩ ତାରିଖରୁ ସରକାର ରାଜ୍ୟରେ ପ୍ରାଥମିକ ସ୍କୁଲ୍‌ ଗୁଡ଼ିକୁ ଖୋଲିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ଦୈନିକ କରୋନା ସଂକ୍ରମଣ ବଢ଼ିବାରୁ ଏଥିରୁ ନିବୃତ୍ତ ରହିବା ସହିତ ଅନ୍ୟ ସବୁ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ଘୋଷଣା କରିଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ ସ୍କୁଲ୍ ଗୁଡ଼ିକ ବନ୍ଦ ହେବା ପରେ ଦ୍ୱିତୀୟ ସପ୍ତାହରେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ହୋଇଥିଲା। ତେବେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିଛି।

Advertisment

ସୂଚନାଯୋଗ୍ୟ, ୟା ମଧ୍ୟରେ ପ୍ରତିଦିନ ଲଗାତାର ଭାବେ କରୋନା ସଂକ୍ରମଣ କମିବାରେ ଲାଗିଛି। କିଛି ଦିନ ତଳେ ଦୈନିକ ସଂକ୍ରମଣ ୧୧ ହଜାର ଟପି ଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ଏହା ୮ ହଜାର ତଳକୁ ଖସି ଯାଇଛି।