Advertisment

୮୧ ବର୍ଷ ହେଲାଣି, ମୋ’ ପାଇଁ କ’ଣ କରିଛ?

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆଜି ଆୟୋଜିତ ହୋଇଥିଲା ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ। ସେଥିପାଇଁ ଆସିଥିଲା ହଳ ଲଙ୍ଗଳ ଓ ହଳିଆ। ଲଙ୍ଗଳ କଣ୍ଟିରେ ହାତ ପକାଇବା ପାଇଁ ଆସିଥିଲେ ଜଣେ ଚାଷୀ।

author-image
Manoranjan Sial
ଅଦ୍ୟତନ ହୋଇଛି
BBSR

BBSR

ଆଜି ଅକ୍ଷୟ ତୃତୀୟା। କୃଷି କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ଜଣେ ଚାଷୀ ଆଜି ଅସନ୍ତୋଷ ଝାଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖିମୁଠି କାର୍ଯ୍ୟକ୍ରମକୁ ଲଙ୍ଗଳ ଧରିବାକୁ ଆସି ଅସନ୍ତୋଷ ଝାଡ଼ିଛନ୍ତି ଚାଷୀ। ଆଉ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ୮୧ ବର୍ଷ ହେଲାଣି, ମୋତେ କଣ ଦେଇଛନ୍ତି? ଚାଷୀଙ୍କ ଏହି ଭିଡିଓକୁ ନେଇ ସବୁଠି ଚର୍ଚ୍ଚା।

Advertisment

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆଜି ଆୟୋଜିତ ହୋଇଥିଲା ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ। ସେଥିପାଇଁ ଆସିଥିଲା ହଳ ଲଙ୍ଗଳ ଓ ହଳିଆ। ଲଙ୍ଗଳ କଣ୍ଟିରେ ହାତ ପକାଇବା ପାଇଁ ଆସିଥିଲେ ଜଣେ ଚାଷୀ। କାର୍ଯ୍ୟକ୍ରମରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା ଆଗରୁ କ୍ୟାମେରା ସାମ୍ନାରେ ଅସନ୍ତୋଷ ଝାଡ଼ିଥିଲେ ଚାଷୀ।

ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଜି ମୁଁ ମୋ ରିପୋର୍ଟ ଜଣାଇବି। ୮୧ ବର୍ଷ ହେଲାଣି। ନାମକୁ ମାତ୍ର ଚାଷୀ। ୨୮ କ୍ୱିଣ୍ଟାଲ୍‌ ଧାନକୁ ୧୨୦୦ ଟଙ୍କାରେ ବିକିଲି। ମୋ ପାଇଁ ଖାତା କରିନାହାନ୍ତି। ମୋର ଖଣ୍ଡିଏ ଇନ୍ଦିରା ଆବାସ ନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କୁ ପଚାରିବି, ୮୧ ବର୍ଷରେ ମୋ ପାଇଁ କ’ଣ କଲେ? ମୋତେ ୭ ବର୍ଷ ହୋଇଥିଲା ଚାଷ କରୁଥିଲି। ଏବେ ମଧ୍ୟ ଚାଷ କରୁଛି, କ’ଣ ପାଇଲି? ମୋ ବଳଦ ବୁଢ଼ା ହୋଇଗଲେଣି। ଟଙ୍କା ଦିଅ ବଳଦ କିଣିବି ବୋଲି ଚାଷୀ ଜଣକ କହିଛନ୍ତି।

Advertisment

Bhubaneswar Bhubaneswar News Naveen Patnaik Akshaya Tritiya