ତିର୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଦାସ ନ୍ୟାୟ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଛନ୍ତି। ବିରୋଧୀଦଳ ନେତାଙ୍କୁ ଭେଟିବା ପରେ ସେ କହିଛନ୍ତି- ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି, ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଜେଡିରେ ଥିବାରୁ ବିଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି, ମୁଁ କେବଳ ପୁଲିସ ଓ କୋର୍ଟରେ ଚକର କାଟୁଛି ବୋଲି ସୋମାଲିକା କହିଛନ୍ତି। ସେ ଆହୁରି କହିଛନ୍ତି, ବିଜୟ ଶଙ୍କରଙ୍କ ବିରୋଧରେ କରିଥିବା ଅଭିଯୋଗ ନେଇ ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହେବାକୁ ୧୯ ଦିନ ପୂରିଲାଣି। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ବିଜେଡିରେ ସମସ୍ତେ କ୍ଲିନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି କହି କଟାକ୍ଷ କଲେ ସୋମାଲିକା।