/odisha-reporter/media/media_files/2026/02/19/peo-2026-02-19-17-31-29.jpg)
କାହା କଥା ଠିକ୍? ପିଇଓ ଠିକ୍ ନା ଆଡିସନାଲ୍ ତହସିଲଦାର୍ ଠିକ୍। ଅଭିଯୋଗ ଆସିଲା ପିଇଓଙ୍କ ନାଁରେ। ତା’ପରେ ହଠାତ ବିଷ ପିଇଦେଲେ ପିଇଓ। ଘଟଣାଟି ଗଂଜାମ ଜିଲ୍ଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର।
କାହିଁକି ବିଷ ପିଇ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଲେ ପିଇଓ ଦଣ୍ଡପାଣି ପାତ୍ର?ଅତିରିକ୍ତ ମହିଳା ତହସିଲଦାରଙ୍କ ଅଭିଯୋଗରେ ଥିଲା କି ସତ୍ୟତା? ପ୍ରକୃତରେ ମୃତ ପିଇଓଙ୍କର କିଛି ଦୋଷ ଥିଲା ନା ଲୋକଲଜ୍ଜା ଭୟରେ ସେ ବିଷ ପିଇବାକୁ ବାଧ୍ୟ ହେଲେ? ୧୩ ଦିନ ଧରି ମେଡିକାଲରେ ସଂଘର୍ଷ କରି ଜୀବନ ହାରିବା ପରେ ପିଇଓ ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁକୁ ନେଇ ଉଠିଛି ନାନା ପ୍ରଶ୍ନ।
ସୂଚନା ଅନୁସାରେ, ମୃତ ଦଣ୍ଡପାଣି ଅଶାଳୀନ ବ୍ୟବହାର କରିଥିବା ନେଇ ଇଣ୍ଟରନାଲ୍ କମିଟି ଓ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ଚିକିଟି ବ୍ଲକର ଅତିରିକ୍ତ ମହିଳା ତହସିଲଦାର। ଏହା ପରେ ପିଇଓ ଦଣ୍ଡପାଣି ପାତ୍ର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ଅଭିଯୋଗକାରିଣୀଙ୍କ ଅଭିଯୋଗରେ କେତେ ସତ୍ୟତା ଥିଲା,ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକ କହିଛନ୍ତି, ପିଇଓ ଦଣ୍ଡପାଣି ପାତ୍ର ସଟ୍ଟୋଟ ମଣିଷ ଥିଲେ। ତାଙ୍କ ବିରୋଧରେ ମିଛ ଅଭିଯୋଗ ଆସିଥିଲା। ତେଣୁ ଘଟଣାର ତଦନ୍ତ ହେଉ।
ଅନ୍ୟପଟେ ସଂପୃକ୍ତ ଅତିରିକ୍ତ ମହିଳା ତହସିଲଦାର ତାଙ୍କ ପୁରୁଣା ଅଭିଯୋଗ ଦୋହରାଇ କହିଛନ୍ତି, ପିଇଓ ଦଣ୍ଡପାଳି ପାତ୍ର ତାଙ୍କ ପ୍ରତି ଅଶାଳୀ ନବ୍ୟବହାର କରିଥିଲେ। ଆଇନ ଅନୁଯାୟୀ ସେ ଯାହା ପଦକ୍ଷେପ ନେବା କଥା ନେଇଛନ୍ତି।
ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି, ମୃତ ପିଇଓ ଦଣ୍ଡପାଣି ପାତ୍ରଙ୍କ ପତ୍ନୀ ଥାନାରେ କରିଥିବା ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ କରି ବିଭିନ୍ନ ଦିଗରୁ ଘଟଣାର ଛାନଭିନ କରାଯାଉଛି। ମହିଳା ତହସିଲଦାର ତାଙ୍କ ସଙ୍ଗେ ଦୁର୍ବ୍ୟବହାର କଲେ ବୋଲି ଅଭିଯୋଗରେ ଏଫଆଇଆର ହୋଇଛି।
ପୁଲିସ ବର୍ତ୍ତମାନ ଦୁଇଟି ମାମଲାର ତଦନ୍ତ କରୁଛି। ଇଣ୍ଟରନାଲ କମ୍ପ୍ଲେନ କମିଟି ଏହାର ତଦନ୍ତ କରୁଛି। ପୁଲିସ୍ ମଧ୍ୟ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ।
ଅଭିଯୋଗ ଦୁଇପଟୁ ହୋଇଛି। ସମସ୍ତଙ୍କ ଦାବି, ମୁଁ ଠିକ୍, ସେ ଭୁଲ୍। ତେବେ ସତ କ’ଣ ମିଛ କଣ? ଘଟଣାର ତଦନ୍ତ ହେଉ ଓ ସତକଥା ପଦାକୁ ଆସୁ।
ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢିଙ୍କ ସହ ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
