Advertisment

କ’ଣ ଖୋଲିବ, କେଉଁଠି ଖୋଲିବ, କ’ଣ ବନ୍ଦ ରହିବ: ପଢ଼ନ୍ତୁ ପୂରା ଗାଇଡଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର।  ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଜାରି ରହିବ ।  ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ କରାଯାଇଛି । ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା କାଟେଗୋରୀ Aକୁ ଯାଇଛନ୍ତି । ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ […]

ଅଦ୍ୟତନ ହୋଇଛି
୨୦ ତାରିଖ ଯାଏ ବଢ଼ିଲା କର୍ଫ୍ୟୁ, ସକାଳ ୬ରୁ ଦିନ ୨ ଯାଏ କୋହଳ

LockDown

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର।  ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଜାରି ରହିବ ।  ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ କରାଯାଇଛି । ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା କାଟେଗୋରୀ Aକୁ ଯାଇଛନ୍ତି । ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ କମିଥିବାରୁ କାଟେଗୋରୀ Aକୁ ନିଆଯାଇଛି । ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟେଗୋରୀ Aରେ ସାମିଲ ହୋଇଛନ୍ତି ।

Advertisment

ପଜିଟିଭିଟି ୫ ପ୍ରତିଶତରୁ ଅଧିକ ଥିବା ବାକି ୧୦ ଜିଲ୍ଲା କାଟେଗୋରୀ B ରେ ରହିଛି।  ସ୍ଥିତି ଦେଖି ଗ୍ରାଜୁଆଲି ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।  ତେବେ କାଟେଗୋରୀ Aରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବ। ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ। କାଟେଗୋରୀ ଏରେ ଥିବା ୨୦ ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ।

କାଟେଗୋରୀ Aରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବ। ସପିଙ୍ଗ ମଲ, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ। ୨୦ ଜିଲ୍ଲାରେ ଧା଼ର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିପାରିବ। ବସରେ ଯେତିକି ସିଟ୍ ଥିବ ସେତିକି ଲୋକଙ୍କୁ ନେଇ ଚାଲିବ ବସ୍। ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ।୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ- ମୁଖ୍ୟ ସଚିବ।

Advertisment

ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ସକାଳ ୬ରୁ  ସନ୍ଧ୍ୟା ୬ ଯାଏ ଦୋକାନ ଖୋଲିବ। ୨୦ ଜିଲ୍ଲାରେ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ମିଳିବ। ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ନାଇଟ କର୍ଫ୍ୟୁ ଜାରି ରହିବ। ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି। ମଲ୍, ସିନେମା ହଲ୍ ଖୋଲିବ ନାହିଁ; ଯାତ୍ରା ଚାଲିପାରିବ ନାହିଁ। ବାହାଘର, ଶୁଦ୍ଧିକାଯର୍ୟ ପାଇଁ ଥିବା କଟକଣା ବଳବତ୍ତର ରହିବ । ବାହାଘର, ଶୁଦ୍ଧି କାଯର୍ୟରେ ଭୋଜି ଦିଆଯିବନି; ଖାଦ୍ୟ ପାର୍ସଲ ଦେବେ।  କାଟେଗୋରୀ ବିରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ। କାଟେଗୋରୀ ବି ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ। ୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ।

ସବୁ ଦୋକାନ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି। କୋଭିଡ଼ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ। ଯେଉଁଠି ଗାଇଡଲାଇନ ଉଲ୍ଲଂଘନ ହେବ କାଯର୍ୟାନୁଷ୍ଠାନ ହେବ। ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ସରକାରଙ୍କ ଅନୁମତି ଦିଆଯାଇଛି। ଉଠା ଜଳଖିଆ ଦୋକାନୀ ଦୋକାନ ଖୋଲିବେ, ଜିନିଷ ପାର୍ସଲ ଦେବେ। କାଟେଗୋରୀ ବିରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ। କାଟେଗୋରୀ ବି ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଏବେ ଅନୁମତି ନାହିଁ। ତେବେ ଉଭୟ ଏ ଓ ବିରେ ମଲ୍, ସିନେମା ହଲ୍ ଖୋଲିବ ନାହିଁ। ଯାତ୍ରା ଚାଲିପାରିବ ନାହିଁ। ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ବଳବତ୍ତର ରହିବ। ବାହାଘର, ଶୁଦ୍ଧି କାଯର୍ୟରେ ଭୋଜି ଦିଆଯିବନି; ଖାଦ୍ୟ ପାର୍ସଲ ଦେବ। ତେବେ ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe