ନୂଆ ସଚିବ ସୁରେଶଙ୍କ ପାଇଁ କ'ଣ ରହିବ ଚ୍ୟାଲେଞ୍ଜ? ପଢ଼ନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଡିସେମ୍ବର ୩୧ ତାରିଖରେ ଅବସର ନେବେ। ସେହିଦିନ ଅପରାହ୍ନରେ ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ। ଅର୍ଥାତ୍ ନୂଆ ବର୍ଷରେ ପ୍ରଶାସନର ନୂଆ ମଙ୍ଗୁଆଳ ଦେଖିବ ରାଜ୍ୟ। ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ରଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି […]

Suresh Chandra Mohapatra

Suresh Chandra Mohapatra

Ranjit Kumar Jena
  • Published: Friday, 25 December 2020
  • Updated: 25 December 2020, 08:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଡିସେମ୍ବର ୩୧ ତାରିଖରେ ଅବସର ନେବେ। ସେହିଦିନ ଅପରାହ୍ନରେ ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ। ଅର୍ଥାତ୍ ନୂଆ ବର୍ଷରେ ପ୍ରଶାସନର ନୂଆ ମଙ୍ଗୁଆଳ ଦେଖିବ ରାଜ୍ୟ।

୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ରଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ଉନ୍ନୟନ କମିଶନର ଥିବା ସୁରେଶ ପୂର୍ବରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ ସହ ଜଳସଂପଦ, ଶକ୍ତି, ଜଙ୍ଗଲ ଓ ପରିବେଶ, ଗୃହ, କୃଷି, ଶିଳ୍ପ ଭଳି ପ୍ରମୁଖ ବିଭାଗରେ କାମ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

ତେବେ ମୁଖ୍ୟ ଶାସନ ସଚିବ ଭାବେ ସୁରେଶଙ୍କ କାର୍ଯ୍ୟକାଳ ପ୍ରାୟତଃ ୧୩ ମାସ ରହିବ, ଯାହାକି ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ହେବ। ଅନେକ ବରିଷ୍ଠ ଆଇଏଏସ୍ ଅଫିସରଙ୍କଠୁ ନେଇ ଜିଲ୍ଲାପାଳମାନଙ୍କ ସହ ସମନ୍ୱୟ ରକ୍ଷା, କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ଅର୍ଥନୀତିର ବିକାଶ, ସଠିକ୍ ଢଙ୍ଗରେ କରୋନା ଟିକାକରଣ, ଆଇନଶୃଙ୍ଖଳା ପରିସ୍ଥିତିର ସୁପରିଚାଳନା, ଫାଇଭ୍-ଟି ଓ ମୋ ସରକାର ଭଳି ଯୋଜନାର କାର୍ଯ୍ୟକାରିତା ଆଦି ସୁରେଶଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେବ। ଏହାଛଡ଼ା କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ବି ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ସେପଟେ ଉନ୍ନୟନ କମିଶନର ନିଯୁକ୍ତି ନେଇ ସରପ୍ରାଇଜ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୯୮୬, ୮୭, ୮୮ ବ୍ୟାଚର ବହୁ ବରିଷ୍ଠ ଅଧିକାରୀଙ୍କୁ ବାଦ୍ ଦେଇ ଉନ୍ନୟନ କମିଶନର ଭାବେ ୧୯୮୯ ବ୍ୟାଚ୍ର ଆଇଏଏସ୍ ଅଫିସର୍ ପ୍ରଦୀପ ଜେନାଙ୍କ ଉପରେ ଭରସା କରିଛନ୍ତି ସରକାର। ପ୍ରଦୀପ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ଏସଆରସି ରହିଛନ୍ତି। ଏସଆରସି ଭାବେ ସଫଳତାର ସହ ବାତ୍ୟା, ବନ୍ୟା ପରିଚଳାନ କରିଥିବା ପ୍ରଦୀପ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଶକ୍ତି, ଜଳସଂପଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ କାମ କରିଛନ୍ତି।

ଏବେକାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବ ସେ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ ପ୍ରସଙ୍ଗରେ ପରାମର୍ଶ ଦେବେ। ତେବେ ପଶ୍ଚିମ ଓଡିଶା ବିକାଶ ପରିଷଦରେ ପ୍ରାୟତଃ ରାଜନେତାମାନଙ୍କୁ ନିଯୁକ୍ତି ମିଳିଥାଏ। ଅସିତଙ୍କୁ ଏହି ପଦରେ ନିଯୁକ୍ତି ମିଳିଥିବାରୁ ପଶ୍ଚିମ ଓଡ଼ିଶାର ଅନେକ ଆଶାୟୀଙ୍କୁ ନିରାଶ ହେବାକୁ ପଡିଛି। ସେପଟେ ଅସିତଙ୍କ ପାଇଁ ବି ରାଜନୀତିକୁ ଏଣ୍ଟ୍ରି ମାରିବା ସୁଯୋଗ ଆସିଥିବା କୁହାଯାଉଛି। ଏପରିକି ଆଗାମୀ ଦିନରେ ବଲାଙ୍ଗିର ପଲିଟିକ୍ସରେ ତାଙ୍କ ଭୂମିକାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story