Advertisment

କୋଟିଆ ପାଇଁ ୧୯’ରେ କ’ଣ ଯୁକ୍ତି ରଖିବେ ରାଜ୍ୟ ସରକାର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର। କୋଟିଆକୁ ନିଜର ବୋଲି ଦର୍ଶାଇବା ସହ ସମସ୍ତ କାଗଜପତ୍ର ଦାଖଲ କରିବ। ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଲେଖାଯାଇଛି ଚିଠି। କୋଟିଆକୁ ନେଇ ଥିବା ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛିା ଗଞ୍ଜେଇପଦର, ପାଟୁ ସିନେରି, ଫଗୁଣ ସିନେରୀ ଭଳି ଅଞ୍ଚଳ କେରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ । ଏହାକୁ ନେଇ ୧୯୬୯ ମସିହାର ରେକର୍ଡ ପତ୍ର ଏକାଠି କରିବାକୁ […]

ଅଦ୍ୟତନ ହୋଇଛି
ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ ଯୋଗୀ ସରକାର ଛାନିଆ, ଆରମ୍ଭ ହେଲା ଗିରଫଦାରି

supreme-court

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର। କୋଟିଆକୁ ନିଜର ବୋଲି ଦର୍ଶାଇବା ସହ ସମସ୍ତ କାଗଜପତ୍ର ଦାଖଲ କରିବ। ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଲେଖାଯାଇଛି ଚିଠି। କୋଟିଆକୁ ନେଇ ଥିବା ସମସ୍ତ ଦସ୍ତାବିଜ୍ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛିା ଗଞ୍ଜେଇପଦର, ପାଟୁ ସିନେରି, ଫଗୁଣ ସିନେରୀ ଭଳି ଅଞ୍ଚଳ କେରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ । ଏହାକୁ ନେଇ ୧୯୬୯ ମସିହାର ରେକର୍ଡ ପତ୍ର ଏକାଠି କରିବାକୁ କୁହାଯାଇଛି। ଏହାସହ ଆବଶ୍ୟକୀୟ କାଗଜପତ୍ରକୁ ବି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ୧୯ରୁ ସୁପ୍ରିମକୋର୍ଟରେ କୋଟିଆ ମାମଲାର ପରବର୍ତ୍ତି ଶୁଣାଣି ରହିଛି ।

Advertisment

ଏହାକୁ ନେଇ ସୁପ୍ରିମକୋର୍ଟ AORଙ୍କ ସହ ଆସନ୍ତା ୧୭ରେ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା ରହିଛି। ଏଥିରେ ରାଜସ୍ୱ ବିଭାଗର ପ୍ରମୁଖ ସଚିବଙ୍କ ସହ ‌ଆଇନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ପୂର୍ବ ଶୁଣାଣିରେ ସର୍ବୋଚ୍ଚ ଅଦାଲତ ଅବମାନନା ମାମଲାକୁ ନେଇ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି  କୋର୍ଟ । କୋଟିଆରେ ଆନ୍ଧ୍ର ଜବରଦସ୍ତି ଅନୁପ୍ରବେଶ କରି ଗତ ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ କରାଇଛି। ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରି କୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଓଡ଼ିଶା । କୋଟିଆ ସମେତ ଓଡ଼ିଶା ସୀମାନ୍ତର କେତେକ ଗାଁରେ ଆନ୍ଧ୍ର ନିର୍ବାଚନ କରାଇବା ପରେ ରାଜ୍ୟରେ ତେଜିଛି ରାଜନୀତି ।

ତେବେ ବିଶେଷକରି ବିଭିନ୍ନ ଭତ୍ତା ବାବଦରେ ଓଡ଼ିଶା ୫,୦୦ ଟଙ୍କା ଦେଉଥିବା ବେଳେ ଆନ୍ଧ୍ରରୁ ମିଳୁଛି ୨୨୫୦ ଟଙ୍କା । ସ୍କୁଲରେ ନାଁ ଲେଖାଇଲେ ପିଲା ପିଛା ଆନ୍ଧ୍ର ୧୫ ହଜାର ଟଙ୍କା ଦେଉଥିବା ବେଳେ ଓଡ଼ିଶା କେବଳ ମାଗଣାରେ ଦେଉଛି ୟୁନିଫର୍ମ । ଏମିତିକି ଜଙ୍ଗଲ ଜମି ପଟ୍ଟା ଥିବା ବ୍ୟକ୍ତିଙ୍କୁ ୧୩ ହଜାର ୫ଶହ ଟଙ୍କାର ସହାୟତା ଦେଉଛି ଆନ୍ଧ୍ର । ସେହିପରି ଓଡ଼ିଶାରେ ମୁଣ୍ଡପିଛା ୫ କିଲୋ ଲେଖାଏଁ ଚାଉଳ ମିଳୁଥିବା ବେଳେ ଆନ୍ଧ୍ର  କୋଟାରେ ପରିବାର ପିଛା ମିଳୁଛି ୩୫ କିଲୋ । ତେଣୁ କୋଟିଆର ଅନେକ ଲୋକେ ଏଥିପ୍ରତି ଆକର୍ଷିତ ହେଉ ଥିବା କୁହାଯାଉଛି।

Advertisment
Kotia Issue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe