ସାର୍ଥକ ମହାପାତ୍ର
ଜାହାଜ ଭିତରେ ଅଛି କ’ଣ ? କ’ଣ ପାଇଁ ଏହା ଭିତରେ ବୁଲିବାକୁ ଦେଲେନି କମ୍ପାନୀ କର୍ତ୍ତୃପକ୍ଷ ? ସାର୍ଥକଙ୍କ କ୍ୟାବିନ୍ ଛଡ଼ା କାହିଁକି, ଅନ୍ୟ ଆଡକୁ ଛଡ଼ାଗଲାନି ?
କ୍ରିୟୁ ମେମ୍ବର ଓ ଷ୍ଟାଫଙ୍କ ସହ କଥା ହେବାକୁ କାହିଁକି ବାରଣ କରାଗଲା ? ଏମିତି କିଛି ପ୍ରଶ୍ନରେ ଛନ୍ଦି ହୋଇପଡିଛି ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣା।
ମଝି ସମୁଦ୍ରରୁ ସାର୍ଥକ କେଉଁଆଡେ ନିଖୋଜ ହୋଇଯିବା ପରେ ଏବେ କେହି ତାଙ୍କ ପତ୍ତା ପାଉ ନାହାନ୍ତି। ମା’ ରଶ୍ମିତା ମହାପାତ୍ର ପୁଅକୁ ଖୋଜି ଆଣିବାକୁ ନିବେଦନ କରିବା ସହ ସରକାରୀ ସହାୟତା ଲୋଡିଥିଲେ। ନିଜ ଭାଇଙ୍କ ସହ ରଶ୍ମିତା ଓଡ଼ିଶାରୁ(odisha) ସିଙ୍ଗାପୁର ବି ଯାଇଥିଲେ। ପୁଅ ହଜିଥିବା ଜାହାଜ ଭିତରେ ଥିବା ସାର୍ଥକଙ୍କ କ୍ୟାବିନକୁ ବି ଯାଇଥିଲେ। ଆଉ ଆଜି ଭୁବନେଶ୍ୱର ଫେରିବା ପରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ସାର୍ଥକଙ୍କ ମା’ ଆଉ ମାମୁ।
କ’ଣ ଲୁଚାଇବାକୁ ଚେଷ୍ଟା କରୁଛି କମ୍ପାନୀ? ତାକୁ ନେଇ ମନରେ ଅନେକ ପ୍ରଶ୍ନ ବି ଉଠିଛି। ମଝି ସମୁଦ୍ରରେ ଯେଉଁ ଜାହାଜରୁ ରହସ୍ୟମୟ ଭାବେ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଥିଲେ, ସେହି ଜାହାଜ ବୁଲିବା ପାଇଁ ପରିବାର ଲୋକଙ୍କୁ ଅନୁମତି ମିଳିଥିଲା।
ନିଖୋଜ ନାବିକଙ୍କ ମାଆ ରଶ୍ମିତା ଓ ମାମୁଙ୍କ ସମେତ ଭାରତ ସରକାରଙ୍କ DG ଶିପିଂ ଦୁଇ ବରିଷ୍ଠ ଅଧିକାରୀ ସେଠାକୁ ଯାଇଥିଲେ। ହେଲେ ସାର୍ଥକଙ୍କ ପତ୍ତା ମିଳି ନ ଥିଲା। ଏପଟେ ସାର୍ଥକଙ୍କ ମାମୁ ଅଭିଯୋଗ କରିଛନ୍ତି ଯେ କମ୍ପାନୀ କର୍ତ୍ତପକ୍ଷ ତାଙ୍କୁ ସହଯୋଗ କରୁ ନାହାନ୍ତି। ଭେସେଲ ଭିତରେ ଦୁଇ ଘଣ୍ଟାରୁ ଅଧିକ ସମୟ ଅଟକିବାକୁ ଦେଲେନି।
କ୍ୟୁ ମେମ୍ବର ଓ ଷ୍ଟାଫଙ୍କ ସହ କଥା ହେବାକୁ ବାରଣ କଲେ। ସାର୍ଥକଙ୍କ କ୍ୟାବିନ ଛଡା ଜାହାଜର ଅନ୍ୟ କୌଣସି ସ୍ଥାନକୁ ଦେଖିବାକୁ ଦିଆଗଲାନି ବୋଲି ସେ କହିଛନ୍ତି। ମାମୁଙ୍କ ଏପରି ବୟାନ ପରେ ସାର୍ଥକଙ୍କ ନିଖୋଜ ଘଟଣାକୁ ନେଇ ସନ୍ଦେହ ବଢିଛି। କମ୍ପାନୀ କିଛି ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ମେରାଇନ ପୁଲିସ ପାଖରେ ଅଭିଯୋଗ କରିବାକୁ ସେ ପ୍ରସ୍ତୁତ ହେଉଥିବା କହିଛନ୍ତି।
୧୪ ଜୁଲାଇ ୨୦୨୫ ମସିହାରୁ ଆଙ୍ଗଲୋ ଇଷ୍ଟର୍ଣ୍ଣ ଶିପ ମ୍ୟାନେଜମେଣ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ସଂସ୍ଥାରେ ନିଯୁକ୍ତ ଥିଲେ ସାର୍ଥକ। EA JERSEY ଜାହାଜରେ ସେ କ୍ରୁ ମେମ୍ବର ଭାବେ ଇଣ୍ଟର୍ଣ୍ଣଶିପ୍ କରୁଥିଲେ। ଚାଇନାରୁ ୱେଷ୍ଟ ଆଫ୍ରିକା ଆଉ ସିଙ୍ଗାପୁର ଦେଇ ସେ ଥିବା ଜାହାଜଟି ଚାଇନା ଫେରିଥାନ୍ତା।
ହେଲେ ମଝି ସମୁଦ୍ରରେ ସିଙ୍ଗାପୁର ପାଖରେ ଜାହାଜରେ ଥିବା ସାର୍ଥକ ନିଜ ରୁମରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ। ଯାହାକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି।
ରିପୋର୍ଟ ଜ୍ୟୋତି ପ୍ରକାଶ ପତି, ଓଡ଼ିଶା ରିପୋର୍ଟର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/17/sea-2026-02-17-18-58-17.jpg)