Advertisment

ଠକି ଦେଲେ ସରକାର, ପଞ୍ଚାୟତ ନିର୍ବାଚନରେ ଜବାବ ଦେବେ କ୍ଷତିଗ୍ରସ୍ତ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ କୋଟି କୋଟି ଟଙ୍କା ଠକି ଖାଇଗଲା ଚିଟ୍ ଫଣ୍ଡ କମ୍ପାନୀ। ଏଥିରୁ କିଛି ଲୋକଙ୍କୁ ଟଙ୍କା ଫେରସ୍ତ ମିଳିଥିବା ବେଳେ ଏବେବି ଅନେକ ଲୋକ ନିଜର ଉପାର୍ଜିତ ଟଙ୍କା ପାଇବା ଆଶାରେ ଅଛନ୍ତି। ଚିଟଫଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିଶନ ଗଠନ କରାଯାଇଥିଲା। ଆଉ ଏଥିପାଇଁ ୩୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ପ୍ରସ୍ତୁତ ହୋଇଥିଲା। କିନ୍ତୁ କମିଶନ ବନ୍ଦ ହେବା ପରେ ଏବେ ଜମାକାରୀଙ୍କ ସତ୍ୟପାଠ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଠକି ଦେଲେ ସରକାର, ପଞ୍ଚାୟତ ନିର୍ବାଚନରେ ଜବାବ ଦେବେ କ୍ଷତିଗ୍ରସ୍ତ!

chit-fund

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ କୋଟି କୋଟି ଟଙ୍କା ଠକି ଖାଇଗଲା ଚିଟ୍ ଫଣ୍ଡ କମ୍ପାନୀ। ଏଥିରୁ କିଛି ଲୋକଙ୍କୁ ଟଙ୍କା ଫେରସ୍ତ ମିଳିଥିବା ବେଳେ ଏବେବି ଅନେକ ଲୋକ ନିଜର ଉପାର୍ଜିତ ଟଙ୍କା ପାଇବା ଆଶାରେ ଅଛନ୍ତି। ଚିଟଫଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିଶନ ଗଠନ କରାଯାଇଥିଲା। ଆଉ ଏଥିପାଇଁ ୩୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ପ୍ରସ୍ତୁତ ହୋଇଥିଲା। କିନ୍ତୁ କମିଶନ ବନ୍ଦ ହେବା ପରେ ଏବେ ଜମାକାରୀଙ୍କ ସତ୍ୟପାଠ କମିଶନ କାର୍ଯ୍ୟାଳୟରେ ଖତ ଖାଉଛି। ଏପରିକି ଚିଟଫଣ୍ଡ ସଂସ୍ଥ୍ୟା ଗୁଡ଼ିକ ଠାରୁ କେତେ ସମ୍ପତ୍ତି ଜବତ ହେଲା, ତା’ର ମଧ୍ୟ କୌଣସି ହିସାବ ମିଳୁନାହିଁ। ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ତେଣୁ ଏହା ପୂର୍ବରୁ ଯଦି କୌଣସି ନିଷ୍ପତ୍ତି ନିଆନଯାଏ, ତାହେଲେ ନିଜର କଷ୍ଟ ଉପାର୍ଜିତ ଟଙ୍କା ଫେରିପାଇବା ପାଇଁ ଆଶା ଛାଡ଼ିଥିବା କ୍ଷତିଗ୍ରସ୍ତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜବାବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି।

Advertisment

୨୦୧୩ରେ ଗଠନ ହୋଇଥିଲା କମିଶନ, ଯାହା ୨୦୨୦ ଜୁଲାଇରେ ବନ୍ଦ ହୋଇଗଲା। ସେହିବର୍ଷ ଫେବୃଆରୀ ୪ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ। ହେଲେ ସରକାର ଆଉ ତାଙ୍କର କାର୍ଯ୍ୟକାଳ ବଢ଼ାଇଲେ ନାହିଁ। କମିଶନ ଓ ତାଙ୍କ କର୍ମଚାରୀଙ୍କ ବେତନ ବାବଦକୁ ଖର୍ଚ୍ଚ ହୋଇଥିଲା ପ୍ରାୟ ୬ ଲକ୍ଷ ୮୮ ହଜାର ଟଙ୍କା। କମିଶନଙ୍କ ଠାରୁ ନ୍ୟାୟ ପାଇବା ଆଶାରେ ୨ଟି ପର୍ଯ୍ୟାୟରେ ପ୍ରାୟ ୧୫ ଲକ୍ଷ ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ଦାଖଲ ୮ ଲକ୍ଷ ୮୬ ହଜାର ସତ୍ୟପାଠର ଶୁଣାଣି କରି କମିଶନ ୭ଟି ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ଦେଇଥିଲେ। ଯେଉଁଥିରେ କମିଶନ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କ ସହ ୪୫୦ଟି ଠକ ସଂସ୍ଥାକୁ ଚିହ୍ନଟ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୭ ଲକ୍ଷରୁ ଅଧିକ ସତ୍ୟପାଠ ଉପରେ କାମ ଆରମ୍ଭ ବେଳକୁ ବନ୍ଦ ହୋଇଗଲା କମିଶନ।

Advertisment

କମିଶନ ଚିହ୍ନଟ କରିଥିବା ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରୁ ମାତ୍ର ୨୫ଶହଙ୍କୁ ଜମାଟଙ୍କା ଫେରସ୍ତ କରାଯାଇଥିଲା। ତେବେ କେତୋଟି ଚିଟଫଣ୍ଡ ସଂସ୍ଥାଠାରୁ କେତେ ସମ୍ପତ୍ତି ଆଟାଚ୍ ହେଲା, ଆଉ କେତେ ବିକ୍ରି ହେଲା, ସେସବୁର କୌଣସି ହିସାବ ମିଳୁନି। କେବଳ ସେତିକି ନୁହେଁ, ଅର୍ଥନୈତିକ ଅପରାଧ ଶାଖା, ସିବିଆଇ, ଜିଲ୍ଲା ପୁଲିସ ପକ୍ଷରୁ ମାମଲାର ଫାଇନାଲ୍ ଚାର୍ଜସିଟ୍ ବି ଦାଖଲ ହୋଇନି। ଏଭଳି ବିଳମ୍ବିତ ପ୍ରକ୍ରିୟା ଯୋଗୁ ସତ୍ୟପାଠ ଦାଖଲ କରିଥିବା ୧୫ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ କେବେ ମିଳିବ ଟଙ୍କା, ତାହା ବଡ଼ ପ୍ରଶ୍ନ ଛିଡ଼ା କରିଛି।