Advertisment

ଓଡ଼ିଶାରେ ସବୁ ଜିଲ୍ଲାରେ ମେଡିକାଲ କଲେଜ କେବେ?

ଓଡ଼ିଶାରେ ୩୦ଟି ଜିଲ୍ଲା ଥିବାବେଳେ ଏବେ ସୁଦ୍ଧା ୧୧ଟି ସରକାରୀ ଓ ୪ଟି ଘରୋଇ ମେଡିକାଲ କଲେଜ ହୋଇପାରିଛି।

ଅଦ୍ୟତନ ହୋଇଛି
undefined

Doctors

Advertisment

ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ପ୍ରାୟ ୬୦ ବର୍ଷ ପୂର୍ବରୁ ଖୋଲିଥିଲା ମାତ୍ର ତିନିଟି ସରକାରୀ ମେଡିକାଲ କଲେଜ। ମାତ୍ର ୫ ବର୍ଷ ତଳେ ଅର୍ଥାତ୍ ୨୦୧୭ ମସିହାରେ ପୁଣି ଥରେ ଖୋଲିଲା ନୂଆ ସରକାରୀ ମେଡିକାଲ କଲେଜ। ୨୦୧୭ ମସିହା ସେପଟେମ୍ବର ମାସର ପ୍ରଥମ ସପ୍ତାହରେ ଖୋଲିଲା କୋରାପୁଟ ଓ ବାରିପଦାରେ ନୂଆ ମେଡିକାଲ କଲେଜ। ସଂଘୀୟ ବ୍ୟବସ୍ଥାରେ ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ ହୋଇଥିଲେ ସୁଦ୍ଧା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ୨୦୧୪ ପରେ ୧୫୭ ମେଡିକାଲ କଲେଜ ଖୋଲିବା ପାଇଁ ଅନୁମତି ମିଳିଛି। ଯେଉଁଥିରେ କେବଳ କଲେଜର ଭିତ୍ତିଭୂମି ପ୍ରତିଷ୍ଠା ପାଇଁ କେନ୍ଦ୍ର ୬୦% ଅର୍ଥ ଦେବା ଆରମ୍ଭ କଲା କେନ୍ଦ୍ର। ତେବେ ଏହାର ସୁଯୋଗ ନେଇ ଅନେକ ରାଜ୍ୟରେ ସରକାରୀ ସହ ଘରୋଇ ସହଭାଗିତା ବା ପିପିପି ମୋଡରେ ହେଉ ବା ଘରୋଇ ଭାବେ ହେଉ ରାଜ୍ୟରେ ଥିବା ଜିଲ୍ଲା ତୁଳନାରେ ମେଡିକାଲ କଲେଜ ଓ ମେଡିକାଲ ସିଟ୍ ସଂଖ୍ୟା ଯଥେଷ୍ଟ ବଢ଼ିଥିବାବେଳେ ଓଡ଼ିଶା ଏବେ ବି ଢ଼େର ପଛରେ ପଡ଼ିଯାଇଛି।

Advertisment

ଏ ନେଇ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ୍ ହେଲଥ (ଆଇଆଇପିଏଚ)ର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଶ୍ରୀଧର କଦମ କହିଛନ୍ତି, ୧୯୯୧ର ଉଦାରୀକରଣ ପରେ ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟଗୁଡ଼ିକ ଅଧିକାଂଶ ସଂଖ୍ୟାରେ ଘରୋଇ ମେଡିକାଲ କଲେଜ ଖୋଲିବାକୁ ସୁଯୋଗ ଦେଲେ। ବହୁ ଅଧ୍ୟାପକ ସୃଷ୍ଟି ହୋଇପାରିଲେ। ତେଣୁ ସେମାନେ ପରବର୍ତ୍ତୀ ସମୟରେ ଅଧିକ ସରକାରୀ ମେଡିକାଲ କଲେଜ ବି ଖୋଲିପାରିଲେ। ଓଡ଼ିଶା ୨୦୦୫ ପରେ ଘରୋଇ ମେଡିକାଲ କଲେଜ ଖୋଲିବାକୁ ସୁଯୋଗ ଦେଲା। ତେବେ ଓଡ଼ିଶା ଏହି କାରଣରୁ ପଛରେ ରହିଯାଇଛି।

Tableଗତ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ତଥ୍ୟ।
Advertisment

ନିକଟରେ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭାରେ ଦେଶରେ ସରକାରୀ ଓ ଘରୋଇ ମେଡିକାଲ କଲେଜ ଓ ଏମବିବିଏସ ସିଟ ସଂଖ୍ୟା ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାୱାର ଉତ୍ତର ଦେଇଥିଲେ। ଏଥିରେ ଦର୍ଶାଇଥିଲେ ରାଜସ୍ଥାନରେ ୩୩ଟି ଜିଲ୍ଲା ଥିବା ବେଳେ ୨୧ଟି ସରକାରୀ ଓ ୯ଟି ଘରୋଇ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ଦର୍ଶାଯାଇଛି। ସେହିଭଳି ଗୁଜରାଟରେ ୩୩ଟି ଜିଲ୍ଲା ଥିବା ବେଳେ ୨୩ଟି ସରକାରୀ ଓ ୧୩ଟି ଘରୋଇ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ତାମିଲନାଡୁରେ ୩୮ଟି ଜିଲ୍ଲା ଥିବା ବେଳେ ୩୮ଟି ସରକାରୀ ଓ ୩୩ଟି ଘରୋଇ ମେଡିକାଲ କଲେଜ ହୋଇପାରିଛି। ମହାରାଷ୍ଟ୍ରରେ ୩୫ଟି ଜିଲ୍ଲା ଥିବାବେଳେ ୩୦ଟି ସରକାରୀ ଓ ୩୩ଟି ଘରୋଇ ମେଡିକାଲ ରହିଛି। ହେଲେ ଓଡ଼ିଶାରେ ୩୦ଟି ଜିଲ୍ଲା ଥିବାବେଳେ ଏବେ ସୁଦ୍ଧା ୧୧ଟି ସରକାରୀ ଓ ୪ଟି ଘରୋଇ ମେଡିକାଲ କଲେଜ ହୋଇପାରିଛି। ଅନ୍ୟପଟରେ ଓଡ଼ିଶାରେ ୫ ବର୍ଷରେ ଖୋଲିଥିବା ନୂଆ ମେଡିକାଲ କଲେଜଗୁଡ଼ିକରେ ମାତ୍ର ହାତଗଣତି ସ୍ଥାୟୀ କର୍ମଚାରୀ ନିଯୁକ୍ତି ହୋଇଥିବା ବେଳେ ଅଧିକାଂଶ କର୍ମଚାରୀ ଠିକା ଓ ଆଉଟସୋର୍ସିଂ ଏଜେନସି ଜରିଆରେ ଚାଲିଥିବା ଦେଖାଯାଉଛି। ଜିଲ୍ଲା ଓ ବ୍ଲକ ସ୍ତରରେ ଲୋକ ଉପଯୁକ୍ତ ଚିକିତ୍ସା ପାଉନାହାନ୍ତି।

ରିପୋର୍ଟ- ଲକ୍ଷ୍ମୀନାରାୟଣ କାନୁନ୍‌ଗୋ

Odisha Odisha Medical College
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe