Advertisment

ଓଡ଼ିଶାରେ କେବେ ଖୋଲିବ ସ୍କୁଲ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରଥମରୁ ଦ୍ୱାଦଶ ସ୍କୁଲ ଖୋଲି ପାରିନାହିଁ। ପିଲାମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ହେଲେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଆସନ୍ତାକାଲି ସ୍କୁଲ ଖୋଲୁଥିବା ବେଳେ ଜାନୁଆରୀ ୨୪ରେ ମହାରାଷ୍ଟ୍ରରେ, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ମଙ୍ଗଳବାର ଖୋଲିଛି। ଏପରି ସ୍ଥିତିରେ ଓଡ଼ିଶାରେ କେବେ ଖୋଲିବ ସ୍କୁଲ? କେବେ ଆରମ୍ଭ ହେବ କ୍ଲାସରୁମ୍‌ ପାଠ ପଢ଼ା? କରୋନାର ତୃତୀୟ ଲହର କୋପ କମିବା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ […]

author-image
Ranjit Kumar Jena
ସ୍କୁଲରେ ଗୀତା ପଢ଼ିବେ ପିଲା, ଏହି ସରକାର ନେଲେ ନିଷ୍ପତ୍ତି

school-student

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରଥମରୁ ଦ୍ୱାଦଶ ସ୍କୁଲ ଖୋଲି ପାରିନାହିଁ। ପିଲାମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ହେଲେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଆସନ୍ତାକାଲି ସ୍କୁଲ ଖୋଲୁଥିବା ବେଳେ ଜାନୁଆରୀ ୨୪ରେ ମହାରାଷ୍ଟ୍ରରେ, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ମଙ୍ଗଳବାର ଖୋଲିଛି। ଏପରି ସ୍ଥିତିରେ ଓଡ଼ିଶାରେ କେବେ ଖୋଲିବ ସ୍କୁଲ? କେବେ ଆରମ୍ଭ ହେବ କ୍ଲାସରୁମ୍‌ ପାଠ ପଢ଼ା? କରୋନାର ତୃତୀୟ ଲହର କୋପ କମିବା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦେଖି ଏବେ ଉଠିଛି ଏଭଳି ପ୍ରଶ୍ନ।

Advertisment

ଓଡ଼ିଶାରେ ଶୀଘ୍ର ସ୍କୁଲ ଖୋଲିବାକୁ ଦାବି ଜୋର ଧରିଛି। କିନ୍ତୁ ବିଧିବଦ୍ଧ ଭାବେ ସ୍କୁଲ ଖୋଲିବାକୁ ସରକାରୀ ଭାବେ ନିଷ୍ପତ୍ତି ହୋଇନି। ତେବେ ବହୁ ସ୍ଥାନରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଡାଉଟ୍ କ୍ଲିୟର କ୍ଲାସ୍ ଚାଲିଛି। ଗଂଜାମ ଜିଲ୍ଲା ପୋଲସରା ବ୍ଲକ ବାଲିଛାଇ ସ୍କୁଲରେ ପିଲାମାନେ ନିୟମିତ ୧୦ଟାରୁ ୪ ଯାଏଁ କ୍ଲାସରୁମରେ ବସି ପାଠ ପଢୁଛନ୍ତି। ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କହିଛନ୍ତି, ପିଲାଙ୍କ ପାଖରେ ମୋବାଇଲ୍ ଫୋନର ଅଭାବ ଓ ନେଟୱର୍କ ସମସ୍ୟା ଯୋଗୁଁ ଅନଲାଇନ୍ କ୍ଲାସର ସୁଫଳ ମିଳୁନାହିଁ। ତେଣୁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଡାଉଟ୍ କ୍ଲିୟର କ୍ଲାସ୍ ଚାଲିଛି।

ଜୟପୁର ସହରର ପାରାବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ବାରଣ୍ଡାରେ ପିଲାଙ୍କୁ ସାମାଜିକ ଦୁରତ୍ୱ ବଜାୟ ରଖିବା ସହ ମାସ୍କ ପରିଧାନ କରି ପିଲାଙ୍କୁ ପାଠ ପଢାଉଥିବା ଦେଖିବାକୁ ମିଳିଛି। ପିଲାଙ୍କୁ ପାଠ ପଢାଇବା ପାଇଁ ୟୁଟ୍ୟୁବ ବ୍ୟବସ୍ଥା ହୋଇଥିଲେ ବି ନେଟୱର୍କ ସମସ୍ୟା ସହ ପିଲାଙ୍କୁ ଗ୍ରୁପ କରି ପାଠ ପଢାଇବା ପାଇଁ ସଠିକ ବ୍ୟବସ୍ଥା ନାହିଁ। ଏପରିକି କିଛି ଅଭିଭାବକଙ୍କ ନିକଟରେ ମୋବାଇଲର ସୁବିଧା ନଥିବାରୁ ପାଠ ପଢା ସମ୍ଭବ ହୋଇପାରୁନଥିବାରୁ ସେମାନଙ୍କ ଅନୁରୋଧ କ୍ରମେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ବାରଣ୍ଡା ପରିସରରେ ପଢାଉଥିବା ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି।

Advertisment

ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଏଭଳି ସ୍ଥିତିରେ ସ୍କୁଲ ଖୋଲିବା ଉଚିତ୍ ହେବ ନା ନାହିଁ? ଯଦିଓ ସରକାରଙ୍କ ପକ୍ଷରୁ ଏ ନେଇ କିଛି ଠୋସ୍ ନିଷ୍ପତ୍ତି ଆସିନାହିଁ, ତେବେ ଶିକ୍ଷାବିତ୍ କିନ୍ତୁ କହୁଛନ୍ତି କୋଭିଡ୍ ନିୟମ ପାଳନ କରି ପିଲାଙ୍କୁ ପଢ଼ାଇବାରେ ଅସୁବିଧା ନାହିଁ। ଦୀର୍ଘ ଦିନ ହେଲାଣି ପିଲା ଘରେ ରହି ବିରକ୍ତି ମନୋଭାବ ପ୍ରକାଶ କରୁଥିବା ବେଳେ ସେମାନଙ୍କ ବୌଦ୍ଧିକ ବିକାଶରେ ମଧ୍ୟ ବାଧା ଉପୁଜିଛି।

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯେ କରୋନା କୋପ ସମ୍ପୂର୍ଣ୍ଣ କମିନାହିଁ। ଡେଲ୍ଟା ଓ ଓମିକ୍ରନ୍ ଭଳି ଭୂତାଣୁ ଏବେ ବି ସକ୍ରିୟ ଅଛନ୍ତି। ଯେହେତୁ ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଓ ସେମାନଙ୍କୁ ଟିକାକରଣ କରାଯାଇ ନାହିଁ। ତେଣୁ ଏତେଶୀଘ୍ର ସେମାନଙ୍କୁ କ୍ଲାସରୁମରେ ଏକାଠି ବସାଇବାର ନିଷ୍ପତ୍ତି ବୁଝିବିଚାରି ନେବାକୁ ପଡ଼ିବ।

ସେପଟେ କୋଭିଡ୍ ଗାଇଡଲାଇନରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଏକ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ସ୍ଥିତି ଦେଖି ଆସନ୍ତା ୨ମାସ ଭିତରେ ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।