Advertisment

ନକଲି ଔଷଧର ମୁଖ୍ୟ କାର୍ପଟଦାର କୁଆଡେ ଗଲେ? ପାଉନି ଏସ୍‌ଟିଏଫ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ନକଲି ଔଷଧ କାରବାର କରି ଲୋକଙ୍କ ଜୀବନ ସହିତ ଖେଳୁଥିବା ମୁଖ୍ୟ କାର୍ପଟଦାର କୁହାଯାଉଥିବା କଟକ ମେଡ଼ିଲଏଡ୍‌ ମେଡ଼ିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଗଲେ କୁଆଡ଼େ? କାହା ଛତ୍ରଛାୟାରେ ତଳେ ସେ ଆତ୍ମଗୋପନ କରିଛନ୍ତି? କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାଙ୍କୁ ଖୋଜି ପାଉନଥିବା ବେଳେ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ଓ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପରେ ସେମାନଙ୍କୁ  ଜିଲ୍ଲା ଜଜ୍‌ କୋର୍ଟରେ ହାଜର […]

author-image
Manoranjan Sial
ଅଦ୍ୟତନ ହୋଇଛି
ନକଲି ଔଷଧର ମୁଖ୍ୟ କାର୍ପଟଦାର କୁଆଡେ ଗଲେ? ପାଉନି ଏସ୍‌ଟିଏଫ୍‌

siba prasad

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ନକଲି ଔଷଧ କାରବାର କରି ଲୋକଙ୍କ ଜୀବନ ସହିତ ଖେଳୁଥିବା ମୁଖ୍ୟ କାର୍ପଟଦାର କୁହାଯାଉଥିବା କଟକ ମେଡ଼ିଲଏଡ୍‌ ମେଡ଼ିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଗଲେ କୁଆଡ଼େ? କାହା ଛତ୍ରଛାୟାରେ ତଳେ ସେ ଆତ୍ମଗୋପନ କରିଛନ୍ତି? କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାଙ୍କୁ ଖୋଜି ପାଉନଥିବା ବେଳେ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ଓ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପରେ ସେମାନଙ୍କୁ  ଜିଲ୍ଲା ଜଜ୍‌ କୋର୍ଟରେ ହାଜର କରାଯାଇଥିଲା। ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ଗିରଫ ୩ ଅଭିଯୁକ୍ତଙ୍କ ପକ୍ଷରୁ ଆଗତ ଜାମିନ ଆବେଦନ ଶୁଣାଣି ସୋମବାର ହେବ ବୋଲି ଜଣାପଡ଼ିଛି।

Advertisment

[caption id="attachment_653307" align="aligncenter" width="650"]Siba Wife ମେଡ଼ିଲଏଡ୍‌ ମେଡ଼ିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦ୍ଦେଶକ[/caption]

କଟକ କନିକା ଛକ ସ୍ଥିତ ମେଡ଼ିଲଏଡ୍‌ ମେଡ଼ିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ଶିବପ୍ରସନ୍ନ ଜେନା। କମ୍ପାନୀର ଅନ୍ୟତମ ନିର୍ଦ୍ଦେଶିକା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ଶିବପ୍ରସନ୍ନ ଜେନାଙ୍କ ପତ୍ନୀ। ଅନ୍ୟ ଜଣେ ହେଲେ ମ୍ୟାନେଜର ପ୍ରୀତିରଂଜନ ପରିଡ଼ା ଓ ଆଉ ଜଣେ ଗୋଦାମ୍ ଇନଚାର୍ଜ ସତ୍ୟପ୍ରକାଶ ମହାନ୍ତି। ଯାହାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ତା’ସହ ଭେଜାଲ୍‌ କାରବାରର ଗୁମର ଫିଟାଇଛି ଏସ୍‌ଟିଏଫ୍‌।

Advertisment

[caption id="attachment_653309" align="aligncenter" width="650"]cuttack ମେଡ଼ିଲଏଡ୍‌ ମେଡ଼ିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ଦୁଇ କର୍ମଚାରୀ[/caption]

କରୋନା ଚିକିତ୍ସା ପାଇଁ ବ୍ୟବହୃତ ଫାଭିପିରାଭିର ଫାଭିମ୍ୟାକ୍ସ-200 ଓ ଫାଭିମ୍ୟାକ୍ସ-400 ବ୍ରାଣ୍ଡର ଔଷଧ ବିକ୍ରି ପାଇଁ ଆଣିଥିଲେ ଏମାନେ। ଯେଉଁ ଷ୍ଟ୍ରିପ୍ର ଦାମ୍‌ ୬୫ ଟଙ୍କା ଥିବା ବେଳେ ତାକୁ ୧୨୯୦ ଟଙ୍କା ଅର୍ଥାତ ୨୦ ଗୁଣା ଦରରେ ବିକ୍ରି ପାଇଁ ଯୋଜନା କରୁଥିଲେ। ତେବେ ଘଟଣାର ମାଷ୍ଟରମାଇଣ୍ଡ ତଥା ମେଡ଼ିଲଏଡ୍ ମେଡ଼ିକେମେଣ୍ଟର ଏମ୍‌ଡି କୁହାଯାଉଥିବା ଶିବ ପ୍ରସନ୍ନ ଜେନା କିନ୍ତୁ ଏବେ ମଧ୍ୟ ଫେରାର ଅଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି।

୨୦୨୧ ଜୁନ୍‌ ୧୨ ତାରିଖରେ ମହାରାଷ୍ଟ୍ର ଡ୍ରଗ୍ସ କଣ୍ଟ୍ରୋଲରଙ୍କଠାରୁ ସୂଚନା ପାଇ କଟକ ମେଡ଼ିଲଏଡ୍‌ ମେଡ଼ିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଚଢ଼ଉ କରାଯାଇଥିଲା। କାରଣ ଏହି ସଂସ୍ଥା ହିମାଚଳପ୍ରଦେଶର ସୋଲାନ୍‌ ସ୍ଥିତ ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର କମ୍ପାନୀଠାରୁ ମଗାଇଥିଲା ଫାଭିମାସ୍କ-400 ଔଷଧା। କିନ୍ତୁ ତଦନ୍ତରେ ଜଣାପଡ଼ିଥିଲା, ସୋଲାନରେ ଏଭଳି କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ। ଆଉ ଏହି ତଦନ୍ତ ଭିତରେ ଏହି ସନ୍ଦେହ ଜନକ କମ୍ପାନୀର ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସ। ଘଟଣାର ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୩ଟି ଟିମ୍‌ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଚଢଉ ଜାରି ରଖିଥିବା ବେଳେ କୁଆଡ଼େ ଖସିଗଲା ମାଷ୍ଟରମାଇଣ୍ଡ ଶିବ ପ୍ରସନ୍ନ ଜେନା?