Advertisment

ନିର୍ବାଚନ ସରିଲା, ଏବେ ଥଇଥାନ ବେଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନିର୍ବାଚନ ତାତି ତୀବ୍ର ହେବା ଦିନଠାରୁ, ରାଜ୍ୟବାସୀ ଫି-ଦିନ୍ ସବୁ ଟିଭିରେ ଗୋଟିଏ ଛବି ଦେଖି ଆସୁଥିଲେ। ଗୋଟେ ଲେଖା କାଗଜ ହାତରେ ଧରି ଶାସକ ଦଳର ତିନିମୂର୍ତ୍ତି, ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଆଗରେ ଠିଆ ହୋଇଥିବେ। କେତେବେଳେ ‘ଓଟିଭି’ର ଭୁଲ୍‌ ତ କେତେବେଳେ ବୈଜୟନ୍ତ ପଣ୍ଡାଙ୍କ ଦୋଷ। ଏ ସବୁ ଅଭିଯୋଗ ନେଇ ଫେରାଦ ହେଉଥିଲେ କମିଶନଙ୍କ ପାଖରେ। ହେଲେ ଆଜି ସେ ଖେଳ ସରିଲା। ଏଣିକି କାହା […]

ନିର୍ବାଚନ ସରିଲା, ଏବେ ଥଇଥାନ ବେଳ

6tn

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନିର୍ବାଚନ ତାତି ତୀବ୍ର ହେବା ଦିନଠାରୁ, ରାଜ୍ୟବାସୀ ଫି-ଦିନ୍ ସବୁ ଟିଭିରେ ଗୋଟିଏ ଛବି ଦେଖି ଆସୁଥିଲେ। ଗୋଟେ ଲେଖା କାଗଜ ହାତରେ ଧରି ଶାସକ ଦଳର ତିନିମୂର୍ତ୍ତି, ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଆଗରେ ଠିଆ ହୋଇଥିବେ। କେତେବେଳେ 'ଓଟିଭି'ର ଭୁଲ୍‌ ତ କେତେବେଳେ ବୈଜୟନ୍ତ ପଣ୍ଡାଙ୍କ ଦୋଷ। ଏ ସବୁ ଅଭିଯୋଗ ନେଇ ଫେରାଦ ହେଉଥିଲେ କମିଶନଙ୍କ ପାଖରେ।

Advertisment

ହେଲେ ଆଜି ସେ ଖେଳ ସରିଲା। ଏଣିକି କାହା ନାଁରେ ଆଉ କାହା ଆଗରେ ଅଭିଯୋଗ କରିବେ ଏହି ତ୍ରିମୂର୍ତ୍ତି? ଏହାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ଲୋକେ ଥଟ୍ଟାରେ କହିଲେଣି, ଏଣିକି ବିଜେଡି ନୂଆ ଯୋଜନା ଆରମ୍ଭ କରି ଏହି ୩ ମୂର୍ତ୍ତିଙ୍କ ଥଇଥାନ କରୁ, ନଚେତ୍‌ ଏମାନେ ଏବେ କରିବେ କ’ଣ?

ଆମେ କହୁଛୁ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ଲେନିନ୍‌ ମହାନ୍ତିଙ୍କ କଥା। ଏମାନଙ୍କ ପ୍ରସଙ୍ଗରେ ଆପଣ ଟିଭି, ଖବରକାଗଜ କି ସୋଶାଲ୍ ମିଡିଆରେ ଯେତିକି ଶୁଣି ନ ଥିବେ କି ପଢ଼ି ନ ଥିବେ ତା’ଠାରୁ ଢେର ଥର ଅଭିଯୋଗ ଦାଖଲ କରିବାକୁ ଯାଉଥିବାର ଦୃଶ୍ୟ ଦେଖିଥିବେ। ଖାଲି ଏ ୩ ଜଣ ନୁହେଁ ବେଳେ ବେଳେ କଂଗ୍ରେସ ଛାଡ଼ି ବିଜେଡି ହାତ ଧରିଥିବା ସୁଲୋଚନା ଦାସଙ୍କୁ ମଧ୍ୟ ଏମିତି ସ୍ଥିତିରେ ଆପଣ ଦେଖିଥିବେ।

Advertisment

ଦଳର ସ୍ଵାର୍ଥ ପ୍ରତି ସମର୍ପିତ ଏଇ ବିଚକ୍ଷଣ ପ୍ରବକ୍ତାମାନେ ଏତେ ପରିଶ୍ରମ କରିବା ପରେ ସେମାନଙ୍କୁ ଦଳ କେଉଁଠି ଓ କେମିତି ଥଇଥାନ କରୁଛି, ତାହା ଖାଲି ଦେଖିବାକୁ ବାକି ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe