/odisha-reporter/media/post_attachments/uploads/2021/04/Vaccine-9.jpg)
Vaccine
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର କୋପ କମାଇବାକୁ ବ୍ୟାପକ କରାଯିବ ଟିକାକରଣ। ପୂର୍ବରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଯାଉଥିବା ବେଳେ ଆଜିଠୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ପାଇଁ ଆରମ୍ଭ ହୋଇଛି ପଞ୍ଜୀକରଣ।
ହେଲେ ଟିକାକରଣକୁ ଅଧିକ ସହଜ କରାଯିବା ନିମନ୍ତେ ନିଆଯାଇଛି ପଦକ୍ଷେପ। ରାଜ୍ୟରେ ୪୫ ବର୍ଷ ବୟସରୁ ଅଧିକ ବୟସ୍କ କରୋନା ରୋଗୀଙ୍କୁ ଦିଆଯିବ କେନ୍ଦ୍ର ଯୋଗାଉଥିବା କରୋନା ଟିକା । ହେଲେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ରାଜ୍ୟ ସରକାର ଯୋଗାଉଥିବା ଟିକା ଦିଆଯିବ।
ରାଜ୍ୟରେ ୪୫ ବର୍ଷ ବୟସରୁ ଅଧିକ ବୟସ୍କ କରୋନା ରୋଗୀଙ୍କୁ ଦିଆଯିବ କେନ୍ଦ୍ର ଯୋଗାଉଥିବା କରୋନା ଟିକା । ଏନେଇ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଏବଂ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ୍। ରାଜ୍ୟର ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ବି ଦିଆଯିବ କେନ୍ଦ୍ର ଦେଉଥିବା ଟିକା ।
ତେବେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ରାଜ୍ୟ ସରକାର ଯୋଗାଉଥିବା ଟିକା ଦିଆଯିବ । ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଦେଉଥିବା ଟିକା ହିଁ ସେମାନଙ୍କୁ ମିଳିବ ବୋଲି ଏସିଏସ୍ ଚିଠି ଲେଖିଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟିକା ଘୋଷଣା କରିସାରିଛନ୍ତି। ତଥାପି ରାଜ୍ୟ ସରକାରମାନେ ଟିକାର ଚଢ଼ା ଦର ଓ ଦର ତାରତମ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦେଶ ସଙ୍କଟ ଭିତର ଦେଇ ଗତି କରୁଥିବା ବେଳେ, ଏହା ମୁନାଫା କମାଇବାର ବେଳ ନୁହେଁ ବୋଲି ବିଭିନ୍ନ ରାଜ୍ୟ ସରକାର ସମାଲୋଚନା କରି କହିଛନ୍ତି।
ଏହାପରେ ଟିକା ଦରକୁ ନେଇ କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା କଂପାନୀମାନଙ୍କୁ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦରର ପୁନର୍ବିଚାର କରିବାକୁ କୁହାଯାଇଛି । ଏବେ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ପାଇଁ କୋଭିସିଲ୍ଡର ଡୋଜ୍ ପିଛାର ଦର ୪ଶହ ଓ ୬ଶହ ଟଙ୍କା । ସେହିପରି କୋଭାକ୍ସିନ୍ ଦର ୬ଶହ ଓ ୧୨ଶହ ଟଙ୍କା ଥିବା ବେଳେ, ଖୁବ୍ଶୀଘ୍ର ଏହା ହ୍ରାସ ପାଇପାରେ ବୋଲି ଆଶା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
