Advertisment

କେଉଁମାନେ ପିନ୍ଧିବେ ମାସ୍କ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂପର୍କରେ ଆଜି ବି ରାଜ୍ୟ ସରକାରଙ୍କ  ମୁଖପାତ୍ର ସୁବ୍ରତ ବାଗଚୀଙ୍କ ତଥ୍ୟ ରଖିଛନ୍ତି। ପ୍ରେସମିଟ୍‌ରେ ସେ କହିଛନ୍ତି ଯେ, ଏଯାବତ ରାଜ୍ୟରେ ମୋଟ ୪୭ଟି ସାମ୍ପଲ ଟେଷ୍ଟ କରାଯାଇଛି। ୪୭ରୁ ୪୬ ନେଗେଟିଭ ଅଛି। ପୂର୍ବରୁ ସେଇ ଜଣେ ମାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ରୋଗୀ କେହି ଚିହ୍ନଟ ହୋଇ ନାହାନ୍ତି। ଆକ୍ରାନ୍ତ ସମ୍ପୃକ୍ତ ବ୍ୟକ୍ତି ଚିକିତ୍ସାଧିନ ଅଛନ୍ତି। ତାଙ୍କ ଅବସ୍ଥା ଭଲ ଅଛି। ଗତକାଲି ୧୨ଟି ସାମ୍ପଲ ଆସିଥିଲା, ସମସ୍ତ […]

ଅଦ୍ୟତନ ହୋଇଛି
କେଉଁମାନେ ପିନ୍ଧିବେ ମାସ୍କ ?

thumb-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂପର୍କରେ ଆଜି ବି ରାଜ୍ୟ ସରକାରଙ୍କ  ମୁଖପାତ୍ର ସୁବ୍ରତ ବାଗଚୀଙ୍କ ତଥ୍ୟ ରଖିଛନ୍ତି। ପ୍ରେସମିଟ୍‌ରେ ସେ କହିଛନ୍ତି ଯେ, ଏଯାବତ ରାଜ୍ୟରେ ମୋଟ ୪୭ଟି ସାମ୍ପଲ ଟେଷ୍ଟ କରାଯାଇଛି। ୪୭ରୁ ୪୬ ନେଗେଟିଭ ଅଛି। ପୂର୍ବରୁ ସେଇ ଜଣେ ମାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

publive-image

ନୂଆ ରୋଗୀ କେହି ଚିହ୍ନଟ ହୋଇ ନାହାନ୍ତି। ଆକ୍ରାନ୍ତ ସମ୍ପୃକ୍ତ ବ୍ୟକ୍ତି ଚିକିତ୍ସାଧିନ ଅଛନ୍ତି। ତାଙ୍କ ଅବସ୍ଥା ଭଲ ଅଛି। ଗତକାଲି ୧୨ଟି ସାମ୍ପଲ ଆସିଥିଲା, ସମସ୍ତ ୧୨ ନେଗେଟିଭ ଜଣାପଡ଼ିଛି। ଆଜି ୬ଟି ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି। ଆଜି ଦିନ ୨ଟା ସୁଦ୍ଧା ୨୧୩୧ ଜଣ ବିଦେଶାଗତ ରେଜିଷ୍ଟ୍ରି କରିଛନ୍ତି। ଆସିଥିବା ୨୧୩୧ ଲୋକ ୮୦ଟି ଦେଶରୁ ଫେରିଛନ୍ତି। ଆସିଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ୨୦% ୟୁଏଇରୁ ଅଛନ୍ତି। ସର୍ବାଧିକ ଖୋର୍ଦ୍ଧା ଓ ଦ୍ୱିତୀୟରେ କଟକ ଜିଲ୍ଲାକୁ ଲୋକ ଆସିଛନ୍ତି।

ସୁସ୍ଥ ଲୋକ ମାସ୍କ ନପିନ୍ଧିବାକୁ ଅନୁରୋଧ କଲେ ସୁବ୍ରତ ବାଗଚୀ। କେବଳ ଅସୁସ୍ଥ ହେଲେ ମାସ୍କ ପିନ୍ଧନ୍ତୁ ବୋଲି ଡାକ୍ତର ପରାମର୍ଶ ଦେଇଥିବା ବାଗଚୀ କହିଛନ୍ତି। ଯଦି ସାନିଟାଇଜର ନମିଳୁଛି, ସାବୁନରେ ହାତ ଧୋଇପାରିବେ। ଧର୍ମୀୟ ଅନୁଷ୍ଠାନ ଗୁଡ଼ିକୁ ସାମାଜିକ ଦୂରତ୍ୱ ବଜାୟ ପାଇଁ କୁହାଯାଇଛି। ସାମାଜିକ ଦୂରତ୍ୱ ନେଇ ସରକାର ଗାଇଡ଼ଲାଇନ ଦେଇଛନ୍ତି। ଦୂଷିତ ପୋଖରୀରେ ନଗାଧୋଇବାକୁ ବାଗଚୀ ପରାମର୍ଶ ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe