Advertisment

କିଏ ବଲାଙ୍ଗିର ସାଂସଦ, ସରକାର ଜାଣନ୍ତି ନାହିଁ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଲୋକସଭା ଆସନରୁ ଏବେ କିଏ ପ୍ରତିନିଧିତ୍ୱ କରୁଛନ୍ତି ଓ ସରକାରୀ ଭାବେ କିଏ ସାଂସଦ ଅଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ଜଳସମ୍ପଦ ବିଭାଗ ପର୍ଯ୍ୟନ୍ତ ସରକାରୀସ୍ତରରେ ଆଦାନପ୍ରଦାନ ହେଉଥିବା ଚିଠି ହିଁ ବଲାଙ୍ଗିରର ସାଂସଦ କିଏ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗିର ଲୋକସଭା ଆସନରୁ ବିଜେପି ନେତ୍ରୀ ସଙ୍ଗୀତା ସିଂହଦେଓ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। […]

author-image
Manoranjan Sial
ଅଦ୍ୟତନ ହୋଇଛି
କିଏ ବଲାଙ୍ଗିର ସାଂସଦ, ସରକାର ଜାଣନ୍ତି ନାହିଁ?

mp

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଲୋକସଭା ଆସନରୁ ଏବେ କିଏ ପ୍ରତିନିଧିତ୍ୱ କରୁଛନ୍ତି ଓ ସରକାରୀ ଭାବେ କିଏ ସାଂସଦ ଅଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ଜଳସମ୍ପଦ ବିଭାଗ ପର୍ଯ୍ୟନ୍ତ ସରକାରୀସ୍ତରରେ ଆଦାନପ୍ରଦାନ ହେଉଥିବା ଚିଠି ହିଁ ବଲାଙ୍ଗିରର ସାଂସଦ କିଏ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

Advertisment

ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗିର ଲୋକସଭା ଆସନରୁ ବିଜେପି ନେତ୍ରୀ ସଙ୍ଗୀତା ସିଂହଦେଓ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ୪ମାସ ଧରି ଶ୍ରୀମତୀ ସିଂହଦେଓ ବଲାଙ୍ଗିରର ସାଂସଦ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପାଇଁ ଏବେବି ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିରର ସାଂସଦ ଅଛନ୍ତି। ଏକଥା ଆମେ କହୁନୁ ବରଂ ଖୋଦ୍ କଳିକେଶ ୨୦୧୯ ଅଗଷ୍ଟ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦେଇଥିବା ଚିଠି ଏବଂ ୨୦୧୯ ସେପ୍ଟେମ୍ବର ୧୯ତାରିଖରେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର କୁମାର ପଟ୍ଟନାୟକ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲେଖିଥିବା ସରକାରୀ ଚିଠିରେ ବଲାଙ୍ଗିର ସାଂସଦ ଭାବେ ସମ୍ବୋଧିତ କରାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଅଗଷ୍ଟ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ଶ୍ରୀ ସିଂହଦେଓ ଯେଉଁ ସମସ୍ୟାର ସମାଧାନ ପାଇଁ ଲିଖିତ ଦାବି ଜଣାଇଥିଲେ ସେହି ଚିଠିକୁ ଆଧାର କରି ହିଁ ଜଳସମ୍ପଦ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିଜର ସବୋର୍ଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି ।

publive-imageଅଗଷ୍ଟ ୩୦ ତାରିଖରେ ନିଜକୁ ସଂସଦର ବିଭିନ୍ନ କମିଟିର ସଦସ୍ୟ ଥିବାର ପରିଚୟ ଦେଇ ଏକ ଲେଟରପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ କଳିକେଶ ଲକ୍ଷ୍ମୀଜୋର ନାଳରେ ବନ୍ଧ ଓ ଚେକଡ୍ୟାମ ନିର୍ମାଣରେ ତ୍ରୁଟି ଯୋଗୁ ବଲାଙ୍ଗିରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିବାବେଳେ ତାଙ୍କ ଅଭିଯୋଗ ଆଧାରରେ ଗତକାଲି ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର ପଟ୍ଟନାୟକ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଶ୍ରୀ ସିଂହଦେଓଙ୍କୁ ମଧ୍ୟ ଏହି ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଛି।

Advertisment

publive-imageତେବେ ପ୍ରଶ୍ନ ଉଠୁଛି, ରାଜ୍ୟର ଏବେ କିଏ ସାଂସଦ ଅଛନ୍ତି ତାହା ସରକାର ଓ ତାଙ୍କ ଅଫିସରମାନେ ଜାଣନ୍ତି ନାହିଁ ନା ବିଜେଡି ପ୍ରେମରେ ଜାଣିଶୁଣି ଜଣେ ନିର୍ବାଚିତ ସାଂସଦଙ୍କୁ ଉପେକ୍ଷା ପାଇଁ ଉଦ୍ୟମ ହେଉଛି ?