ଜୟନାରାୟଣ ମିଶ୍ର କୁଆଡ଼େ ସ୍ୱାସ୍ଥ୍ୟ ମନ୍ତ୍ରୀ? ଘେରାଉ କରିବାକୁ ଆସିଥିବା ମହିଳା ଏମିତି କହିଲେ

ଆଜି ଗୋଟିଏ ସଂଗଠନର ମହିଳାମାନେ ଜୟନାରାୟଣ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଘେରାଉ କରିବାକୁ ଆସିଥିଲେ। ସମସ୍ତଙ୍କ ହାତରେ ଥିଲା ପ୍ଲାକାର୍ଡ। ସେମାନେ ଜୟନାରାୟଣଙ୍କ ବିରୋଧରେ ନାରାବାଜୀ ମଧ୍ୟ କରୁଥିଲେ। ଜୟନାରାୟଣ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

ଆନ୍ଦୋଳନ କରିବାକୁ ଆସିଥିବା ମହିଳା

  • Published: Saturday, 18 February 2023
  • , Updated: 18 February 2023, 06:46 PM IST

ଜୟନାରାୟଣ ମିଶ୍ର? ରାଜ୍ୟ ରାଜନୀତିରେ ରୁଚି ରଖୁଥିବା ବା ନରଖୁଥିବା ପ୍ରତ୍ୟକ ବ୍ୟକ୍ତି ଏହାର ଉତ୍ତର ବୋଧହୁଏ ଠିକ୍‌ ଭାବେ ଦେଇପାରିବେ। ହେଲେ ଇଏ କ’ଣ ହେଲା? ଜୟନାରାୟଣଙ୍କ ବାସଭବନ ଘେରାଉ କରିବାକୁ ଆସିଥିବା ମହିଳାମାନେ ଏମିତି କ’ଣ ଉତ୍ତର ଦେଲେ? କିଏ କହିଲେ ଜୟନାରାୟଣ ମିଶ୍ର ହେଉଛନ୍ତି ବିଧାନସଭା ମନ୍ତ୍ରୀ ତ ଆଉ କିଏ କହିଲେ କ୍ୟାବିନେଟ୍‌ ମନ୍ତ୍ରୀ। ଆଉ କହିଲେ, ଜୟନାରାୟଣ ମିଶ୍ର ହେଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ତେବେ ଏଥରୁ ସ୍ପଷ୍ଟ ହୋଇଛି ଯେ ଯେଉଁ ମହିଳାମାନେ ବାସଭବନ ଘେରାଉ କରିବାକୁ ଆସିଥିଲେ ସେମାନେ ଜାଣିନାହାନ୍ତି ପ୍ରକୃତରେ ଜୟନାରାୟଣ ମିଶ୍ର କିଏ?

ଆଜି ଗୋଟିଏ ସଂଗଠନର ମହିଳାମାନେ ଜୟନାରାୟଣ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଘେରାଉ କରିବାକୁ ଆସିଥିଲେ। ସମସ୍ତଙ୍କ ହାତରେ ଥିଲା ପ୍ଲାକାର୍ଡ। ସେମାନେ ଜୟନାରାୟଣଙ୍କ ବିରୋଧରେ ନାରାବାଜୀ ମଧ୍ୟ କରୁଥିଲେ। ଜୟନାରାୟଣ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଠିକ୍‌ ସେହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଶୋଭାଯାତ୍ରାରେ ସାମିଲ ଥିବା ମହିଳାମାନଙ୍କୁ ଜୟନାରାୟଣ କିଏ ବୋଲି ପ୍ରଶ୍ନ କରିଥିଲେ?

ଏହାର ଉତ୍ତରରେ ଜଣେ ମହିଳା କହିଥିଲେ, ଜୟନାରାୟଣ ମିଶ୍ରଙ୍କ ବିରୋଧରେ ରାଲି କରିବାକୁ ଆସିଛୁ। ଜୟନାରାୟଣ ହେଉଛନ୍ତି ବିଧାନସଭା ମନ୍ତ୍ରୀ? ନା ନା ସେ ହେଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ବୋଲି ମହିଳା ଜଣଙ୍କ କହିଥିଲେ।

ରାଲିରେ ଯୋଗଦେଇଥିବା ଆଉ ଜଣେ ଜଣେ ମହିଳା କହିଛନ୍ତି, ରାଲିକୁ ଆସିଛି। ସମସ୍ତେ ଡାକିଲେ ବୋଲି ଚାଲି ଆସିଲି। ଆଉ ଜଣେ ମହିଳା କହିଛନ୍ତି, ଜୟନାରାୟଣଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆସିଛି। ସେ କୁଆଡେ ଜଣେ ଲେଡିସ୍‌ଙ୍କୁ ବାଡ଼େଇଛନ୍ତି। ଜୟନାରାୟଣ କିଏ ପ୍ରଶ୍ନରେ ମହିଳା ଜଣକ କହିଛନ୍ତି, ଜୟନାରାୟଣ କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି।

ଆଉ ଜଣେ ମହିଳା କହିଛନ୍ତି, ଜୟନାରାୟଣ କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି। ସେ କେଉଁ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି ମୁଁ ଜାଣିନି ବୋଲି କହିଛନ୍ତି।

ରାଲିରେ ଯୋଗଦେଇଥିବା ଆଉ ଜଣେ ମହିଳା କହିଛନ୍ତି, ଜୟନାରାୟଣ ମିଶ୍ରଙ୍କ ବିରୋଧରେ ରାଲି କରିବା ପାଇଁ ଆସିଛି। ସେ ମହିଳାଙ୍କୁ ଅସମ୍ମାନ କରିଛନ୍ତି। ଜୟନାରାୟଣ ମିଶ୍ର କିଏ ପ୍ରଶ୍ନରେ ମହିଳା ଜଣଙ୍କ କହିଛନ୍ତି, ଜୟନାରାୟଣ ବିଧାନସଭା ମନ୍ତ୍ରୀ ଅଛନ୍ତି। ନା ନା ନା ସେ ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ରାଜନୀତିରେ ଜଣେ ପରିଚିତ ଚେହେରା ହେଉଛନ୍ତି ଜୟନାରାୟଣ ମିଶ୍ର। ସେ ସମ୍ୱଲପୁର ବିଧାୟକ ରହିବା ସହିତ ବିଧାନସଭାର ବିରୋଧୀ ଦଳ ନେତା ମଧ୍ୟ ରହିଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରିବାର ନିଜର ରହିଛି। ସେ ସବୁବେଳେ ନିଜର ତୁଣ୍ଡ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।

ରାଜ୍ୟ କ୍ୟାବିନେଟ୍‌ର ପାୱାରଫୁଲ୍‌ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଓ ଜୟନାରାୟଣ ଏବେ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମାଣାତ୍ମକ ଆଭିମୁଖ୍ୟ ଆପଣାଇଛନ୍ତି। ପ୍ରତିଦିନ ନୂଆ ଅଭଯୋଗ ଆଣି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣ ପାଇଁ ଅନେକ ସମୟରେ ଗଣମାଧ୍ୟମର ଶିରୋନାମାରେ ରହୁଛନ୍ତି ଜୟନାରାୟଣ। ଏହା ସତ୍ତ୍ୱେ ମହିଳାମାନେ ବିକ୍ଷୋଭ କରିବାକୁ ଆସି କେମିତି ଜୟନାରାୟଣଙ୍କୁ ଜାଣିପାରିଲେ ନାହିଁ?

Related story