Advertisment

ମମତା ପଣ୍ଡା କିଏ, ବିଦ୍ୟାଭାରତୀଙ୍କ ସହିତ ତାଙ୍କର ସମ୍ପର୍କ କ’ଣ?

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ମମତା ପଣ୍ଡା କିଏ? ତାଙ୍କର ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟଭାରତୀ ପଣ୍ଡାଙ୍କ ସହିତ କି ସମ୍ପର୍କ ରହିଛି? ସେ କହିଁକି ସୌମ୍ୟଙ୍କୁ ଧରି ଯାଉଥିବା ଆମ୍ୱୁଲାନ୍ସକୁ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍‌ ଛକ୍‌ରେ ଅଟକାଇ ଥିଲେ? ପୁଲିସ୍‌ ବର୍ତ୍ତମାନ ସୁଦ୍ଧା କାହିଁକି ମମତା ପଣ୍ଡାଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ। ମମତା ପଣ୍ଡା ହେଉଛନ୍ତି ଗୁରାଣ୍ଡି ଥାନା ଅଧିକାରୀ। ସୌମ୍ୟଙ୍କ କ୍ୱାର୍ଟର ହେଉଛି ପାରଳାଖେମୁଣ୍ଡି ଥାନା ଅଧୀନରେ। ଯେତେବେଳେ ପାରଳାଖେମୁଣ୍ଡି […]

ଅଦ୍ୟତନ ହୋଇଛି
ମମତା ପଣ୍ଡା କିଏ, ବିଦ୍ୟାଭାରତୀଙ୍କ ସହିତ ତାଙ୍କର ସମ୍ପର୍କ କ’ଣ?

Mamata Panda and BidyaBharat Panda

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ମମତା ପଣ୍ଡା କିଏ? ତାଙ୍କର ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟଭାରତୀ ପଣ୍ଡାଙ୍କ ସହିତ କି ସମ୍ପର୍କ ରହିଛି? ସେ କହିଁକି ସୌମ୍ୟଙ୍କୁ ଧରି ଯାଉଥିବା ଆମ୍ୱୁଲାନ୍ସକୁ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍‌ ଛକ୍‌ରେ ଅଟକାଇ ଥିଲେ? ପୁଲିସ୍‌ ବର୍ତ୍ତମାନ ସୁଦ୍ଧା କାହିଁକି ମମତା ପଣ୍ଡାଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ।

Advertisment

[caption id="attachment_660068" align="aligncenter" width="650"]Mamata Panda and BidyaBharat Panda ମେଡିକାଲ୍‌ରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା[/caption]

ମମତା ପଣ୍ଡା ହେଉଛନ୍ତି ଗୁରାଣ୍ଡି ଥାନା ଅଧିକାରୀ। ସୌମ୍ୟଙ୍କ କ୍ୱାର୍ଟର ହେଉଛି ପାରଳାଖେମୁଣ୍ଡି ଥାନା ଅଧୀନରେ। ଯେତେବେଳେ ପାରଳାଖେମୁଣ୍ଡି ଥାନା ପୁଲିସ ସୌମ୍ୟଙ୍କ କ୍ୱାର୍ଟର ଯାଞ୍ଚ କରୁଥିଲେ, ସେହି ସମୟରେ ୟୁନିଫର୍ମରେ ମମତା ଓ ବିଦ୍ୟାଭାରତୀ ପଣ୍ଡା ସେଠାରେ ଥିଲେ। ତା’ ପରେ ଉଭୟ ମମତା ଓ ବିଦ୍ୟାଭାରତୀ ଗୋଟିଏ ଗାଡ଼ିରେ ଫରେଷ୍ଟ ଗେଟ୍‌ ଛକକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଅପେକ୍ଷା କରିଥିଲା ସୌମ୍ୟଙ୍କ ଦରପୋଡ଼ା ଶରୀର। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ସେଠାରେ ଆମ୍ୱୁଲାନ୍ସ ଅଟକି ରହିଥିଲା। ଅଭିଯୋଗ ହେଉଛି ଆମ୍ୱୁଲାନ୍ସକୁ କୁଆଡ଼େ ମମତା ପଣ୍ଡା ଅଟକାଇ ଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ନିଜ ଥାନା ଛାଡ଼ି ୟୁନିଫର୍ମରେ ଅନ୍ୟ ଥାନା ଅଞ୍ଚଳରେ ମମତା ମାଡ଼ାମ କରୁଥିଲେ କଣ? ସେ କାହିଁକି ବିଦ୍ୟାଭାରତୀଙ୍କ ପାଖେପାଖେ ଥିଲେ? ମେଡ଼ିକାଲ୍‌ଠାରୁ ଆରମ୍ଭ କରି କ୍ୱାର୍ଟର ଓ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ସବୁଠି ମମତାଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ତେବେ ସାଧାରଣରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ମମତା ପଣ୍ଡା କିଏ?

Advertisment

ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ମମତା ପଣ୍ଡା ହେଉଛନ୍ତି ବିଦ୍ୟାଭାରତୀଙ୍କ ସମ୍ପର୍କୀୟା। ସେଥିପାଇଁ ସେ ତାଙ୍କ ପାଖେପାଖେ ରହୁଥିଲେ ବୋଲି ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ପାରଳାଖେମୁଣ୍ଡି ଥାନା ପୁଲିସ ସୌମ୍ୟଙ୍କ କ୍ୱାର୍ଟର ଯାଞ୍ଚ କରୁଥିଲା ବେଳେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟା କୁହାଯାଉଥିବା ମମତା ସେଠି କଣ କରୁଥିଲେ?

ଅଧିକ ପଢ଼ନ୍ତୁ: ବଲାଙ୍ଗିରରେ ବିଦ୍ୟାଙ୍କ ବ୍ୟାଚଲର ପାର୍ଟି

ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା। ସେ କହିଛନ୍ତି, ଘଟଣାସ୍ଥଳରେ ସେ ଉପସ୍ଥିତ ନଥିଲେ। ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି ମମତା କହିଛନ୍ତି।

[caption id="attachment_660069" align="aligncenter" width="650"]Mamata Panda and BidyaBharat Panda ମେଡିକାଲ୍‌ରେ ବିଦ୍ୟାଭାରତୀ[/caption]

ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ସରକାରୀ କ୍ୱାର୍ଟରରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe