Advertisment

ସାମ୍ନାକୁ ଆସିଲେ ରହସ୍ୟମୟୀ ସୋନାଲି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଯୁକ୍ତତିନି ଦ୍ୱୀତୀୟ ବର୍ଷ ଛାତ୍ରୀ ଝରାଫୁଲଙ୍କର ମୃତ୍ୟୁ ଘଟଣାର ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଧିରେ ଧିରେ ରହସ୍ୟରୁ ଉଠୁଛି ପରଦା। ତଦନ୍ତର ଦିଗ ଯେତେ ଆଗଉଛି ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଖିଅ। ଗତ ୨୬ ତାରିଖ ରାତିରେ ଝରାଫୁଲ ଯେଉଁ ସୋନାଲିଙ୍କ ଘରେ ଥିଲେ ବୋଲି କୁହାଯାଉଥିଲା ତାର ମଧ୍ୟ ପରିଚୟ ମଧ୍ୟ ମିଳିଛି। ସେଇ ରହସ୍ୟମୟୀ ଯୁବତୀ ଆଉ କେଇ […]

ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲେ ରହସ୍ୟମୟୀ ସୋନାଲି !

TH 001

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଯୁକ୍ତତିନି ଦ୍ୱୀତୀୟ ବର୍ଷ ଛାତ୍ରୀ ଝରାଫୁଲଙ୍କର ମୃତ୍ୟୁ ଘଟଣାର ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଧିରେ ଧିରେ ରହସ୍ୟରୁ ଉଠୁଛି ପରଦା। ତଦନ୍ତର ଦିଗ ଯେତେ ଆଗଉଛି ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଖିଅ। ଗତ ୨୬ ତାରିଖ ରାତିରେ ଝରାଫୁଲ ଯେଉଁ ସୋନାଲିଙ୍କ ଘରେ ଥିଲେ ବୋଲି କୁହାଯାଉଥିଲା ତାର ମଧ୍ୟ ପରିଚୟ ମଧ୍ୟ ମିଳିଛି। ସେଇ ରହସ୍ୟମୟୀ ଯୁବତୀ ଆଉ କେଇ ନୁହଁ ବରଂ ସୋନାଲି ନାମରେ ନିଜେ ରାକେଶ ଚାଟିଂ କରୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଝରାଫୁଲ ନାୟକ  ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘରେ ରହି ପଢ଼ୁଥିଲେ। ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁକୁ ଫେରି ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରା ଗାଁକୁ ଭୁବନେଶ୍ୱର ଆସିଥିଲେ। ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ଏମିତିକି  ତାଙ୍କ ଭାଇ ମଧ୍ୟ ଝରାଫୁଲଙ୍କ ପାଖକୁ ବାରମ୍ବାର ଫୋନ୍ କରିଥିଲେ।

ସେ ଫୋନ୍ ନ ଉଠାଇବାରୁ ହ୍ୱାଟସ୍‌ଆପ୍‌ରେ ମେସେଜ୍ କରିଥିଲେ। ଫୋନ୍ ଉଠାଇବା ପାଇଁ ମେସେଜ୍‌ରେ ଉଲ୍ଲେଖ କରିଥିଲେ। ଝରାଫୁଲ ଏହାର ଉତ୍ତର ରଖି କହିଥିଲେ ମୁଁ ଠିକ୍ ଅଛି ଏବଂ ମୁଁ ମୋ ସାଙ୍ଗ ସୋନାଲି ଘରେ ଅଛି। ତେବେ ତାଙ୍କ ଭାଇ ସୋନାଲିଙ୍କ ଠିକଣା ଓ ଫୋନ୍ ନମ୍ବର ମାଗିଥିଲେ। ଝରାଫୁଲ ଫୋନ୍ ନମ୍ବର ଦେବା ପରେ ରାତି ୧୨ଟା ପର୍ଯ୍ୟନ୍ତ ପରିବାର ଲୋକ ଚାଟିଂ କରିଥିଲେ। ହେଲେ ସୋନାଲି ନାମରେ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ହିଁ ଚାଟିଂ କରୁଥିଲେ।  ଗେଷ୍ଟ ହାଉସ୍‌ରେ ଥିବା ସତ୍ତ୍ୱେ ସାଙ୍ଗ ଘରେ ଘରେ ରହିଛି ବୋଲି ଚାଟିଂ ରେ ଉତ୍ତର ଦିଆଯାଇଥିଲା। ତେବେ ୨୭ ତାରିଖରେ ଯାଜପୁରରରୁ ରାସ୍ତା କଡ଼ରେ ରହସ୍ୟଜନକ ଭାବେ ଝରାଫୁଲଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏହାରି ଭିତରେ ଝରାଫୁଲଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିଛି। ରାକେଶକୁ ୩ ଦିନ ରିମାଣ୍ଡରେ ନେବ କୁଆଖିଆ ପୁଲିସ। ପୁଲିସକୁ ରିମାଣ୍ଡ ଅନୁମତି ଦେଲେ ଜିଲ୍ଲା ଓ ଦୌରା ଜଜ୍। ଆସନ୍ତାକାଲି ପୂର୍ବାହ୍ନରୁ ୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଯିବ ରାକେଶ।

Advertisment
Jharaphula Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe