jhiaa
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ୯ ବର୍ଷର ନାବାଳିକାକୁ ପାଇବା ପାଇଁ ପାଳିତା ମାଆ ଓ ଜନ୍ମ କଲା ମାଆ ମଧ୍ୟରେ ଦେଖାଦେଇଛି ବିବାଦ। ଭୁବନେଶ୍ୱର ମୁଣ୍ଡା ସାହିରେ ମୁହାଁ ମୁହିଁ ହୋଇଛନ୍ତି ଏହି ଦୁଇ ମାଆ। ଗତକାଲି ଏହି ଦୁଇ ମା’ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ।
ନିଜକୁ ଜନ୍ମିତ ମା’ ବୋଲି ଦାବି କରୁଥିବା ମହିଳା ତାଙ୍କ ଝିଅକୁ କେହି ୨୦ ଦିନ ହେବ ଲୁଚାଇ ରଖିଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ। ଆଜି ପୁଲିସ ମୁଣ୍ଡା ସାହିରୁ ନାବିଳିକା ଝିଅ ଓ ପାଳିତା ମାଆକୁ ମଞ୍ଚଶ୍ୱର ଥାନାକୁ ଆଣିଛି। ସେପଟେ ନିଜକୁ ନାବିଳିକା ଝିଅର ଜନ୍ମିତ ମାଆ ବୋଲି ଦାବି କରୁଥିବା ମହିଳା ବି ମଞ୍ଚେଶ୍ୱର ଥାନାରେ ଅଟକ ଅଛନ୍ତି।
ଗୋଟିଏ ପଟେ ନାବାଳିକାକୁ ଜନ୍ମ ଦେଇଥିବା ମାଆ ଝିଅ ତାଙ୍କର ଦାବି କରୁଥିବା ବେଳେ ପାଳନ କରିଥିବା ମାଆ ତାକୁ ଅସ୍ୱୀକାର କରିଛନ୍ତି। ଲାଳନପାଳନ କରିଥିବା ମା’ କହିଛନ୍ତି, ପ୍ରଥମେ ଝିଅକୁ ଦେବା ବେଳେ ଅନ୍ୟ ମହିଳା ଜଣଙ୍କ ତା ଝିଅ ନୁହଁ ବରଂ ମିଳିଥିବା ଝିଅ ବୋଲି କହୁଥିଲେ। ୯ ବର୍ଷ ଧରି ସ୍ନେହ ଦେଇ ଲାଳନ ପାଳନ କରିବା ପରେ ଝିଅ ତାଙ୍କର ବୋଲି ଏବେ ଦାବି କରୁଛନ୍ତି।
ଏଥିସହ ଝିଅକୁ ଦେବାକୁ ଆଦୌ ମନା କରିଛନ୍ତି ପାଳିତା ମାଆ। ପୁଲିସ ଉଭୟ ମାଆକୁ ମଞ୍ଚେଶ୍ୱର ଥାନାକୁ ଆଣି ପଚରା ଉଚରା କରୁଛି ଏବଂ ଝିଅକୁ ଉଦ୍ଧାର କରିବା ପରେ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି। ଝିଅର ସୁରକ୍ଷା ନିମନ୍ତେ ଉଚିତ ପଦକ୍ଷେପ ନେବାକୁ ପୁଲିସ ସିଡବ୍ଲୁସି(ଶିଶୁ ମଙ୍ଗଳ କମିଟି)କୁ ଚିଠି ଲେଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/jhiaa.jpg)