Advertisment

ରୁଚିକା ମହାନ୍ତିଙ୍କୁ ରାଗିଂ କରୁଥିବା ୩ ଛାତ୍ରୀ କିଏ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଏ ସେ ୩ ଛାତ୍ରୀ କରୁଥିଲେ ରୁଚିକା ମହାନ୍ତିଙ୍କୁ ରାଗିଂ? ସେମାନେ ଏବେ କେଉଁଠି? କାହିଁକି ସେମାନଙ୍କ ପାଖରେ ପହଞ୍ଚି ପାରୁନି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌? ରାଗିଂ କରିଥିବା ୩ ସିନିୟର ଛାତ୍ରୀଙ୍କ ବିଷୟରେ କଲେଜ କର୍ତ୍ତୃପକ୍ଷ ଜାଣି ନାହାନ୍ତି ନା ଜାଣିଶୁଣି ଚୁପ୍‌ ରହିଛନ୍ତି। ରୁଚିକା ଆତ୍ମହତ୍ୟା କରିବାକୁ ତିନିଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନି ପୁଲିସ୍‌। ଯାହାକୁ ନେଇ ରୁଚିକାଙ୍କ ପରିବାର ଓ ବିଭିନ୍ନ ଛାତ୍ରଛାତ୍ରୀ ସଙ୍ଗଠନ […]

author-image
Manoranjan Sial
ଅଦ୍ୟତନ ହୋଇଛି
ରୁଚିକା ମହାନ୍ତିଙ୍କୁ ରାଗିଂ କରୁଥିବା ୩ ଛାତ୍ରୀ କିଏ?

Ruchika

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଏ ସେ ୩ ଛାତ୍ରୀ କରୁଥିଲେ ରୁଚିକା ମହାନ୍ତିଙ୍କୁ ରାଗିଂ? ସେମାନେ ଏବେ କେଉଁଠି? କାହିଁକି ସେମାନଙ୍କ ପାଖରେ ପହଞ୍ଚି ପାରୁନି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌? ରାଗିଂ କରିଥିବା ୩ ସିନିୟର ଛାତ୍ରୀଙ୍କ ବିଷୟରେ କଲେଜ କର୍ତ୍ତୃପକ୍ଷ ଜାଣି ନାହାନ୍ତି ନା ଜାଣିଶୁଣି ଚୁପ୍‌ ରହିଛନ୍ତି। ରୁଚିକା ଆତ୍ମହତ୍ୟା କରିବାକୁ ତିନିଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନି ପୁଲିସ୍‌। ଯାହାକୁ ନେଇ ରୁଚିକାଙ୍କ ପରିବାର ଓ ବିଭିନ୍ନ ଛାତ୍ରଛାତ୍ରୀ ସଙ୍ଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ରାଗିଂ କରୁଥିବା ୩ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Advertisment

କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନମ୍ୱର ନଂ ୨୦୧ରେ ରହୁଥିଲେ। ପ୍ରଥମ ବର୍ଷରେ ପଢ଼ୁଥିଲେ ମଧ୍ୟ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ ଗତ ୨ ତାରିଖ ପୂର୍ବାହ୍ନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ କାରଣ ଲେଖିଯାଇଥିଲେ। ୩ ସିନିୟରଙ୍କ ରାଗିଂ ଯୋଗୁ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ ରୁଚିକା।

ରୁଚିକା ଆତ୍ମହତ୍ୟା କରିବାକୁ ତିନି ଦିନରୁ ଅଧିକ ସମୟ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ କମିଶନରେଟ୍‌ ପୁଲିସ ୩ ସିନିୟର ଛାତ୍ରୀଙ୍କ ପରିଚୟ ଜାଣିପାରି ନାହିଁ। ଏପରିକି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଯାହାକୁ ନେଇ ରୁଚିକାଙ୍କ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ରୁଚିକାଙ୍କ ବାପା।

Advertisment

ସେପଟେ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ବିଜେବି କଲେଜ ସାମ୍ନାରେ ଅହୋରାତ୍ର ଧାରଣା ଚାଲିଛି। ଧାରଣାରେ ବସିଛନ୍ତି ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ। ପୋଷ୍ଟର ଓ ବ୍ୟାନର ସହ ସରକାର ବିରୋଧୀ ନାରାରେ ରବିବାର ରାତିରୁ ଏମିତି କମ୍ପୁଛି କ୍ୟାମ୍ପସ। ନବ ନିର୍ମାଣ ଛାତ୍ର ସଂଗଠନର ଆମରଣ ଅନଶନରେ ସାମିଲ ହୋଇଛନ୍ତି ଛାତ୍ର କଂଗ୍ରେସ, ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ, ରୁଚିକାଙ୍କ ବାପା, ମାଆ ଓ ଭାଇ।

ଅନ୍ୟପକ୍ଷରେ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ତଦନ୍ତ ଲାଗି ଏକ ୭ ଜଣିଆ କମିଟି ଗଠନ କରିଛନ୍ତି କଲେଜ ଅଧ୍ୟକ୍ଷ। କଲେଜରେ ଅଶାନ୍ତ ପରିବେଶକୁ ନଜରରେ ରଖି ସୋମବାର ହେବାକୁ ଥିବା +୩ ଶେଷ ବର୍ଷର ସେମିଷ୍ଟର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏଥିସହ କିଛି କ୍ଲାସକୁ ମଧ୍ୟ ବାତିଲ କରାଯାଇଛି।