Advertisment

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଗଡଫାଦର କିଏ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗର ବିଜନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରକୁ ମାରାଥନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)। ହନିଟ୍ରାପ, ବ୍ଲାକମେଲ ଓ ଅର୍ଥ କାରବାରରେ ତା’ର ଭୂମିକା କ’ଣ ରହିଛି? ଏଥିରେ ମୁଖ୍ୟ ଷଡଯନ୍ତ୍ରକାରୀ କିଏ? ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଗଡଫାଦର କିଏ? ତାହା ଜାଣିବା ପାଇଁ ଇଡି ଖଗେଶ୍ୱରକୁ ଘାଣ୍ଟୁଛି। ଏଥିସହ ଅର୍ଚ୍ଚନା ନାଗଫାସରେ କିଏ କିଏ ଫଶିଥିଲେ? କିଏ, କେତେ ଟଙ୍କା ଦେଇଛନ୍ତି? ବିଏମଡବ୍ଲୁ ଭଳି ଏକାଧିକ ନାମୀଦାମୀ ଗାଡି […]

author-image
Manoranjan Sial
ଅଦ୍ୟତନ ହୋଇଛି
ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଗଡଫାଦର କିଏ?

Khagaswar-and-Archana

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗର ବିଜନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରକୁ ମାରାଥନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)। ହନିଟ୍ରାପ, ବ୍ଲାକମେଲ ଓ ଅର୍ଥ କାରବାରରେ ତା’ର ଭୂମିକା କ’ଣ ରହିଛି? ଏଥିରେ ମୁଖ୍ୟ ଷଡଯନ୍ତ୍ରକାରୀ କିଏ? ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଗଡଫାଦର କିଏ? ତାହା ଜାଣିବା ପାଇଁ ଇଡି ଖଗେଶ୍ୱରକୁ ଘାଣ୍ଟୁଛି। ଏଥିସହ ଅର୍ଚ୍ଚନା ନାଗଫାସରେ କିଏ କିଏ ଫଶିଥିଲେ? କିଏ, କେତେ ଟଙ୍କା ଦେଇଛନ୍ତି? ବିଏମଡବ୍ଲୁ ଭଳି ଏକାଧିକ ନାମୀଦାମୀ ଗାଡି ଓ ଆଲିସାନ ବଙ୍ଗଳା କେଉଁଠୁ ଆସିଲା? ଏଭଳି ଅନେକ ପ୍ରଶ୍ନ ଇଡି ଖଗେଶ୍ୱରକୁ ପଚାରିଥିବା ଆଲୋଚନା ହେଉଛି।

Advertisment

୧୦ ଦିନିଆ ରିମାଣ୍ଡର ଦ୍ୱିତୀୟ ଦିନରେ ଖଗେଶ୍ୱରକୁ ଇଡ଼ି ଘନ ଘନ ଜେରା କରୁଛି। ଆଗକୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନାଙ୍କୁ ଅକ୍ଟୋବର ୬ ତାରିଖରେ କମିଶନରେଟ୍‌ ପୁଲିସ୍‌ ଗିରଫ କରିଥିଲା। ହେଲେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା। ଯଦି ସ୍ୱାମୀ ଓ ସ୍ତ୍ରୀଙ୍କ ବିରୋଧରେ ସମାନ ଅଭିଯୋଗ ହୋଇଥିଲା, ତାହାହେଲେ ପୁଲିସ ସ୍ତ୍ରୀକୁ ଗିରଫ କରିଥିବା ବେଳେ ସ୍ୱାମୀକୁ ଛାଡ଼ି ଦେଇଥିଲା। ଏହାକୁ ନେଇ ନାନା ଆଲୋଚନା ହୋଇଥିଲା। ସ୍ଥିତି ବାହାରକୁ ଯାଉଥିବା ଦେଖି ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ଜଗବନ୍ଧୁଙ୍କୁ ବାନ୍ଧିଥିଲା ପୁଲିସ୍‌।

Advertisment