Advertisment

Waiting for Justice: କେହି ଶୁଣୁନାହାନ୍ତି ଦୁଃଖ, ପଦ୍ମାବତୀଙ୍କୁ କିଏ ଦେବେ ନ୍ୟାୟ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପ୍ରତି ସୋମବାର ଆସୁଥିବା ହଜାର ହଜାର ଅଭିଯୋଗକାରୀଙ୍କ ମଧ୍ୟରୁ ପଦ୍ମାବତୀ ରାଉତ ବି ଜଣେ। ମୋଟ ତିନି ଥର ଆସିଲେଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ, କିନ୍ତୁ ତାଙ୍କ ସମସ୍ୟାର ସମାଧାନ ହୋଇପାରିନି।

author-image
OR Desk
Gold

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପ୍ରତି ସୋମବାର ଆସୁଥିବା ହଜାର ହଜାର ଅଭିଯୋଗକାରୀଙ୍କ ମଧ୍ୟରୁ ପଦ୍ମାବତୀ ରାଉତ ବି ଜଣେ। ମୋଟ ତିନି ଥର ଆସିଲେଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ, କିନ୍ତୁ ତାଙ୍କ ସମସ୍ୟାର ସମାଧାନ ହୋଇପାରିନି। ପଦ୍ମାବତୀଙ୍କ ଦୁଃଖ ହେଲା, ତାଙ୍କର୧୫ ଭରି ସୁନା ହଜିଯାଇଛି। ତାକୁ ଖୋଜି ଆଣିବା ପାଇଁ ଏପ୍ରିଲ ମାସରୁ ସେ ଥାନାଠାରୁ ଡିପିସି, ସିପି, ଡିଜିପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ସବୁଠିକୁ ଯାଇ ଗୁହାରି କରି ସାରିଲେଣି। କିନ୍ତୁ କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି।

ଭୁବନେଶ୍ୱର ସମ୍ ହସ୍ପିଟାଲ ପାଖ ପଣ୍ଡାବୁଦିଆ ବସ୍ତିରେ ରୁହନ୍ତି ପଦ୍ମାବତୀ। ଘରେ ତାଙ୍କର ରୋଗୀଣା ସ୍ୱାମୀ ଓ କିଡନୀ ରୋଗରେ ପୀଡ଼ିତ ସାନପୁଅ। ତେଣୁ ଆଶା ଥିଲା, ବଡ ପୁଅକୁ ଭଲ କୋଚିଂ ଦେଇ ଡାକ୍ତରଟିଏ କରିବେ। ଆଉ ନିଜ ସୁନା ଗହଣା ବିକ୍ରି କରି ଦୋକାନଟିଏ କରି ପରିବାର ଚଳାଇବେ। କିନ୍ତୁ ଆଶା ଚୂରମାର ହୋଇଗଲା। ସାନା ପୁଅକୁ ଡାକ୍ତର ଦେଖାଇବାକୁ ନେଇଥିବା ବେଳେ ଘରେ କଳାକନା ବୁଲାଇଦେଲା ଚୋର। ସଂଚିତ ସବୁ ସୁନା ଚୋରି ହୋଇଗଲା।

Advertisment

ଚୋରିର ମାତ୍ର କିଛି ସମୟ ଭିତରେ ଗାଁ ଲୋକ ଚୋରକୁ ଧରି ପୁଲିସର ଜିମା ଦେଇଥିଲେ। କିଛି ସୁନା ଓ ଟଙ୍କା ବି ତା ପାଖରୁ ଜବତ କଲେ ସ୍ଥାନୀୟ ଲୋକ। ଚୋର ବ୍ୟାଗରୁ ପଦ୍ମାବତୀ ଘରେ ଛାଡ଼ି ଯାଇଥିବା ମୋବାଇଲ୍ ଫୋନ୍ ବି ମିଳିଲା। ହେଲେ ଚୋରି କରିଥିବା ସୁନାଗହଣା ସେ ତାର ଆଉଜଣେ ସହଯୋଗୀକୁ ଦେଇଦେଇଥିବା ସ୍ୱୀକାର କରିଥିଲା। ହେଲେ ସେହିଦିନରୁ ପଦ୍ମାବତୀ ଭରତପୁର ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ସୁନା ଆଉ ମିଳୁନି। ପ୍ରାୟ ବର୍ଷେ ହେଲା,ନ୍ୟାୟ ପାଇଁ ନୟାନ୍ତ ହୋଇଥିବା ପଦ୍ମାବତୀଙ୍କ ଲୁହ ପୋଛି ପାରିବେ ତ ସରକାର?

 ଭୁବନେଶ୍ୱରରୁ ସ୍ୱାତୀ ଜେନାଙ୍କ ରିପୋର୍ଟ