ବମିଖାଲ ଟ୍ରାଜେଡ଼ି: ଦୋଷ ମୁଣ୍ଡାଇବ କିଏ?

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଓଡ଼ିଆର ଗୋଟେ ଢଗ ଅଛି  ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରରପୋଡ଼ା କାଠ’।  ଓଡ଼ିଶାର ପୂର୍ତ୍ତ ବିଭାଗର କାର୍ଯ୍ୟଧାରାକୁ ଦେଖିଲେଏହି ଉକ୍ତିଟି ମେଳ ଖାଇଯାଉଛି। ବମିଖାଲ ଓଭର ବ୍ରିଜ୍‌ ଦୁର୍ଘଟଣାକୁ ମାତ୍ର ୮ ମାସ ପୂରିନି ପୁଣିଥରେ ଘଟଣାର ପୁନରାବୃତ୍ତି ହୋଇଛି। ଗତକାଲି ରାତିରେ  ନିର୍ମାଣାଧିନ ଓଭର ବ୍ରିଜର ଲୁହା ରଡରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗତ […]

h-333

h-333

Rakesh Mallick
  • Published: Friday, 04 May 2018
  • Updated: 04 May 2018, 06:41 AM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଓଡ଼ିଆର ଗୋଟେ ଢଗ ଅଛି  ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରରପୋଡ଼ା କାଠ’।  ଓଡ଼ିଶାର ପୂର୍ତ୍ତ ବିଭାଗର କାର୍ଯ୍ୟଧାରାକୁ ଦେଖିଲେଏହି ଉକ୍ତିଟି ମେଳ ଖାଇଯାଉଛି। ବମିଖାଲ ଓଭର ବ୍ରିଜ୍‌ ଦୁର୍ଘଟଣାକୁ ମାତ୍ର ୮ ମାସ ପୂରିନି ପୁଣିଥରେ ଘଟଣାର ପୁନରାବୃତ୍ତି ହୋଇଛି। ଗତକାଲି ରାତିରେ  ନିର୍ମାଣାଧିନ ଓଭର ବ୍ରିଜର ଲୁହା ରଡରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଏହି ଓଭରବ୍ରିଜ୍‌ ଭୁଶୁଡ଼ି ଜଣଙ୍କ ଜୀବନ ନେଇଥିଲା। ଏଥିରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ଝିଅକୁ ଡ୍ୟାନ୍ସ ସ୍କୁଲରୁ ଘରକୁ ଆଣୁଥିବା ବେଳେ ତାଙ୍କ ଉପରେ ଓଜାଡି ହୋଇ ପଡିଥିଲା ଲୁହା ରଡ୍ ଓ କଂକ୍ରିଟ୍। ଆଉ ତାଙ୍କର ମୃତ୍ୟୁ ଘଟିଥିଲା। ଏତେ ବଡ଼ ଦୁର୍ଘଟଣା ଘଟିଥିଲେ ମଧ୍ୟ କେହି ଚେତିଲେନି। ନାଁ ସରକାର, ନାଁ ଠିକାସଂସ୍ଥା ନାଁ ବିଭାଗ କାହାରି ଖାତିର ନାହିଁ।  ଗତ ବର୍ଷ ଦୁର୍ଘଟଣା ବେଳେ ପୂର୍ତ୍ତ ବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିଲା। ହେଲେ ବିଜେପୁର ନିର୍ବାଚନ ପରେ ଭଲ କାମ କରିଥିବା କେତେ ଜଣ ନେତାଙ୍କୁ ନବୀନ ବୋନସ ସୂରୁପୁ କିଛି ମନ୍ତ୍ରୀ ଦାୟିତ୍ୱ ଦେଇଥିଲେ। ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ତଥା ଜଳସଂପଦ ଓ ପୂର୍ତ୍ତ ବିଭାଗକୁ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ଦେଇଛନ୍ତି। ଇସ୍ପାତ ଓ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଅତିରିକ୍ତ ଭାବେ ପୂର୍ତ୍ତ ବିଭାଗ ମିଳିଛି। ଆଉ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅତିରିକ୍ତ ଭାବେ ଜଳସଂପଦ ବିଭାଗ ଦାୟିତ୍ୱ ଦିଆଯାଇଛି। ଗତ ଦୁର୍ଘଟଣା ବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ପୂର୍ତ୍ତ ବିଭାଗ ଥିବାରୁ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଇସ୍ଥଫା  ଦାବି ହୋଇଥିଲା।

ହେଲେ ଏଥର କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ଭଲ। କାରଣ ଯେଉଁ ଦୁଇଟା ବିଭାଗ(ଜଳ ସମ୍ପଦ ଓ ପୂର୍ତ୍ତ ବିଭାଗ) ତାଙ୍କୁ ବାରମ୍ବାର ଅଡ଼ୁଆରେ ପକାଉଥିଲା ସମୟ ସୁବିଧା ଦେଖି ନବୀନ ତାଙ୍କ ଟିମ୍‌ର ମେମ୍ବରକୁ ବାଣ୍ଟିଦେଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ଦୁଇଟି ଭିବାଗକୁ ନିଜ ଦାୟିତ୍ୱରେ ରଖିଥିଲେ ମଧ୍ୟ କେମିତି ମନ ଧ୍ୟାନ ଦେଇ ବୁଝୁଥିଲେ ତାର ପ୍ରମାଣ ହେଉଛି ନିମାଣାଧୀନ ଗୁରୁପ୍ରିୟା ସେତୁ ବାରମ୍ବାର ଭୁଶୁଡ଼ିବା ଏବଂ ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ବେଆଇନ ବ୍ୟାରେଜ୍ ନିର୍ମାଣ କରିବା।  ତା’ସହିତ ଗତ ସେପ୍ଟେମ୍ବର ମାସର ବମିଖାଲ ଟ୍ରାଜେଡି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ମଧ୍ୟ ଦାବି ହୋଇଥିଲା। ହେଲେ ସାରାଭାରତରେ ନବୀନଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ବିରଳ। କ୍ରମାଗତ ଅବହେଳା, ଅଣଦେଖାର ଶିକାର  ତଥା ଯେଉଁ ଦୁଇଟି ବିଭାଗ ପାଇଁ ବାରମ୍ବାର ନିନ୍ଦିତ ହେଉଥିଲେ ତା’ର ଗୋଟେ ସ୍ଥାୟୀ ସମସ୍ୟାର ସମାଧାନ ଲକ୍ଷରେ ଥିଲେ ମୁଖ୍ୟମନ୍ତ୍ରୀ।

କାରଣ ଚିର ଅବହେଳା, ଅଣଦେଖା ଓ ଦାୟିତ୍ୱହୀନତାର ଶିକାର ଉପରୋକ୍ତ ଦୁଇଟି ବିଭାଗକୁ ନେଇ କେତେବେଳେ ବି ଦୁର୍ଘଟଣା ଘଟିବାର ଆଶଙ୍କାକୁ ବୋଧ ହୁଏ ନୀବନ ବାରିପାରିଥିଲେ। ତେଣୁ  କିଛି ଗୋଟେ ଘଟିବା ଆଗରୁ  ତାଙ୍କ ଭାବର୍ମୂର୍ତ୍ତି ଉପରେ ଯେମିତି ଆଞ୍ଚ ନ ଆସିବ ଏକଥାକୁ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇଥିଲେ।  ତେଣୁ ନବୀନ  ସୁଯୋଗ ଅପେକ୍ଷାରେ ଥିଲେ। ଆଉ ବିଜେପୁର ନିର୍ବାଚନ ଫଳାଫଳ ହିଁ ସେହି ସୌଭାଗ୍ୟ ଆଣିଦେଲା। ନିଜ ରାଜନୈତିକ ଛବିକୁ ବାରମ୍ବାର ମଳିନ କରୁଥିବା ଜଳ ସମ୍ପଦ ଓ ପୂର୍ତ୍ତ ବିଭାଗ ଦୁଇଟିକୁ  ବିଜେପୁର ନିର୍ବାଚନରେ ଭଲ କାମ କରିଥିବା ମନ୍ତ୍ରୀ, ନେତାଙ୍କୁ ପୁରସ୍କାର ସୂରୁପ  ବାଣ୍ଟିଦେଲେ ।  ଅର୍ଥାତ ଗତକାଲି ରାତିରେ ଯେଉଁ ଦୁର୍ଘଟଣା ଘଟିଲା ସେଥିରେ ମୁଖ୍ୟମନ୍ତ୍ରୀଙ୍କୁ କେହି ଦାୟୀ କରିବେନି। ଏବେ ପ୍ରଶ୍ନ ଉଠୁଛି ବାରମ୍ବାର ବ୍ରିଜ୍‌ ଭୁଶୁଡ଼ିବାକୁ ନେଇ ଏଠି କିଏ ଦୋଷ ମୁଣ୍ଡାଇବ ? ନିଜେ ରାଇଜ ମୁଖିଆ ମୁଖ୍ୟମନ୍ତ୍ରୀ ନାଁ ନୂଆ ଭାବେ ଦାୟିତ୍ୱ ନେଇଥିବା ପ୍ରଫୁଲ୍ଲ ମଲ୍ଲିକ?

ଅନ୍ୟପଟେ ଯେତେ ପୋଲ ଭୁଶୁଡ଼ିଲେ ବି ପୂର୍ତ୍ତ ସଚିବ ନଳିନି କାନ୍ତ ପ୍ରଧାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର । ତେବେ ତାଙ୍କ ପ୍ରତି କାହିଁକି ନବୀନ ପଟ୍ଟନାୟକ ସରକାରଙ୍କର ଏତେ ଦରଦ ସେ ରହସ୍ୟ ସମସ୍ତଙ୍କୁ ଜଣାଥିଲେ ବି କେହି କହିବାକୁ ନାରାଜ । ୨୦୧୪ ଅଗଷ୍ଟ ୨୯ ତାରିଖରେ ଘଟିଲା ମହାନଦୀ ଉପରେ ନିର୍ମାଣାଧୀନ ଜାତମୁଣ୍ଡିଆ ପୋଲ । ସେଥିରେ ୨୦ ଜଣ ଲୋକ ଆହତ ହୋଇଥିଲେ । ଏହି ଦୁର୍ଘଟଣା ପାଇଁ କେହି ଏହି ଯନ୍ତ୍ରୀ-ସଚିବଙ୍କୁ ଦାୟୀ କଲେ ନାହିଁ । ୨୦୧୬ ଅଗଷ୍ଟ ୨୪ ତାରିଖରେ ମହାକାଳପଡ଼ା ବତୀଘର ପୋଲ ଭୁଶୁଡ଼ିଲା । ସେହି ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହେଲା ଓ ୨ ଜଣ ଆହତ ହେଲେ । କେହି ନଳିନୀଙ୍କୁ ଦାୟୀ କଲେ ନାହିଁ ।

ସେହିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପାରାଦପୀ-ହରିଦାସପୁର ରେଲ ଲାଇନ ପାଇଁ ନିର୍ମାଣାଧୀନ ଭୂତମୁଣ୍ଡାଇ ପୋଲ ଭୁଶୁଡ଼ିଲା । ୨୦୧୭ ଜୁଲାଇ ୨୬ ତାରିଖରେ ମାଲକାନଗିରି ଗୁରୁପ୍ରିୟା ସେତୁ ଭୁଶୁଡ଼ିଲା । ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଭୁଶୁଡ଼ିଲା ବମିଖାଲ ଫ୍ଲାଇ ଓଭର ପୋଲ । ୨୦୧୭ ଜୁଲାଇ ୨୬ ତାରିଖରେ ମାଲକାନଗିରି ଗୁରୁପ୍ରିୟା ସେତୁ ଭୁଶୁଡ଼ିଲା । ଏହି ଦୁର୍ଘଟଣା ପାଇଁ କେହି ଏହି ମୁଖ୍ୟ ଯନ୍ତ୍ରୀ-ସଚିବଙ୍କୁ ଦାୟୀ କଲେ ନାହିଁ । ଏ ସବୁ ଘଟଣାରେ ତଳତଳିଆ ଯନ୍ତ୍ରୀଙ୍କୁ ସସ୍ପେଣ୍ଡ କରି ସରକାର ତାଙ୍କ ଦାୟିତ୍ୱ ଶେଷ କରିଛନ୍ତି ।  ଆଉ ଗତକାଲିର ଘଟଣା ପାଇଁ ବି କେତେ ଜଣ ତଳିଆ କର୍ମଚାରୀ ମଧ୍ୟ ବଳିପଡ଼ି ପାରନ୍ତି। କିନ୍ତୁ ଏହାର ସ୍ଥାୟୀ ସମାଧାନର ରାସ୍ତା ଯେମିତି ସରକାରଙ୍କ ପାଖରେ ନାହିଁ।  ଆଉ ବମିଖାଲରେ ଏମିତି ବାରମ୍ବା ଟ୍ରାଜେଡ଼ି ଚାଲିଥିବ ଏବଂ ଜଣକ ପରେ  ଜଣକର ପ୍ରାଣ ଯାଉଥିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos