who-will-tel-truth
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସତ କହୁଛି କିଏ? ଆକାଶ ପାଠକ ନା ଭିଜିଲାନ୍ସ ଡିଏସ୍ପି। ଟାଟା ଚାକିରି କରିବାକୁ ନେଇ ରାଜ୍ୟ ରାଜନୀତିରେ ତମ୍ୱି ତୋତୁଫାନ ଲାଗି ରହିଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ଆକାଶ। ଭୁବନେଶ୍ୱର କୋର୍ଟରେ ହାଜର ବେଳେ ଆକାଶ କହିଛନ୍ତି, ମୁଁ ଟାଟାରେ ଚାକିରି କରୁଥିଲି। ହେଲେ ଟାଟା ଏବେ ମୋତେ ସପୋର୍ଟ କରୁନାହିଁ ବୋଲି ଆକାଶ କହିଛନ୍ତି।
ସେପଟେ ଆକାଶଙ୍କ ପ୍ରତିକ୍ରିୟାକୁ ନେଇ ଭିଜିଲାନ୍ସ ଡିଏସ୍ପି ହରିଶଙ୍କର ପତି କହିଛନ୍ତି, ଆକାଶ ପାଠକ ଟାଟାରେ ଚାକିରି କରୁନି। ସବୁ ଫେକ୍। ତାଙ୍କୁ ଆଉ ରିମାଣ୍ଡରେ ନେବାର ନାହିଁ। ଅନେକ ପ୍ରମାଣ ମିଳିସାରିଛି। ଓଡ଼ିଶା ବାହାରେ ବି ଟିମ୍ ତଦନ୍ତ ଜାରି ରଖିଛି ବୋଲି ହରିଶଙ୍କର କହିଛନ୍ତି।
ତିନି ଦିନିଆ ରିମାଣ୍ଡରେ ନେଇ ବାପା ଆଇଏଫଏସ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଅଧିକାରୀ ପଚରାଉଚରା କରିଥିବା ବେଳେ କୋଟି କୋଟି ଟଙ୍କା ଓ ବେନାମୀ ସମ୍ପତ୍ତି ସଂପର୍କରେ ତଥ୍ୟ ପାଇଛି। ଅଭୟକାନ୍ତଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଆହୁରି ଖୋଳତାଡ଼ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/who-will-tel-truth.jpg)