Advertisment

ମୃତ୍ୟୁର କାରଣ ଖୋଜୁଛି ମେଡିକାଲ୍‌ ଟିମ୍‌

ଉମରକୋଟ(କାର୍ତ୍ତିକ ମଲ୍ଲିକ): କ’ଣ ପାଇଁ ଗୋଟିଏ ପରିବାରରେ ୧୦ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟିଛି? ଏହାର କାରଣ ଖୋଜିବା ପାଇଁ ଆଜି ଗାଁକୁ ଯାଇଛି ମେଡିକାଲ୍‌ ଟିମ୍‌। ଏହି ଟିମ୍‌ ଗାଁ ଲୋକଙ୍କୁ ସଚେତନା କହିବା ସହିତ ନମୂନା ସଂଗ୍ରହଣ କରିଛି। ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡା ଗାଁ ଭୋଇପାରା ସାହିରେ ଗୋଟିଏ ପରିବାରରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ଆଜି ପର୍ଯ୍ୟନ୍ତ ମୃତ୍ୟୁର କରଣ ଜଣାପଡ଼ୁ ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ […]

ଅଦ୍ୟତନ ହୋଇଛି
ମୃତ୍ୟୁର କାରଣ ଖୋଜୁଛି ମେଡିକାଲ୍‌ ଟିମ୍‌

Nabarangpur

Advertisment

ଉମରକୋଟ(କାର୍ତ୍ତିକ ମଲ୍ଲିକ): କ’ଣ ପାଇଁ ଗୋଟିଏ ପରିବାରରେ ୧୦ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟିଛି? ଏହାର କାରଣ ଖୋଜିବା ପାଇଁ ଆଜି ଗାଁକୁ ଯାଇଛି ମେଡିକାଲ୍‌ ଟିମ୍‌। ଏହି ଟିମ୍‌ ଗାଁ ଲୋକଙ୍କୁ ସଚେତନା କହିବା ସହିତ ନମୂନା ସଂଗ୍ରହଣ କରିଛି।

Advertisment

ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡା ଗାଁ ଭୋଇପାରା ସାହିରେ ଗୋଟିଏ ପରିବାରରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ଆଜି ପର୍ଯ୍ୟନ୍ତ ମୃତ୍ୟୁର କରଣ ଜଣାପଡ଼ୁ ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆଜି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇଛି। ଡାକ୍ତରୀ ଟିମ୍‌ ପାଣିର ନମୂନା ସଂଗ୍ରହ କରିବା ସହିତ ଗାଁ ଲୋକଙ୍କୁ ସଚେତନ କରିଛି। କୌଣସି ଅନ୍ଧବିଶ୍ୱାସରେ ବସବର୍ତ୍ତୀ ନହେବା ପାଇଁ ଲୋକଙ୍କୁ କହୁଛନ୍ତି।

ଗାଁକୁ ଯାଇଥିବା ମେଡିକାଲର ଟିମ୍ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଭୋଇପାରା ସାହିରେ ରହିବ। ମେଡିକାଲ୍‌ ଟିମ୍‌ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଚିକିତ୍ସା କରିବା ସହିତ ମୃତ୍ୟୁର କାରଣ ଖୋଜିବ।

Advertisment

ପ୍ରକାଶ ଥାଉ କି ଭୋଇପାରା ସାହିରେ ଗତ ୨୯ ତାରିଖରେ ସଦାରାମ ପରାଭୋଇଙ୍କ ମୃତ୍ୟୁ ଘଟିଥିଲା। ସଦାରାମଙ୍କ ମୃତ୍ୟୁର ୪ ଦିନ ପରେ ଅର୍ଥାତ ୧ ତାରିଖରେ ମାଆ ଦେମତୀ ପରାଭୋଇ, ୪ ତାରିଖରେ ବାପା ଲକ୍ଷ୍ମୀଧର ପରାଭୋଇ ଓ ରବିବାର କକା ପୁଅ ଭାଇ କୌବଲ୍ୟ ପରାଭୋଇଙ୍କ ମୃତ୍ୟୁ ହୋଇଛି। ହେଲେ ସେମାନଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଥିଲା, ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe