Advertisment

ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ୱୁଲାନ୍ସ ଫରେଷ୍ଟ ଗେଟ୍‌ ଛକରେ କାହିଁକି ଅଟକିଥିଲା?

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଆମ୍ୱୁଲାନ୍ସ ଭିତରେ ଜୀବନ ସହ ସଂଘର୍ଷ କରୁଥିଲେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟ ରଞ୍ଜନ ମହାପାତ୍ର। ତାଙ୍କୁ ବ୍ରହ୍ମପୁର ଏମ୍‌ସିଜି ମେଡିକାଲ୍‌ ନେବା ବଦଳରେ ପାରଳାଖେମୁଣ୍ଡି ଫରେଷ୍ଟଗେଟ ଛକ ନିକଟରେ ପ୍ରାୟ ଘଣ୍ଟାଏ ଧରି ଆମ୍ବୁଲାନ୍ସ ଅଟକି ରହିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ସେଠାରେ କାହିଁକି ଏତେ ସମୟ ଧରି ଆମ୍ୱୁଲାନ୍ସ ଅଟକି ରହିଥିଲା? ଏହାର ଉତ୍ତର ବନ ବିଭାଗ କିମ୍ୱା ପୁଲିସ କେହି ଦେଉନାହାନ୍ତି। ସୋମବାର ରାତି ପ୍ରାୟ ୯ଟା […]

ଅଦ୍ୟତନ ହୋଇଛି
ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ୱୁଲାନ୍ସ ଫରେଷ୍ଟ ଗେଟ୍‌ ଛକରେ କାହିଁକି ଅଟକିଥିଲା?

BidyaBharati Panda

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଆମ୍ୱୁଲାନ୍ସ ଭିତରେ ଜୀବନ ସହ ସଂଘର୍ଷ କରୁଥିଲେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟ ରଞ୍ଜନ ମହାପାତ୍ର। ତାଙ୍କୁ ବ୍ରହ୍ମପୁର ଏମ୍‌ସିଜି ମେଡିକାଲ୍‌ ନେବା ବଦଳରେ ପାରଳାଖେମୁଣ୍ଡି ଫରେଷ୍ଟଗେଟ ଛକ ନିକଟରେ ପ୍ରାୟ ଘଣ୍ଟାଏ ଧରି ଆମ୍ବୁଲାନ୍ସ ଅଟକି ରହିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ସେଠାରେ କାହିଁକି ଏତେ ସମୟ ଧରି ଆମ୍ୱୁଲାନ୍ସ ଅଟକି ରହିଥିଲା? ଏହାର ଉତ୍ତର ବନ ବିଭାଗ କିମ୍ୱା ପୁଲିସ କେହି ଦେଉନାହାନ୍ତି।

Advertisment

ସୋମବାର ରାତି ପ୍ରାୟ ୯ଟା ବେଳେ ସରକାରୀ କ୍ୱାର୍ଟରରେ ରହୁଥିବା ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା। ଏ ସମ୍ପର୍କରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପଡ଼ୋଶୀଙ୍କୁ ଖବର ଦେଇଥିଲେ। ଏହା ପରେ ତାଙ୍କୁ ମେଡିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ଅଫିସ୍‌ ଗାଡ଼ିରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସୌମ୍ୟଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ପାରଳାଖେମୁଣ୍ଡି ମେଡିକାଲ୍‌ରେ ଚିକିତ୍ସା କରିବା ସମ୍ଭବ ନଥିଲା। ତେଣୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସୌମ୍ୟଙ୍କୁ ସ୍ଥାନାନ୍ତର ପାଇଁ ପ୍ରାୟ ୪ ଘଣ୍ଟା ସମୟ ନିଆଯାଇଥିଲା। ଯେଉଁ ମେଡ଼ିକାଲ୍‌ରେ ବର୍ନ ୱାର୍ଡ ନାହିଁ, ସେଠାରୁ ଜଣେ ସରକାରୀ ବାବୁଙ୍କୁ ସ୍ଥାନାନ୍ତର ପାଇଁ କାହିଁକି ଏତେ ସମୟ ନିଆଗଲା? ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ତ?

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ୱୁଲାନ୍ସ ରାତି ପ୍ରାୟ ୧୨ଟାରେ ପାରଳାଖେମୁଣ୍ଡି ମେଡିକାଲ୍‌ରୁ ବାହାରିଲା। ହେଲେ ଆମ୍ୱୁଲାନ୍ସ ବ୍ରହ୍ମପୁର ଯିବା ପରିବର୍ତ୍ତେ ପ୍ରାୟ ଘଣ୍ଟାଏ ଧରି ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ଛକ ନିକଟରେ ଅଟକି ଥିଲା। ସେପଟେ ଜୀବନ ସହ ସଂଘର୍ଷ କରୁଥିଲେ ସୌମ୍ୟ। ଏପଟେ ତାଙ୍କ ନେଇ ଯାଉଥିବା ଆମ୍ୱୁଲାନ୍ସ ଅଟକିଥିଲା। ତେବେ କାହିଁକି ସେଠାରେ ଆମ୍ୱୁଲାନ୍ସ ଅଟକିଥିଲା? ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଶୁଣିବାକୁ ମିଳୁଛି, ସୌମ୍ୟଙ୍କ ସହିତ ଯିବାକୁ ଥିବା ରେଞ୍ଜରଙ୍କ ପାଇଁ ଆମ୍ୱୁଲାନ୍ସ ଅଟକିଥିଲା। ସତ କେତେ ମିଛ କେତେ ସମୟ କହିବ। ତେବେ ଏଠି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ୮୦% ପୋଡ଼ି ଯାଇଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଯାଉଥିବା ଆମ୍ୱୁଲାନ୍ସ ଅଧା ରାସ୍ତାରେ ଅଟକିବା କେତେଦୂର ଯୁକ୍ତି ଯୁକ୍ତ? ତେବେ ଏନେଇ କେହି ମୁହଁ ଖୋଲୁନାହାନ୍ତି। ଏହି ପ୍ରସଙ୍ଗରେ ବନ ବିଭାଗ ମୌନବ୍ରତ କରିଥିବା ବେଳେ ପୁଲିସ କିଛି କହୁନାହିଁ। ପଚାରିଲେ ନାନା ବାହାନା କରୁଛି।

ଯଦି ଠିକଣା ସମୟରେ ମେଡିକାଲ୍‌ରେ ସୌମ୍ୟ ପହଞ୍ଚିଥାଆନ୍ତେ, ତାହା ହେଲେ ହୁଏତ ତାଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା। ସୌମ୍ୟଙ୍କ ମୃତ୍ୟୁ ପରେ ଆଜି ସାଧାରଣରେ ଏମିତି ଆଲୋଚନା ହେଉଛି।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe