Advertisment

ଚାଷୀମାନେ ରାଜଧାନୀକୁ ଆସିଲେ ବିଜେଡି ଭୟ କରୁଛି କାହିଁକି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଓ ଦାବିକୁ ବିଜେପି ନୈତିକ ସମର୍ଥନ କରୁଛି ବୋଲି ଦଳ ଆଜି ସ୍ପଷ୍ଟ କରିବା ସହ ଚାଷୀମାନେ ରାଜଧାନୀକୁ ଆସିଲେ ବିଜେଡି କାହିଁକି ଭୟ କରୁଛି ବୋଲି ପ୍ରଶ୍ନ କରିଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି-“ଗଣତନ୍ତ୍ରରେ ମତ ରଖିବା ଓ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବା ହେଉଛି ସମସ୍ତଙ୍କର […]

ଚାଷୀମାନେ ରାଜଧାନୀକୁ ଆସିଲେ ବିଜେଡି ଭୟ କରୁଛି କାହିଁକି: ବିଜେପି

BJP

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଓ ଦାବିକୁ ବିଜେପି ନୈତିକ ସମର୍ଥନ କରୁଛି ବୋଲି ଦଳ ଆଜି ସ୍ପଷ୍ଟ କରିବା ସହ ଚାଷୀମାନେ ରାଜଧାନୀକୁ ଆସିଲେ ବିଜେଡି କାହିଁକି ଭୟ କରୁଛି ବୋଲି ପ୍ରଶ୍ନ କରିଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

Advertisment

ସେ କହିଛନ୍ତି-“ଗଣତନ୍ତ୍ରରେ ମତ ରଖିବା ଓ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବା ହେଉଛି ସମସ୍ତଙ୍କର ମୌଳିକ ଅଧିକାର। ଚାଷୀଙ୍କ ଗଣତାନ୍ତ୍ରିକ ଦାବି ପ୍ରତି ବିଜେପିର ସମର୍ଥନ ସବୁବେଳେ ଥିଲା ଓ ରହିବ। କିନ୍ତୁ ବିଭିନ୍ନ ସମୟରେ ନବନିର୍ମାଣ କୃଷକ ସଂଗଠନ ନେତୃତ୍ୱରେ ଚାଷୀମାନେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ଚାହୁଁଥିବାବେଳେ, ସେମାନଙ୍କୁ ପୁଲିସ ଲଗାଇ ସହର ଭିତରକୁ ପୂରାଇ ନଦେବାକୁ ନିନ୍ଦା କରୁଛି।”

ସେ ଆହୁରି କହିଛନ୍ତି-“ଚାଷୀଙ୍କୁ ରାଜଧାନୀ ମନା ହେଉଛି, ବିଜେଡି ଓ ରାଜ୍ୟ ସରକାରଙ୍କ ନୀତି। ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡି ଆସନ୍ତାକାଲି ଚାଷୀଙ୍କୁ ରାଜଧାନୀରେ ପ୍ରତିବାଦ କରିବାକୁ ଅନୁମତି ଦେବେ ନା ପୁଣିଥରେ ବଳପ୍ରୟୋଗ କରି ମାଡ଼ ମାରି ଅଗଣତାନ୍ତ୍ରିକ ଭାବେ ଗିରଫ କରିବେ?”

Advertisment

ସୁରଥ ବିଶ୍ୱାଳ କହିଛନ୍ତି-“କାଳିଆ ଯୋଜନାରେ ସାମିଲ୍‌ ହେବା ପାଇଁ ରାଜ୍ୟର ପ୍ରକୃତ ଚାଷୀମାନେ ଯେଉଁ ନୀଳ ଓ ନାଲି ରଙ୍ଗର ଫର୍ମକୁ ଲାଇନରେ ଠିଆ ହୋଇ ପୂରଣ କରି ଦେଇଥିଲେ, ସେ ଫର୍ମ କୁଆଡ଼େ ଗଲା ଓ ସେହି ଚାଷୀଙ୍କୁ କେବେ ପଇସା ମିଳିବ? ‘କାଳିଆ’ ଯୋଜନାରେ କେତେ ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ସହାୟତା ଦିଆଯାଇଛି, ତା’ର ତଥ୍ୟ ସାର୍ବଜନୀନ କରାଯାଉ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ପ୍ରତି ଚାଷୀଙ୍କୁ କେନ୍ଦ୍ର ସରକାର ଦେଉଥିବା ୬ ହଜାର ଟଙ୍କାକୁ କାହିଁକି ରାଜ୍ୟ ସରକାର ଅଟକାଉଛନ୍ତି?”

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ଦିଲ୍ଲୀପ ସ୍ୱାଇଁ ଓ ସଂଯୋଜକ ସରୋଜ ସାହୁ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe