Advertisment

ନୋଟିସ୍‌ ଦେଇ ପୁଲିସ ଛାଡ଼ିଲା ଓଟିଭି ଅଫିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଓଟିଭି ଅଫିସ କ୍ୟାମ୍ପସ ଭିତରେ ଓ ଫାଟକ ବାହାରେ ଡେରା ପକାଇଥିବା କେନ୍ଦୁଝର ପୁଲିସ ଆଜି ଅପରାହ୍ନ ୪ଟାରେ ନୋଟିସ୍‌ ଦେଇ ଛାଡ଼ିଛି। ଗତକାଲି ଅପରାହ୍ନରୁ ପୁଲିସ ବିନା କାରଣରେ ରାଜ୍ୟର ନମ୍ୱର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭି କ୍ୟାମ୍ପସ ପରିସରରେ ବସି ରହିଥିଲା। କେନ୍ଦୁଝର ପୁଲିସର ଏକ ଟିମ୍‌ ଆଜି ପୁଣି ଥରେ ଓଟିଭି ପରିସରକୁ ଆସି ସିଆର୍‌ପିସି-୯୧ ଧାରାରେ ନୋଟିସ ଦେଇ ଫେରି ଯାଇଛି। ଏହା ସହିତ ଗତକାଲିଠାରୁ […]

ଅଦ୍ୟତନ ହୋଇଛି
ନୋଟିସ୍‌ ଦେଇ ପୁଲିସ ଛାଡ଼ିଲା ଓଟିଭି ଅଫିସ୍‌

police

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଓଟିଭି ଅଫିସ କ୍ୟାମ୍ପସ ଭିତରେ ଓ ଫାଟକ ବାହାରେ ଡେରା ପକାଇଥିବା କେନ୍ଦୁଝର ପୁଲିସ ଆଜି ଅପରାହ୍ନ ୪ଟାରେ ନୋଟିସ୍‌ ଦେଇ ଛାଡ଼ିଛି। ଗତକାଲି ଅପରାହ୍ନରୁ ପୁଲିସ ବିନା କାରଣରେ ରାଜ୍ୟର ନମ୍ୱର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭି କ୍ୟାମ୍ପସ ପରିସରରେ ବସି ରହିଥିଲା।

Advertisment

କେନ୍ଦୁଝର ପୁଲିସର ଏକ ଟିମ୍‌ ଆଜି ପୁଣି ଥରେ ଓଟିଭି ପରିସରକୁ ଆସି ସିଆର୍‌ପିସି-୯୧ ଧାରାରେ ନୋଟିସ ଦେଇ ଫେରି ଯାଇଛି। ଏହା ସହିତ ଗତକାଲିଠାରୁ ଡେରା ପକାଇଥିବା ପୁଲିସ ମଧ୍ୟ ଓଟିଭି ପରିସର ଛାଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଏକ ପୁରୁଣା ମାମଲାରେ କେନ୍ଦୁଝର ପୁଲିସର ଏକ ଟିମ୍‌ ଓଟିଭିର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହଠାତ ତାଙ୍କ ଘର ପାଖରୁ ଉଠାଇ ନେଇଥିଲା। ପ୍ରାୟ ଅଢ଼େଇ ଘଣ୍ଟାକାଳ ତାଙ୍କୁ ଅଟକ ରଖିବା ପରେ ଦଳବଳ ଧରି ଓଟିଭି ଅଫିସକୁ ଆସିଥିଲା ପୁଲିସ। ସେମାନେ ଓଟିଭି ଅଫିସରେ ପଶି ସର୍ଚ୍ଚ କରିବାକୁ କହିଥିଲେ। ହେଲେ କାହିଁକି ସର୍ଚ୍ଚ କରିବେ ସେ ନେଇ କିନ୍ତୁ କୌଣସି ସଠିକ ଉତ୍ତର କିମ୍ବା ଲିଖିତ ଅନୁମତିପତ୍ର ଦେଖାଇ ପାରିନଥିଲା ପୁଲିସ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe