Advertisment

ଯାନବାହାନରେ କେବେ ଲାଗିବ VLTD ଓ ପାନିକ ବଟନ?

୨୦୨୩ ଏପ୍ରିଲରୁ ରାଜ୍ୟରେ ସବୁ ଯାତ୍ରୀବାହୀ ଗାଡ଼ିରେ VLTD ଓ ପାନିକ ବଟନ ବାଧ୍ୟତାମୂଳକ କରିବାକୁ ଗତ ବର୍ଷ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରିଥିଲା ପରିବହନ ବିଭାଗ।

author-image
Manoranjan Sial
VLTD and Panic

VLTD and Panic

ରାଜ୍ୟରେ କେବେ ଯାତ୍ରୀଙ୍କୁ ମିଳିବ ସୁରକ୍ଷିତ ଯାତ୍ରାର ଆଶ୍ୱାସନା? ବାସ୍ତବ ରୂପ ନେବ ତ’ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ୍‌ (VLTD) ଓ ପାନିକ ବଟନ ବାଧ୍ୟତାମୂଳକ ବ୍ୟବସ୍ଥା? ନା ଏହା ପରିବହନ ବିଭାଗର ଭେଳିକି? କାରଣ VLTD ବ୍ୟବସ୍ଥା କାର୍ଯ୍ୟକାରୀ ନିଷ୍ପତ୍ତି ଦୁଇ ଦୁଇ ଥର ଘୁଞ୍ଚିଲାଣି। ଭିତ୍ତିଭୂମି ଅଭାବ କଥା କହି ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଯାତ୍ରୀ ସୁରକ୍ଷା ନେଇ ତିଥି ଗଡ଼ାଇ ଚାଲିଛି ପରିବହନ ବିଭାଗ।

Advertisment

୨୦୨୩ ଏପ୍ରିଲରୁ ରାଜ୍ୟରେ ସବୁ ଯାତ୍ରୀବାହୀ ଗାଡ଼ିରେ VLTD ଓ ପାନିକ ବଟନ ବାଧ୍ୟତାମୂଳକ କରିବାକୁ ଗତ ବର୍ଷ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରିଥିଲା ପରିବହନ ବିଭାଗ। ଏହାପରେ ଭିତ୍ତିଭୂମି ଅଭାବ ବାହାନା ଦେଖାଇ ଏ ଅବଧିକୁ ଜୁନ୍ ୩୦ ଯାଏଁ ସମ୍ପ୍ରସାରଣ କରାଯାଇଥିଲା। ଏବେ ରାଜ୍ୟ ପରିବହନ ପ୍ରାଧିକରଣ କହୁଛି, VLTD ଓ ପାନିକ୍‌ ବଟନ କାର୍ଯ୍ୟକାରୀ ପାଇଁ ଭିତ୍ତିଭୂମି ପ୍ରସ୍ତୁତି କରିବାକୁ ବିଏସ୍‌ଏନ୍ଏଲକୁ ଦାୟିତ୍ୱ ଦିଆଯାଇଛି। ୨ ମାସ ମଧ୍ୟରେ ଭିତ୍ତିଭୂମି କାମ ସାରିବାକୁ ପ୍ରତିଶ୍ରୁତି ଦେଇଛି ବିଏସ୍ଏନ୍ଏଲ୍। ଭିତ୍ତିଭୂମି କାମ ସରିବା ପରେ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବରରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ବ୍ୟବସ୍ଥା।

ତେବେ କ’ଣ ଏ VLTD ଓ ପାନିକ ବଟନ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍।ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ। ଗାଡ଼ି କେଉଁ ରୁଟରେ ଯାଉଛି, କେତେ ବେଗରେ ଗତି କରୁଛି ? ପରମିଟ୍ ଅଛି ନା ନାହିଁ ? ସବୁକିଛି ଟ୍ରାକ୍ ହୋଇପାରିବ। ଏମିତିକି ଅସୁବିଧାରେ ପଡ଼ି ଯାତ୍ରୀ ପାନିକ ବଟନ୍ ଦବାଇଲେ, ଗାଡ଼ିର ସବିଶେଷ ତଥ୍ୟ ନିକଟସ୍ଥ ପୁଲିସ୍ ଷ୍ଟେସନ, ଆରଟିଓ ଅଫିସ ଓ ଗାଡ଼ି ମାଲିକଙ୍କ ପାଖକୁ ସୂଚନା ଯିବ।

Advertisment

ଏପଟେ ଗାଡ଼ି ମାଲିକଙ୍କ କହିବା କଥା, ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଭଳି ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ୍ କେବଳ ଏକ ଫାର୍ସ। ରାଜସ୍ୱ ଆଦାୟର ନୂଆ ଫଣ୍ଡା। ଅନ୍ୟପକ୍ଷରେ ସଡ଼କ ସୁରକ୍ଷା ବିଶେଷଜ୍ଞ କହିଛନ୍ତି, VLTD ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ରାଜ୍ୟରେ ଏ ଯାଏଁ ଭିତ୍ତିଭୂମି ନାହିଁ। ଏହାଛଡ଼ା ଗାଡ଼ି ମାଲିକମାନେ କେଉଁ କମ୍ପାନିର VLTD ଲଗାଇବେ, ଏହା ଉପରେ କମ୍ପାନୀ କେତେ ଦିନର ଗ୍ୟାରେଣ୍ଟି ଦେବ, ସେନେଇ ବି କୌଣସି ସ୍ପଷ୍ଟତା ଆସିନି।

Odisha STA