Advertisment

ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନ-'ପ୍ରତାପଙ୍କୁ କାହିଁକି ଗିରଫ କରାଯାଉନି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିବାରେ ଲାଗିଛି । ପିଏମ୍‌ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ଉଠାଇବାରୁ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଓ ଦଳ ପକ୍ଷରୁ କୁହାଯାଉଛି। ସେହିଭଳି ଏହି ହତ୍ୟାକାଣ୍ଡ ମାମଲାରେ ଦିଆଯାଇଥିବା ଏଫଆଇଆରରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ସିଧାସଳଖ ରାଜ୍ୟ […]

ଅଦ୍ୟତନ ହୋଇଛି
ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନ-'ପ୍ରତାପଙ୍କୁ କାହିଁକି ଗିରଫ କରାଯାଉନି'

purandeswari

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିବାରେ ଲାଗିଛି । ପିଏମ୍‌ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ଉଠାଇବାରୁ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଓ ଦଳ ପକ୍ଷରୁ କୁହାଯାଉଛି। ସେହିଭଳି ଏହି ହତ୍ୟାକାଣ୍ଡ ମାମଲାରେ ଦିଆଯାଇଥିବା ଏଫଆଇଆରରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ।

Advertisment

ଆଜି ନୃତ୍ତାଙ୍ଗରେ ଏକ ସମ୍ବାଦିକ ସମ୍ମିଳନୀ କରି ସେ କହିଥିଲେ,  ଏଠାକାର ରାଜ୍ୟ ସରକାର ଦୁର୍ନୀତିରେ  ବୁଡ଼ି ରହିଛନ୍ତି। ବର୍ଷକ ତଳେ ପିଏମ୍‌ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ଉଠଇବା ପରେ ବିକାଶ ଜେନାଙ୍କୁ ଅତି ଦୟନୀୟ ଭାବେ ହତ୍ୟା କରାଯାଇଥିଲା। ଆଉ ଏବେ ବିଜେପି ନେତା କୁଳମଣି ଏବଂ ସହଯୋଗୀ ଦିବ୍ୟସିଂହଙ୍କୁ ହତ୍ୟା କରାଯାଇଛି। ଏହା ସବୁଠାରୁ ବଡ଼ ଦୁଃଖଦ ଘଟଣା। ଆମେ ତାଙ୍କ ପରିବାର ସହ ଅଛୁ, ତାଙ୍କୁ ନ୍ୟାୟ ମିଳିବା ଯାଏଁ ତାଙ୍କ ସହ ରହିବୁ।

ପୁରନ୍ଦେଶ୍ୱରୀ ଆହୁରି କହିଥିଲେ, ଏହି ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ନେଇ ମୃତ କୁଳମଣି ବରାଳଙ୍କ ପୁଅ ବୟାନ ଦେଇଥିଲେ। ଏଫ୍‌ଆଇରରେ ମଧ୍ୟ ପ୍ରତାପ ଜେନାଙ୍କ ନାଁ ରହିଛି । ଏହାସତ୍ତ୍ୱେ ତାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ବିଜେପି ରାଜ୍ୟ ପ୍ରଭାରୀ ପ୍ରଶ୍ନ କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଆସି ରାଜ୍ୟରେ ଘଟୁଥିବା ଦୁର୍ନୀତି ଓ ହତ୍ୟା ଘଟଣା ଉପରେ ଦୃଷ୍ଟି ପକାନ୍ତୁ । ଓଡ଼ିଶାରେ ଲୋକମାନେ ଯେତିକି ଦୁଃଖକଷ୍ଟ ଭୋଗୁଛନ୍ତି, ତାହା ଅନ୍ୟ ରାଜ୍ୟରେ ଆଉ କେଉଁଠି ଦେଖିବାକୁ ମିଳୁନାହିଁ। ଏତେ ସବୁ ପରେ ମଧ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବିଜେପି ଟିମ୍ ସହ ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯାଇଥିଲେ। ସେଠାରେ ବିଜେପି ଟିମ ମୃତକଙ୍କ ପରିବାରକୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ବିଜେପି ନେତା କୁଳମଣି ବରାଳ ହତ୍ୟା ମାମଲାରେ ତାଙ୍କ ପୁଅ ୧୩ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଏଫଆଇଆରରେ ନାଁ ଥିବା ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଓ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe