ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ନାହିଁ ?

ବାଲେଶ୍ୱର/ ଜୟପୁର/ରାୟଗଡ଼ା(ଓଡ଼ିଶା ରିପୋର୍ଟର):  ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବାଦ୍ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ପ୍ରତିବାଦ ହୋଇଛି। ଏ ନେଇ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ପ୍ରତିବାଦ କରିଛି ବିଜେପି । ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ବିଜେପି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି । ବାଲେଶ୍ୱରରେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ବିନା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଥିବାରୁ ବିଜେପି କର୍ମୀ ହୋହାଲ୍ଲା କରିବା ସହ ବିରୋଧ କରିଥିଲେ । ବାଲେଶ୍ୱର ଗାନ୍ଧି […]

hio

Tapas Behera
  • Published: Monday, 21 June 2021
  • , Updated: 21 June 2021, 04:30 PM IST

ବାଲେଶ୍ୱର/ ଜୟପୁର/ରାୟଗଡ଼ା(ଓଡ଼ିଶା ରିପୋର୍ଟର):  ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବାଦ୍ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ପ୍ରତିବାଦ ହୋଇଛି। ଏ ନେଇ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ପ୍ରତିବାଦ କରିଛି ବିଜେପି । ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ବିଜେପି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି । ବାଲେଶ୍ୱରରେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ବିନା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଥିବାରୁ ବିଜେପି କର୍ମୀ ହୋହାଲ୍ଲା କରିବା ସହ ବିରୋଧ କରିଥିଲେ । ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବାରୁ ବିଜେପି କର୍ମୀ ପ୍ରତିବାଦ କରିଥିଲେ ।

ଏଥିସହ ଉଦ୍‌ଘାଟନ ପୂର୍ବରୁ ରିବନ୍ ଛିଣ୍ଡାଇ ମୋଦିଙ୍କ ଫଟୋ ଲଗାଇଥିଲେ ବିଜେପି କର୍ମୀ। ତେବେ ଏନେଇ ସିଡିଏମଓ କହିଛନ୍ତି ଆମେ ସରକାରୀ କର୍ମଚାରୀ । ସେଭଳି କୌଣସି ଗଣ୍ଡଗୋଳ ହୋଇନଥିବା କହି ସେ ଏଡାଇ ଯାଇଛନ୍ତି ।  ସେହିପରି ଜୟପୁରରେ ମଧ୍ୟ ଟିକାକରଣ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି  । ଟିକାକରଣ ନେଇ ରାଜ୍ୟ ସରକାର ମାଇଲେଜ୍ ନେଉଥିବା ଅଭିଯୋଗ ଆଣି ସିଡିଏମଓଙ୍କୁ ଘେରାଉ କରିଛନ୍ତି ବିଜେପି କର୍ମୀ । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଜୟପୁରରେ କୋରାପୁଟ ସିଡଏମଓଙ୍କୁ ଘେରିଛି ବିଜେପି ।

ଘଟଣାସ୍ଥଳରେ ଜୟପୁର ସଦର ପୁଲିସ ପହଞ୍ଚି ବୁଝାସୁଝା କରୁଛି। ରାୟଗଡ଼ାରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ା ୟୁଜିଏମ୍ଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବାରୁ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଟିକା ମାଗଣାରେ ଦେଉଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ପ୍ରଶ୍ନ କରିଛି ବିଜେପି । ସେହିପରି ଅନୁଗୁଳରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ବିଜେପି କର୍ମୀ ମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।

Related story