Advertisment

ବାତ୍ୟା ପାଇଁ କାହିଁକି ତୁରନ୍ତ ଆର୍ଥିକ ସହାୟତା ମାଗିଲେ ନାହିଁ ସରକାର? ଟ୍ୱିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ବାତ୍ୟା ‘ୟାସ୍‌’ ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏଥିରେ ଦାବି କରାଯାଇ ନଥିଲା। ଆଉ ସରକାରଙ୍କ ଏଭଳି ନିଷ୍ପତ୍ତି ପଛରେ ରହିଥିବା କାରଣ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଦେଶରେ ଏବେ ମହାମାରୀ କରୋନା ଶୀର୍ଷରେ ଥିବା ଯୋଗୁ ଆମେ କେନ୍ଦ୍ର ସରକାରଙ୍କୁ […]

ଅଦ୍ୟତନ ହୋଇଛି
ବାତ୍ୟା ପାଇଁ କାହିଁକି ତୁରନ୍ତ ଆର୍ଥିକ ସହାୟତା ମାଗିଲେ ନାହିଁ ସରକାର? ଟ୍ୱିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ

PM'S review meeting

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ବାତ୍ୟା ‘ୟାସ୍‌’ ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏଥିରେ ଦାବି କରାଯାଇ ନଥିଲା। ଆଉ ସରକାରଙ୍କ ଏଭଳି ନିଷ୍ପତ୍ତି ପଛରେ ରହିଥିବା କାରଣ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଜଣାଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଦେଶରେ ଏବେ ମହାମାରୀ କରୋନା ଶୀର୍ଷରେ ଥିବା ଯୋଗୁ ଆମେ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ମାଗିନାହୁଁ। ଏଭଳି ସମୟରେ କେନ୍ଦ୍ର ଉପରେ ଆମେ ଆର୍ଥିକ ବୋଝ ଲଦିବାକୁ ଚାହୁଁନାହୁଁ। ଏବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ଆମେ ଆମ ସମ୍ବଳରେ ପରିଚାଳନା କରିବୁ।

ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ ପ୍ରତିବର୍ଷ ଏଭଳି ପ୍ରାକୃତିକ ଦୁର୍ବିପାକ ଆସୁଥିବା ଯୋଗୁ ଏହାର ଦୀର୍ଘସୂତ୍ରୀ ସମାଧାନ ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି। ବିପର୍ଯ୍ୟୟକୁ ସମ୍ଭାଳିପାରୁଥିବା ଭଳି ବିଦ୍ୟୁତ୍ ବ୍ୟବସ୍ଥା ସହିତ ଉପକୂଳକୁ ସୁରକ୍ଷା ଯୋଗାଇ ପାରୁଥିବା ବ୍ୟବସ୍ଥା ପାଇଁ ଦାବି କରାଯାଇଛି।

Advertisment

ଏହା ସହିତ ବାତ୍ୟା ‘ୟାସ୍‌’ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମୀକ୍ଷା ବୈଠକରେ ବାତ୍ୟା ଦ୍ୱାରା ହୋଇଥିବା ବ୍ୟାପକ କ୍ଷୟକ୍ଷତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହା ସହିତ ବାତ୍ୟା ପୂର୍ବରୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଏବଂ ବାତ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଥିଲେ। ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଦାବି କରିଥିଲେ। ଏଥିପାଇଁ ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଆବଶ୍ୟକ। ସେହିପରି ଉପକୂଳର ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାର ତାର ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଥିଲେ।

Naveen Patnaik Cyclone Disaster Management Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe