Advertisment

ଏମିତି କ’ଣ ଦରକାର ପଡ଼ିଲା ପ୍ରଦୀପଙ୍କୁ ହଠାତ୍‌ ବ୍ରହ୍ମପୁର ଅଣାଗଲା ? ପ୍ରଶ୍ନ ଉଠାଇଲେ ସୁଜାତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର ଘଟଣାରେ ପ୍ରତିକ୍ରିୟା ପ୍ରକାଶ କଲେ  ସ୍ତ୍ରୀ ସୁଜାତା ପାଣିଗ୍ରାହୀ। ଭୁବନେଶ୍ୱର SDJMଙ୍କ ଆଦେଶ ଅବମାନନା ହୋଇଥିବା ଅଭିଯୋଗ ଆଣିଛନ୍ତି ସୁଜାତା ଓ ତାଙ୍କ ଓକିଲ। ପ୍ରଦୀପଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଭୁବନେଶ୍ୱର SDJMଙ୍କୁ ଜଣାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରି ବ୍ରହ୍ମପୁର ନେବାକୁ SDJM କହିଥିଲେ। ଏପରି କଣ ଦରକାର ପଡ଼ିଲା ଯେ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଅଣାଗଲା ବୋଲି ପ୍ରଶ୍ନ କରିଛନ୍ତି ସୁଜାତା ପାଣିଗ୍ରାହୀ। […]

ଅଦ୍ୟତନ ହୋଇଛି
ଏମିତି କ’ଣ ଦରକାର ପଡ଼ିଲା ପ୍ରଦୀପଙ୍କୁ ହଠାତ୍‌ ବ୍ରହ୍ମପୁର ଅଣାଗଲା ? ପ୍ରଶ୍ନ ଉଠାଇଲେ ସୁଜାତା

PRADEEP

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର ଘଟଣାରେ ପ୍ରତିକ୍ରିୟା ପ୍ରକାଶ କଲେ  ସ୍ତ୍ରୀ ସୁଜାତା ପାଣିଗ୍ରାହୀ। ଭୁବନେଶ୍ୱର SDJMଙ୍କ ଆଦେଶ ଅବମାନନା ହୋଇଥିବା ଅଭିଯୋଗ ଆଣିଛନ୍ତି ସୁଜାତା ଓ ତାଙ୍କ ଓକିଲ। ପ୍ରଦୀପଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଭୁବନେଶ୍ୱର SDJMଙ୍କୁ ଜଣାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରି ବ୍ରହ୍ମପୁର ନେବାକୁ SDJM କହିଥିଲେ। ଏପରି କଣ ଦରକାର ପଡ଼ିଲା ଯେ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଅଣାଗଲା ବୋଲି ପ୍ରଶ୍ନ କରିଛନ୍ତି ସୁଜାତା ପାଣିଗ୍ରାହୀ। କୋର୍ଟ ଆଦେଶ ନମାନି ବଳପୂର୍ବକ ଅଣାଯାଇଛି କହିଲେ ପ୍ରଦୀପଙ୍କ ସ୍ତ୍ରୀ।

Advertisment

ସୁପ୍ରିମକୋର୍ଟଙ୍କ ଆଦେଶାନୁସାରେ ଭର୍ଚୁଆଲରେ ହାଜର ହୋଇପାରିଥାନ୍ତା। ସେହିପରି ପ୍ରଦୀପଙ୍କ ଓକିଲ ରାଇଟ୍ ଟୁ ହେଲଥ୍ ଓ ରାଇଟ୍ ଟୁ ଫୁଡ୍ ପ୍ରସଙ୍ଗ ଉଠାଇଛନ୍ତି। ପ୍ରଦୀପଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇନି। ସେହିପରି ବିଳମ୍ବିତ ସମୟ ଯାଏଁ ଖାଦ୍ୟ ମଧ୍ୟ ଦିଆଯାଇନି। ପ୍ରଦୀପଙ୍କୁ ପୁଣି ଭୁବନେଶ୍ୱର ଜେଲ୍ ଫେରାଇ ନେବାକୁ ଅପିଲ୍ କରିଛୁ ବୋଲି ପ୍ରଦୀପଙ୍କ ଓକିଲ କହିଛନ୍ତି। ସୂଚନା ଅନୁଯାୟୀ, ଟାଟା କମ୍ପାନୀରେ ନିଯୁକ୍ତି ଠକେଇ ମାମଲା ନେଇ ପ୍ରଦୀପଙ୍କ ନାଁରେ ଗୋଳନ୍ଥରା ଥାନାରେ ମାମଲା ରହିଛି। ତେଣୁ  ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ପାଇଁ ଆଜି ଝାରପଡ଼ା ଜେଲରୁ ପ୍ରଦୀପଙ୍କୁ ନିଆଯାଇଛି। କୋର୍ଟରେ ହାଜର ସହ ବ୍ରହ୍ମପୁର ଜେଲରେ ରହିପାରନ୍ତି ପ୍ରଦୀପ।

ଏଥିସହପ୍ରଦୀପଙ୍କୁ ରିମାଣ୍ଡରେ ନେବା ପାଇଁ ବ୍ରହ୍ମପୁର ପୁଲିସ ଆବେଦନ କରିପାରେ। ତେବେ ଗତ ବୁଧବାର ପ୍ରଦୀପ ପାଣିଗ୍ରାହୀ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରି ଦେଇଥିଲେ । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି କହିଥିଲେ ହାଇକୋର୍ଟ। ଆବେଦନକାରୀ କରିପାରିବେନି ମାମଲାର ତଦନ୍ତ। ଏପରି ଯୁକ୍ତି ଦର୍ଶାଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଥିଲେ ହାଇକୋର୍ଟ। ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଆବେଦନକାରୀ ଭିଜିଲାନ୍ସର ଜଣେ ଡିଏସ୍‌ପି ହୋଇଥିବାରୁ ଏହାକୁ ତଦନ୍ତ କରିପାରିବନି ଭିଜିଲାନ୍ସ ବୋଲି କୋର୍ଟ କହିଥିଲେ।

Advertisment
Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe