Advertisment

ଓଟିଭି ରିପୋର୍ଟରଙ୍କୁ କାହିଁକି ମନାହେଲା ନବୀନ ନିବାସ ? କିଛି ଭିତିରି ଗୁମର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଉପରୁ ଅର୍ଡର ଅଛି, ଓଟିଭିକୁ ନବୀନ ନିବାସ ଭିତରକୁ ଛାଡ଼ି ହେବନି।’ ନବୀନ ନିବାସ ଆଗରେ ମୁତୟନ ସିକ୍ୟୁରିଟି ଦାୟିତ୍ଵରେ ଥିବା ପୁରୁଷ ଓ ମହିଳାମାନେ ଆଜି ଏମିତି କହି, ଓଡ଼ିଶାର ନମ୍ବର-୧ ନ୍ୟୁଜ୍ ଚ୍ୟାନେଲ୍ ‘ଓଟିଭି’ର ରିପୋର୍ଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘ନବୀନ ନିବାସ’ରୁ ବାହାର କରିଦେଇଛନ୍ତି। ବହୁ ସମୟ ଧରି ଓଟିଭିର ମହିଳା ରିପୋର୍ଟର ଅର୍ଚ୍ଚନା ଶତପଥୀ ସେମାନଙ୍କୁ ପଚାରି ଜାଣିବାକୁ ଚାହିଁଥିଲେ ଯେ, ଓଟିଭିକୁ ଭିତରକୁ ନଛାଡ଼ିବାକୁ କିଏ […]

ଅଦ୍ୟତନ ହୋଇଛି
ଓଟିଭି ରିପୋର୍ଟରଙ୍କୁ କାହିଁକି ମନାହେଲା ନବୀନ ନିବାସ ? କିଛି ଭିତିରି ଗୁମର

2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଉପରୁ ଅର୍ଡର ଅଛି, ଓଟିଭିକୁ ନବୀନ ନିବାସ ଭିତରକୁ ଛାଡ଼ି ହେବନି।’ ନବୀନ ନିବାସ ଆଗରେ ମୁତୟନ ସିକ୍ୟୁରିଟି ଦାୟିତ୍ଵରେ ଥିବା ପୁରୁଷ ଓ ମହିଳାମାନେ ଆଜି ଏମିତି କହି, ଓଡ଼ିଶାର ନମ୍ବର-୧ ନ୍ୟୁଜ୍ ଚ୍ୟାନେଲ୍ ‘ଓଟିଭି’ର ରିପୋର୍ଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘ନବୀନ ନିବାସ’ରୁ ବାହାର କରିଦେଇଛନ୍ତି। ବହୁ ସମୟ ଧରି ଓଟିଭିର ମହିଳା ରିପୋର୍ଟର ଅର୍ଚ୍ଚନା ଶତପଥୀ ସେମାନଙ୍କୁ ପଚାରି ଜାଣିବାକୁ ଚାହିଁଥିଲେ ଯେ, ଓଟିଭିକୁ ଭିତରକୁ ନଛାଡ଼ିବାକୁ କିଏ ମନା କରିଛି, ସେମାନେ କିନ୍ତୁ କାହାର ନାଁ କହିନଥିଲେ। ବରଂ କହିଥିଲେ, 'ଆପଣ କାହିଁକି ଆମ ପଛରେ ପଡ଼ିଛନ୍ତି, ଆମ ଚାକିରି ଚାଲିଯିବ। ଯିଏ ଡାକିଛି ତାଙ୍କୁ ପଚାର।'

Advertisment

publive-image

ଗତକାଲି କଂଗ୍ରେସ ଛାଡ଼ିଥିବା ବିଜେପୁରର ପ୍ରଣୟ ସାହୁ ଆଜି ବିଜେଡିରେ ଯୋଗଦେବା ଲାଗି ନବୀନ ନିବାସ ଆସିଥିଲେ। ଏସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ହ୍ୱାଟସ୍ ଆପ୍ ଗ୍ରୁପରେ ସୂଚନା ଦିଆଯାଇଥିଲା। ଏହି ସୂଚନା ଆଧାରରେ ଓଟିଭି ପ୍ରତିନିଧି ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ନବୀନ ନିବାସ ଯାଇଥିଲେ। ସମସ୍ତେ ଭିତରକୁ ଗଲେ, କିନ୍ତୁ ଓଟିଭିକୁ ଛଡ଼ାଗଲାନି। ପଚାରିବାରୁ କହିଲେ, 'ଆମକୁ କେବଳ କୁହାଯାଇଛି ଓଟିଭିକୁ ଛାଡ଼ିବନି। ବାସ୍ ଆମେ ଆଉ କିଛି ଜାଣିନୁ।'

ଓଟିଭି ପ୍ରତିନିଧି ଅର୍ଚ୍ଚନା ଶତପଥୀ ଓ ଭିଡିଓ ଜର୍ନାଲିଷ୍ଟ ସନ୍ତୋଷ ତରାଇ ବହୁ ସମୟ ଧରି ‘ୟାକୁ ପଚାର’ ‘ତାକୁ ପଚାର’ ଅବସ୍ଥାରେ ଘୂରି ବୁଲୁଥିଲେ ମଧ୍ୟ ଭିତରକୁ ସେମାନଙ୍କୁ କାହିଁକି ଛାଡ଼ିବାକୁ ମନାକରାଯାଇଛି ଓ କିଏ ମନାକରିଛି ସେ ସଂପର୍କରେ ସେମାନେ କିଛି କହିନଥିଲେ। ବରଂ ଅର୍ଚ୍ଚନା ଯେତେବେଳେ କହିଥିଲେ ଯେ, ‘ଆପଣ ବି ମୋ ସହ ଭିତରକୁ ଆସନ୍ତୁ’, ତ ମହିଳା ସିକ୍ୟୁରିଟିମାନେ ତାଙ୍କୁ ବଳପୂର୍ବକ ପେଲି ଅଟକାଇଥିଲେ।

Advertisment

[caption id="attachment_329021" align="aligncenter" width="1041"]publive-imageନବୀନ ନିବାସର ବାବୁ: ସବୁ ଜାଣିଛନ୍ତି, କିନ୍ତୁ କିଛି କହୁନାହାଁନ୍ତି, ପଚାରିଲେ ଖାଲି ମୁହଁ ଲୁଚେଇକି କହୁଛନ୍ତି, ଉପରୁ ନିର୍ଦ୍ଦେଶ ଅଛି, ଚାକିରି ଚାଲିଯିବ[/caption]

ସିକ୍ୟୁରିଟିମାନଙ୍କ ବ୍ୟବହାରରୁ ଜଣାପଡ଼ୁଥିଲା, ସେମାନେ ମଧ୍ୟ କିଂକର୍ତ୍ତବ୍ୟବିମୂଢ଼। ଯେଉଁ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକଙ୍କୁ ଡକାଯାଇଥିଲା, ସେଠି ସେମିତି କିଛି ଗୋଟେ ବୋମା ଫୁଟିବାର ନଥିଲା। ଆଗରୁ ଏମିତି ଅନେକ ନେତା ନବୀନ ନିବାସରେ ‘ବିଜେଡି’ରେ ମିଶିଛନ୍ତି। ହେଲେ ଆଜିର କାର୍ଯ୍ୟକ୍ରମକୁ ଯିବାକୁ କାହିଁକି ଓଟିଭିକୁ ବାରଣ କରାଗଲା, ଯେତେବେଳେ କି ସବୁ ସାମ୍ବାଦିକଙ୍କ ପାଇଁ ତାହା ସାହାଣମେଲା ଥିଲା, ତାହା ସ୍ପଷ୍ଟ ହେଉନାହିଁ। ନବୀନ ନିବାସର ଅସହିଷ୍ଣୁ ବାବୁମାନେ ଯେ ଓଟିଭିକୁ ଡରୁଛନ୍ତି, ଏଥିରୁ ସ୍ପଷ୍ଟ ହୋଇଗଲା।

ଏମିତିକି ସେଠିକୁ ଯାଇଥିବା ବିଜେପୁରର ନେତା ଓ କର୍ମୀଙ୍କୁ ମଧ୍ୟ ମନା କରାଯାଇଥିଲା ଓଟିଭିକୁ କିଛି ପ୍ରତିକ୍ରିୟା ଦେବାକୁ। ବାହାରେ ସେମାନଙ୍କୁ ପଚରା ଉଚରା କଲାବେଳେ, ସେମାନଙ୍କ ଭିତରେ ଏ ସଂପର୍କରେ କେତେକ ଆଲୋଚନା ବି କରୁଥିଲେ। ଜଣେ ମହିଳା ସିକ୍ୟୁରିଟି ମଧ୍ୟ ଗୁଣୁଗୁଣୁ ହେଇ କହୁଥିଲେ ଯେ, ‘ଆମକୁ ତ କହିଛନ୍ତି ଓଟିଭିକୁ ଛାଡ଼ିବନି, ଆମକୁ କହିଲେ କ’ଣ ହେବ?’

publive-image

ନବୀନ ନିବାସ ହେଉଛି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ‘ସରକାରୀ ବାସଭବନ’। ଏଠାରେ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟାଳୟ ମଧ୍ୟ ଅଛି। ଏ ଘରର ବ୍ୟବସ୍ଥା, ରକ୍ଷଣାବେକ୍ଷଣ, ନିରାପତ୍ତା ଓ ସୁରକ୍ଷା ପାଇଁ ସରକାରୀ ରାଜକୋଷରୁ ଟଙ୍କା ଖର୍ଚ୍ଚ ହେଉଛି। ଏଠାକୁ ଯେକୌଣସି ବ୍ୟକ୍ତି ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଅଧିକାର ରହିଛି। ହେଲେ ଏକ ପ୍ରମୁଖ ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କୁ ଭିତରକୁ କାହିଁକି ଛଡ଼ାଗଲାନି ତା’ର ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ବାଧ୍ୟ।

publive-image

ଶୁଣିବାକୁ ମିଳୁଛି, ତୃତୀୟ ମହଲାର ଅଣଓଡ଼ିଆ ଅଫିସରମାନେ ଓ ନିଜକୁ ନେକ୍ସ-ଟୁ-ନବୀନ ଭାବୁଥିବା ଜଣେ ପାୱାରଫୁଲ ନେତା ଓ ପୂର୍ବତନ ମନ୍ତ୍ରୀଙ୍କ ମୁଣ୍ଡକୁ ହଠାତ୍ ଏମିତି କଥା ଜୁଟିଥିଲା। ବିଜେପୁର ବିଧାୟିକା ରୀତା ସାହୁଙ୍କ ବାକ୍‌ଚାତୁରୀ ଟିକିଏ କମ୍। ମିଡିଆ ଆଗରେ କାଳେ ସେ କହୁକହୁ ୟାଡୁସ୍ୟାଡୁ କିଛି କହିଦେବେ ଓ ବିଜେଡିର ସବୁ ଗୁମର ଖୋଲିଯିବ, ସେଥିପାଇଁ ସେମାନେ ‘ମୂଳୁ ମାଇଲେ ଯିବ ସରି’ ନ୍ୟାୟରେ ଓଟିଭିକୁ ନବୀନ ନିବାସ ଭିତରକୁ ମୋଟୁରୁ ନ ପୂରେଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସେଠି କାହାର କାହାର ପ୍ରତିକ୍ରିୟା ନିଆଯିବ ଓ କେଉଁ କେଉଁ ପ୍ରଶ୍ନ ପଚରାଯିବ ଏବଂ ପ୍ରଣୟ ସାହୁ ଓ ରୀତା ସାହୁ ଉତ୍ତରରେ କ’ଣ କ’ଣ କହିବେ, ତାହା ମଧ୍ୟ ତୃତୀୟ ମହଲାରୁ ଠିକ୍ ହୋଇସାରିଥିଲା। ସାମ୍ବାଦିକମାନେ ମଧ୍ୟ ସେଠି ସେହିସେହି ପ୍ରଶ୍ନ ପଚାରିଲେ, ଯେଉଁ ପ୍ରଶ୍ନ ସେମାନଙ୍କୁ ଦିଆଯାଇଥିଲା। ଏ ବିଷୟରେ ସେଠି କିଛି ସାମ୍ବାଦିକ ମଧ୍ୟ କଥାବାର୍ତ୍ତା ହେଉଥିବା ଚର୍ଚ୍ଚା ହେଉଥିଲା। ତେଣୁ ଓଟିଭି ଯାଇଥିଲେ ବିଭ୍ରାଟ ହୋଇଯିବାର ଆଶଙ୍କା ଥିବାରୁ, ରିପୋର୍ଟରଙ୍କୁ ଭିତରକୁ ନଛାଡ଼ିବାକୁ ନବୀନ ନିବାସ ସିକ୍ୟୁରିଟିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଜଣାପଡ଼ିଛି। (ଦେଖନ୍ତୁ ପୂରା ଭିଡିଓ)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe