ଜୟପୁର (ଟି. ଗୌରୀଶଙ୍କର): "ଡମ୍ବରୁ ଖିଲା ନକ୍ସଲ ନୁହେଁ। ସେ କୌଣସି ନକ୍ସଲ କାର୍ଯ୍ୟକଳାପରେ ସାମିଲ ନଥିଲା। ସେ ମିସ୍ତ୍ରୀ କାମ କରି ପରିବାର ପୋଷୁଥିଲା। ତେଣୁ ତାଙ୍କୁ ମୁକ୍ତି ଦିଆଯାଉ।" ଏପରି ଦାବି କରିଛନ୍ତି କୋରାପୁଟ ଜିଲ୍ଲା ଚାଟୁଆ ସରପଞ୍ଚଙ୍କ ସହ ଗ୍ରାମବାସୀ ଓ ଡମ୍ବରୁଙ୍କ ସ୍ତ୍ରୀ। ଏସ୍ପିଙ୍କୁ ଏନେଇ ଲିଖିତ ଦାବିପତ୍ର ଦେଇଛନ୍ତି।
ସପ୍ତାହେ ଭିତରେ ପ୍ରଶାସନ ନଶୁଣିଲେ ମାଳି ଛକ ଠାରେ ଧାରଣା ଦିଆଯିବ ବୋଲି ସରପଞ୍ଚ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, କୋରାପୁଟ ପୁଲିସ୍ ଦ୍ୱାରା ଗିରଫ ଡମ୍ବରୁଙ୍କୁ ଏବେ NIA ପଚରାଉଚରା କରୁଛି। ଆନ୍ଧ୍ରପ୍ରଦେଶର ଆରକ୍କୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନକ୍ସଲ ଗୁଳିକରି ହତ୍ୟା କରିଥିଲେ। ସେହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହରେ ପଡୁଆ ପୁଲିସ ଡମ୍ବରୁକୁ ଗିରଫ କରିଥିଲା। ଡମ୍ବରୁ ଜଣେ ନକ୍ସଲ ମିଲିସିୟା ବୋଲି କୋରାପୁଟ ଏସ୍ପି ସୂଚନା ଦେଇଥିଲେ। NIA ଡମ୍ବୁରୁକୁ ଏସ୍ଡିଜେଏମ୍ଙ୍କ ନିକଟରେ ହାଜର କରି ଅଧିକ ତଦନ୍ତ ପାଇଁ ନିଜ ହେପାଜତକୁ ନେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସାହାଯ୍ୟ ବାହାନାରେ ଯୁବତୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଆରପିଏଫ ଏଏସଆଇ
ହଷ୍ଟେଲ ବନ୍ଦ ଥିବାରୁ ରାଜଧାନୀରେ ଏକୁଟିଆ ହୋଇ ଯାଇଥିବା ଯୁବତୀ ଆରପିଏଫ ଥାନାକୁ ଯାଇଥିଲେ ।
Crime
ରାଜଧାନୀରେ ବୀଭତ୍ସ ହତ୍ୟା ଘଟଣା, ମୃତକଙ୍କ ପରିଚୟ ମିଳିଲା
ମୃତକ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାଯାଇଛି। ସେ ପୁଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।
Crime
ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ, ୫ ମାମଲାରୁ ନିର୍ଦ୍ଦୋଷରେ ଖଲାସ
ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ।
Events & Festivals
ପ୍ରବାସୀ ଭାରତୀୟ ସମ୍ମେଳନ ଆରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ- ପ୍ରବାସୀମାନେ କଲଚରାଲ ଆମ୍ବାସଡର
ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ।
Crime
ଦୁଇ ଶ୍ରମିକଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ବନ୍ଧା ହେଲେ ଦୁଇ ଯୁବକ
ଗତ ୫ ତାରିଖ ଦିନ ହାଡିଆପଠାରେ କିଛି ନିଶାସକ୍ତ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଯୁବକମାନେ ଦୁଇ ଶ୍ରମିକଙ୍କୁ ଉଠାଇ ନେଇ ଯୋବ୍ରା ଅଞ୍ଚଳର ପରିତ୍ୟକ୍ତ ଘରେ ରଖିଥିଲେ।