Advertisment

ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ଗୁରୁତର, ଫେରୁନି ଚେତା

କରଞ୍ଜିଆ(ଦୀପକ ମହାନ୍ତ): ଯିଏ ସାତ ଜନ୍ମ ପାଇଁ ସୁରକ୍ଷା ଦେବ ବୋଲି ଶପଥ ନେଇଥିଲା, ସିଏ ନିଜେ ହିଁ ମାଡ଼ ମାରି ପତ୍ନୀକୁ ଲହୁଲୁହାଣ କଲା। ସ୍ୱାମୀର ଠେଙ୍ଗା ମାଡ଼ରେ ଲହୁଲୁହାଣ ସ୍ତ୍ରୀ ଗାଁ ଦାଣ୍ଡରେ ଅଚେତ ହୋଇ ପଡ଼ିଲା । ଶେଷରେ ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରାମରା ଗ୍ରାମ ଦରଦରା […]

ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ଗୁରୁତର, ଫେରୁନି ଚେତା

attack

Advertisment

କରଞ୍ଜିଆ(ଦୀପକ ମହାନ୍ତ): ଯିଏ ସାତ ଜନ୍ମ ପାଇଁ ସୁରକ୍ଷା ଦେବ ବୋଲି ଶପଥ ନେଇଥିଲା, ସିଏ ନିଜେ ହିଁ ମାଡ଼ ମାରି ପତ୍ନୀକୁ ଲହୁଲୁହାଣ କଲା। ସ୍ୱାମୀର ଠେଙ୍ଗା ମାଡ଼ରେ ଲହୁଲୁହାଣ ସ୍ତ୍ରୀ ଗାଁ ଦାଣ୍ଡରେ ଅଚେତ ହୋଇ ପଡ଼ିଲା । ଶେଷରେ ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରାମରା ଗ୍ରାମ ଦରଦରା ଛକ ନିକଟରେ ଦେଖିବାକୁ ମିଳିଛି।

Advertisment

ଗୁରୁତର ମହିଳାଜଣକ ହେଲେ ପ୍ରମିଳା ନାଏକ । ତାଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟି ଲହୁଲୁହାଣ କରିବା ପରେ ସ୍ୱାମୀ ଶୁଖିଆ ନାଏକ ଫେରାର ହୋଇଯାଇଥିବା ଜଣାଯାଇଛି।

ଗତକାଲି ସନ୍ଧ୍ୟା ସମୟରେ ଉଭୟ ଶୁଖିଆ ଓ ପ୍ରମିଳା ଦରଦରା ଛକରେ ଥିଲେ। କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହେଲା। ବଚସା ଏତେ ଉଗ୍ର ରୂପ ନେଲା ଯେ, ଉତ୍ତ୍ୟକ୍ତ ଶୁଖିଆ ଏକ ଠେଙ୍ଗାରେ ପ୍ରମିଳାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ପ୍ରମିଳା ରାସ୍ତାରେ ପଡ଼ି ଛଟପଟ ହେବା ପରେ ବେହୋସ ହୋଇଗଲେ। ଏହାଦେଖି ଘଟଣାସ୍ଥଳରୁ ଶୁଖିଆ କେଉଁଆଡ଼େ ପଳାଇଲେ।

Advertisment

ଗାଁ ଦାଣ୍ଡରେ ପ୍ରମିଳା ପଡ଼ି ଛଟପଟ ହେଉଥିବା ଦେଖି ଗ୍ରାମବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟ କରଞ୍ଜିଆକୁ ସ୍ଥାନାନ୍ତର କରାଯାଇଛି। ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରୁଥିବା ବେଳେ ଶୁଖିଆର ପତ୍ତା ମିଳୁନି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe