Advertisment

‘ତାଙ୍କୁ ମାରିସାରିଲେଣି, ଆଉ କେତେ ମହିଳାଙ୍କୁ ବିଧବା କରିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୋ ସ୍ୱାମୀଙ୍କୁ ମାରିଦେଲେ। ତାଙ୍କୁ କୋଭିଡ୍‌ ହୋଇଛି କହି କ୍ୟାପିଟାଲ ହସପିଟାଲରୁ କୋଭିଡ୍‌ ହସପିଟାଲ ନେଇ ଆସିଲେ। ଏଠି ଆସି ଦେଖିଲା ବେଳକୁ ତାଙ୍କୁ ମାରି ଦେଲେଣି। ଏମିତି କୋହଭରା କଣ୍ଠରେ କହିଛନ୍ତି ଜଣେ ମହିଳା। ଭୁବନେଶ୍ୱରର ସମ୍ପୃକ୍ତ ମହିଳା ଜଣକ କହିଛନ୍ତି ଯେ, ମୋ ସ୍ୱାମୀଙ୍କୁ ଅନ୍ୟ ରୋଗରେ ଭଲ ହେବା ପାଇଁ ମୁଁ କ୍ୟାପିଟାଲ ହସପିଟାଲ ଆଣିଥିଲି। ସେଠାରେ କହିଲେ ତୁମ ସ୍ୱାମୀଙ୍କୁ କରୋନା ହୋଇଛି। ତାଙ୍କୁ କୋଭିଡ୍‌ ହସପିଟାଲ ନେଇଗଲେ। ପରେ […]

ଅଦ୍ୟତନ ହୋଇଛି
‘ତାଙ୍କୁ ମାରିସାରିଲେଣି, ଆଉ କେତେ ମହିଳାଙ୍କୁ ବିଧବା କରିବ’

iop

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୋ ସ୍ୱାମୀଙ୍କୁ ମାରିଦେଲେ। ତାଙ୍କୁ କୋଭିଡ୍‌ ହୋଇଛି କହି କ୍ୟାପିଟାଲ ହସପିଟାଲରୁ କୋଭିଡ୍‌ ହସପିଟାଲ ନେଇ ଆସିଲେ। ଏଠି ଆସି ଦେଖିଲା ବେଳକୁ ତାଙ୍କୁ ମାରି ଦେଲେଣି। ଏମିତି କୋହଭରା କଣ୍ଠରେ କହିଛନ୍ତି ଜଣେ ମହିଳା। ଭୁବନେଶ୍ୱରର ସମ୍ପୃକ୍ତ ମହିଳା ଜଣକ କହିଛନ୍ତି ଯେ, ମୋ ସ୍ୱାମୀଙ୍କୁ ଅନ୍ୟ ରୋଗରେ ଭଲ ହେବା ପାଇଁ ମୁଁ କ୍ୟାପିଟାଲ ହସପିଟାଲ ଆଣିଥିଲି।

Advertisment

ସେଠାରେ କହିଲେ ତୁମ ସ୍ୱାମୀଙ୍କୁ କରୋନା ହୋଇଛି। ତାଙ୍କୁ କୋଭିଡ୍‌ ହସପିଟାଲ ନେଇଗଲେ। ପରେ ମେସେଜ ଆସିଲା ଆପଣଙ୍କ ପେସେଣ୍ଟର କରୋନା ନାହିଁ । ପରେ ମୁଁ ଆସିଲା ପରେ ମୋତେ କହିଲେ ତୁମ ପେସେଣ୍ଟ ଭଲ ଅଛି। ଶୋଇଛି। ହେଲେ ତାଙ୍କୁ ମାରି ସାରିଲେଣି। ଏଠୁ ସେଠି କରି ତାଙ୍କୁ ମାରିସାରିଲେଣି। ମୁଁ ଫୋନ କରିଥଲି। ମୋ ସ୍ୱାମୀ ଉଠାଇ କହିଥିଲେ, ତାଙ୍କୁ ଖାଇବାକୁ ଦିଆଯାଉନି। ବ୍ଲଡ୍‌ ପ୍ରେସର ବଢ଼ିଗଲାଣି।
ଦେଖିବାକୁ ଆସିଥିଲି। ମୋତେ ଛାଡ଼ିଲେଣି। ଓଲଟି ପୁଲିସ ଆମକୁ ବାଡ଼େଇ ଘଉଡ଼ାଇଲା। ମୋର ଛୋଟ ଛୋଟ ପିଲା ମୁଁ କେମିତି ଚଳିବି ବୋଲି ସେ ପ୍ରଶ୍ନ କରିଚନ୍ତି। ଭଲ ଲୋକଟାକୁ ଆଣିଥିଲି ହେଲେ ତାଙ୍କୁ ମାରିଦେଲେ । ଏମିତି କେତେ ଲୋକଙ୍କୁ ସେମାନେ ବିଧବା କରିବେ ବୋଲି ମହିଳା ଜଣକ କାନ୍ଦି କାନ୍ଦି ପ୍ରଶ୍ନ କରିଛନ୍ତି। କୋଭିଡ୍ ମହାମାରୀ ନାମରେ ରୋଗୀଙ୍କ ଜୀବନ ସହ କେମିତି ସାଂଘାତିକ୍‌ ଖେଳ ଖେଳାଯାଉଛି ତାହା ଏହି ମହିଳାଙ୍କ ଅଭିଯୋଗ ହିଁ ବୟାନ୍‌ କରୁଛି।

Corona Death In Odisha Capital Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe