/odisha-reporter/media/post_attachments/uploads/2020/04/deadbody-10000.jpg)
deadbody
ପାରାଦୀପ(ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହରସିଣା(ଖପଡ଼ା)ଗାଁରେ ପାରିବାରିକ କଳହର କରୁଣ ଚିତ୍ର ଦେଖିବାକୁ ମିଳିଛି । ସ୍ୱାମୀ କଟୁରି ପଛପଟେ ସ୍ତ୍ରୀର ମୁଣ୍ଡକୁ ବାଡେଇ ବାଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଜଣଙ୍କ ହେଲେ ପାର୍ବତୀ ତରାଇ। ସ୍ୱାମୀ ମେଘନାଦ ତରାଇଙ୍କୁ ଗିରଫ କରି ପଚରାଉଚରା କରୁଛି କୁଜଙ୍ଗ ପୁଲିସ୍।
Advertisment
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା। ଏଥିରେ ମେଘନାଦ ରାଗି ଯାଇ ପାର୍ବତୀଙ୍କୁ କଟୁରି ପଛପଟେ ବାଡ଼େଇଥିଲେ। ଫଳରେ ଘଟଣାସ୍ଥଳରେ ପାର୍ବତୀଙ୍କ ମୃତ୍ୟୁ ଘଟିଥିଲା। ମେଘନାଦଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଖବର ପାଇ କୁଜଙ୍ଗ ଥାନା ପୁଲିସ୍ ପହଞ୍ଚି ପତ୍ନୀହନ୍ତା ସ୍ୱାମୀ ମେଘନାଦଙ୍କୁ ଗିରଫ କରି ପଚରାଉଚରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
