Advertisment

ପ୍ରଦୀପ ପାଣିଗ୍ରାହୀଙ୍କ ସ୍ତ୍ରୀ ପଚାରିଲେ ମୋ ସ୍ୱାମୀ କେଉଁଠି ? ଟ୍ୱିଟ୍‌ କରି ଉତ୍ତର ଦେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ହଠାତ୍‌ ଉଠାଇନିଆଯିବା ପ୍ରସଙ୍ଗରେ  ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି। ମୋ ସ୍ୱାମୀ କଣ ନକ୍ସଲ ?  ତାଙ୍କର କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ। ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ଉଠାଇନେଲେ। ମୋ ସ୍ୱାମୀ କଣ ନକ୍ସଲ କି ବୋଲି ସୁଜା ପ୍ରଶ୍ନ କରିଛନ୍ତି। ଇଓଡବ୍ଲ୍ୟୁ ଅଫିସକୁ ନେଉଥିବା କହି ଘରୁ ଉଠାଇ ନେଲେ। ମୋ […]

ଅଦ୍ୟତନ ହୋଇଛି
ପ୍ରଦୀପ ପାଣିଗ୍ରାହୀଙ୍କ ସ୍ତ୍ରୀ ପଚାରିଲେ ମୋ ସ୍ୱାମୀ କେଉଁଠି ? ଟ୍ୱିଟ୍‌ କରି ଉତ୍ତର ଦେଲା କ୍ରାଇମବ୍ରାଞ୍ଚ

675

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ହଠାତ୍‌ ଉଠାଇନିଆଯିବା ପ୍ରସଙ୍ଗରେ  ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି। ମୋ ସ୍ୱାମୀ କଣ ନକ୍ସଲ ?  ତାଙ୍କର କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ। ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ଉଠାଇନେଲେ। ମୋ ସ୍ୱାମୀ କଣ ନକ୍ସଲ କି ବୋଲି ସୁଜା ପ୍ରଶ୍ନ କରିଛନ୍ତି। ଇଓଡବ୍ଲ୍ୟୁ ଅଫିସକୁ ନେଉଥିବା କହି ଘରୁ ଉଠାଇ ନେଲେ। ମୋ ସ୍ୱାମୀଙ୍କ ସୁରକ୍ଷା ନେଇ ମୁଁ ସନ୍ଦୀହାନ ହୋଇପଡ଼ିଛି। ଯଦି ମୋ ସ୍ୱାମୀଙ୍କର କିଛି ହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସୁଜାତା କହିଛନ୍ତି।

Advertisment

ମୋ ସ୍ୱାମୀଙ୍କର କିଛି ହେଲେ, ମୁଁ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବି। ରାଜନୈତିକ ଷଡ଼ଯନ୍ତ୍ର ପାଇଁ ହାରାସ୍ କରାଯାଉଛି ବୋଲି  ସୁଜାତା କହିଛନ୍ତି। ସରକାର ଷଡ଼ଯନ୍ତ୍ର କରୁଥିବା ଆଜି ପ୍ରମାଣିତ ହୋଇଗଲା ବୋଲି ସୁଜାତା କହିଛନ୍ତି। ଜଣେ ସିଟିଂ ବିଧାୟକଙ୍କୁ ଏମିତି ଉଠାଇ ଆଣିବା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି।

https://twitter.com/CIDOdisha/status/1334489742692401152?s=20
ରାଜ୍ୟରେ ଆଇନଶୃଙ୍ଖଳା କିଭଳି ଚାଲିଛି, ଏଥିରୁ ସ୍ପଷ୍ଟ ଜଣାପଡୁଛି ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ମୋ ସ୍ୱାମୀ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। କେଉଁ ଗୋପନ ଜାଗାକୁ ତାଙ୍କୁ ନିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ଅଧିକ ପଢନ୍ତୁ : ପାୱାର କରିଡ଼ରର ଗୁମର ଖୋଲୁଥିବା ପ୍ରଦୀପଙ୍କ ମୁହଁ ବନ୍ଦ ପାଇଁ ଉଦ୍ୟମ ଆରମ୍ଭ!

ଏହାର ଜବାବ ରଖିଛି କ୍ରାଇମବ୍ରାଞ୍ଚ। ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନିଆଯାଇଥିବା ନେଇ ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଟ୍ୱିଟ୍‌ କରି କ୍ରାଇମବ୍ରାଞ୍ଚ ଦର୍ଶାଇଛି ଯେ, ତାଙ୍କ ବିରୋଧରେ ସାଇବର କ୍ରାଇମ୍ ଥାନାରେ ଥିବା ଏକ ଅଭିଯୋଗ ଆଧାରରେ ତାଙ୍କୁ ନିଆଯାଇଛି। ଅଭିଯୋଗ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଥିବା ନେଇ ଟ୍ୱିଟ୍‌ କରିଛି କ୍ରାଇମବ୍ରାଞ୍ଚ।

BjD Pradeep Panigrahi Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe