Advertisment

ବାପ ଘରକୁ ଛାଡ଼ିଲେନି ସ୍ୱାମୀ, ନିଜ ଦେହରେ ନିଆଁ ଲଗାଇ ଦେଲେ ପତ୍ନୀ

ଉଦଳା(ମାନସ ପାଣି): ବାପ ଘରକୁ ଯିବାକୁ ଘରୁ ଗୋଡ଼ କାଢ଼ିଥିଲେ ପତ୍ନୀ। ମାତ୍ର ଟଙ୍କା ଅଭାବରୁ ଏବେ ନୁହେଁ, ପରେ ଯିବା ବୋଲି କହି ବୁଝାଇଥିଲେ ସ୍ୱାମୀ ଏଥିରେ ପତ୍ନୀଙ୍କ ରାଗ ପଞ୍ଚମରେ ପହଞ୍ଚି ଯାଇଥିଲା। ଏହାପରେ ଘରେ କେହି ନ ଥିବା ବେଳେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମହିଳାଜଣକ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଛନ୍ତି । ଏପରି ଅଭାବନୀୟ ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା […]

author-image
Niharika Rout
ଅଦ୍ୟତନ ହୋଇଛି
ବାପ ଘରକୁ ଛାଡ଼ିଲେନି ସ୍ୱାମୀ, ନିଜ ଦେହରେ ନିଆଁ ଲଗାଇ ଦେଲେ ପତ୍ନୀ

fire

ଉଦଳା(ମାନସ ପାଣି): ବାପ ଘରକୁ ଯିବାକୁ ଘରୁ ଗୋଡ଼ କାଢ଼ିଥିଲେ ପତ୍ନୀ। ମାତ୍ର ଟଙ୍କା ଅଭାବରୁ ଏବେ ନୁହେଁ, ପରେ ଯିବା ବୋଲି କହି ବୁଝାଇଥିଲେ ସ୍ୱାମୀ ଏଥିରେ ପତ୍ନୀଙ୍କ ରାଗ ପଞ୍ଚମରେ ପହଞ୍ଚି ଯାଇଥିଲା। ଏହାପରେ ଘରେ କେହି ନ ଥିବା ବେଳେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମହିଳାଜଣକ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଛନ୍ତି ।

Advertisment

ଏପରି ଅଭାବନୀୟ ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ତେନ୍ତୁଳିବାଡ଼ି ଗ୍ରାମରେ ଘଟିଛି। ଗୁରୁତର ମହିଳାଜଣକ ହେଲେ ତେନ୍ତୁଳିବାଡ଼ି ଗ୍ରାମର ଗ୍ରାମର ମୁନା ସିଂଙ୍କ ପତ୍ନୀ ଚନ୍ଦ୍ରମଣି ସିଂ ।

ସୂଚନା ଅନୁସାରେ, ପ୍ରାୟ ଦେଢ ବର୍ଷ ପୂର୍ବେ ମୁନା ସିଂ ଓ ଚନ୍ଦ୍ରମଣି ସିଂଙ୍କ ବିବାହ ହୋଇଥିଲା। ଉଭୟଙ୍କ ସମ୍ପର୍କ ସ୍ୱାଭାବିକ ଥିବା ବେଳେ ପିଲା ଛୁଆ କେହି ନ ଥିଲେ। ବିଶ୍ୱକର୍ମା ପୂଜା ଅବସରରେ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କ ନିକଟରେ ଜିଦ୍‌ ଧରିଥିଲେ ଚନ୍ଦ୍ରମଣି । ମାତ୍ର  ଟଙ୍କା ନ ଥିବାରୁ  ପତ୍ନୀଙ୍କ କଥାରେ ଅମଙ୍ଗ ହୋଇଥିଲେ ମୁନା ସିଂ । ଏହାପରେ ସେ ନିଜ କାମରେ ଘରୁ ବାହାରକୁ ଚାଲି ଯାଇଥିଲେ। ଏହି ସମୟରେ ଘରେ ଏକୁଟିଆ ଥିବା ସୁଯୋଗରେ କବାଟ ଦେଇ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇଦେଇଥିଲେ ଚନ୍ଦ୍ରମଣି ।

Advertisment

କିଛି ସମୟ ପରେ ଘରୁ ଧୂଆଁ ବାହାରୁଥିବା ଦେଖିଥିଲେ ପଡ଼ୋଶୀ। ଏଥିସହ ଚନ୍ଦ୍ରମଣିଙ୍କ ଚିତ୍କାର ଶୁଣି କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି । ଉଦଳାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।  ସାମାନ୍ୟ କଥାରୁ ଏଭଳି ଏକ ଅଘଟଣ ଘଟିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର  ବିଷୟ ପାଲଟିଛି ।