Advertisment

Punishment: ପତ୍ନୀହନ୍ତାକୁ ଫାଶୀ ଦଣ୍ଡାଦେଶ; ଏସିଡ୍ ଫିଙ୍ଗି ଫେରାର ହୋଇଯାଇଥିଲେ

ବାଲେଶ୍ୱରରେ ବହୁଚର୍ଚ୍ଚିତ ଏସିଡ୍‌ ମାଡ଼ ଘଟଣାରେ ଆଜି ଆସିଛି ରାୟ। ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ପେଶାଲ କୋର୍ଟ (ଏସସି/ ଏସଟି) ଜଜ୍ ଅବଦୁଲ୍ ସମିମ୍ ଅଖତର। ଦୋଷୀ ଚନ୍ଦନ ରଣାକୁ ମିଳିଛି ଫାଶୀ ଦଣ୍ଡାଦେଶ।

author-image
Jitendra Garnayak
Acid Attack1

ବାଲେଶ୍ୱରରେ ବହୁଚର୍ଚ୍ଚିତ ଏସିଡ୍‌ ମାଡ଼ ଘଟଣାରେ ଆଜି ଆସିଛି ରାୟ। ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ପେଶାଲ କୋର୍ଟ (ଏସସି/ ଏସଟି) ଜଜ୍ ଅବଦୁଲ୍ ସମିମ୍ ଅଖତର। ଦୋଷୀ ଚନ୍ଦନ ରଣାକୁ ମିଳିଛି ଫାଶୀ ଦଣ୍ଡାଦେଶ।

Advertisment

୨୦୨୩ ଫେବ୍ରୁଆରୀ ୨୦ ତାରିଖରେ ଭୀମପୁରାରେ ଚନ୍ଦନ ରଣା ତା’ର ଦ୍ଵିତୀୟ ପତ୍ନୀ ବନିତା ସିଂଙ୍କ ଉପରକୁ ଏସିଡ୍‌ ଫୋପାଡ଼ି ଫେରାର ହୋଇ ଯାଇଥିଲା। ବାଲେଶ୍ଵର ପୁଲିସ ଏହି ଘଟଣାରେ ଚନ୍ଦନ ରଣାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା।

ଦ୍ୱିତୀୟ ପତ୍ନୀ ବନିତାଙ୍କୁ ଏସିଡ୍‌ରେ ଆକ୍ରମଣ କରିବା ପରେ ଚନ୍ଦନ ନିଜ ମୋବାଇଲ ଭାଙ୍ଗି ଫେରାର ହୋଇଯାଇଥିଲା। ସେ କୋଲକାତାରେ ଲୁଚିଥିଲା। 

Advertisment

କଟକ ଏସସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ୬ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ ବନିତା। 

ଏହି ମାମଲାରେ ଚନ୍ଦନକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ସଜ୍ଜା ଶୁଣାଇଥିବା ବେଳେ ଅନ୍ୟ ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।